ପ୍ରମୂଖ ଖବର
  • ଚମକିଲା ଭାଗ୍ୟ; ରାତାରାତି ଶ୍ରମିକରୁ କୋଟିପତି ହେଲେ ହୀରାକୁଦର ଶିବ ସୁନ୍ଦର
  • ||
  • ଅପରେସନ୍ 'ସିନ୍ଦୂର' ; ୬ ନୁହେଁ ପାକିସ୍ତାନର ୯ବିମାନକୁ ମାଟିରେ ମିଶାଇଛି ଭାରତ
  • ||
  • ସଂସଦ ମୌସୁମୀ ଅଧିବେଶନ; ୨୧ ଜୁଲାଇରୁ ୧୨ ଅଗଷ୍ଟ ଯାଏ ଚାଲିବ
  • ||
  • ଜଗତସିଂହପୁର : ପାରାଦୀପ ଆଇସ୍ ଫ୍ୟାକ୍ଟ୍ରିରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍, ୪ ଅସୁସ୍ଥ
  • ||
  • ବାଲେଶ୍ୱର : ମିନତୀ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପୁଲିସର ଚଢାଉ,୧୦ ଯୁବତୀ ଅଟକ
  • ||
  • ବାଲେଶ୍ୱର : ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ବଢିଲା କରୋନା ଭୟ; ୨୪ ଘଣ୍ଟାରେ ୨୭୬ ଆକ୍ଟିଭ କେସ୍‌, ୭ମୃତ
  • ||
  • ବ୍ରହ୍ମପୁର : ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ,୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ
  • ||
  • ମୟୂରଭଞ୍ଜ : ୪ଟି ଥାନାର ଅଧିକାରୀଙ୍କୁ ନେଇ ଗୋବିନ୍ଦରାୟପୁର ଓ ତାଳପଦାରେ ମିଳିତ ଚଢ଼ାଉ,ପାଖାପାଖି ୪ଶହ ଗାଈଗୋରୁ ଉଦ୍ଧାର
  • ||
  • ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କିଲୋ ବିସ୍ଫୋରକ ଜବତ, ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ
  • ||
  • କାର୍ ଉପରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ୯ ମୃତ
  • ||
  • ଆମେରିକାରେ କୃଷି ଆତଙ୍କବାଦ ଖେଳାଉଛି ଡ୍ରାଗନ୍ ! ସାଙ୍ଘାତିକ 'ବାୟୋ ଅସ୍ତ୍ର' ସହ ଧରାପଡ଼ିଲେ ଚୀନ୍ ନାଗରିକ
  • ||
  • କଟକ : ନକଲି ମୋବିଲ ତିଆରି କାରଖାନାରେ ଚଢାଉ, ୨ ଅଟକ
  • ||
  • ଆନନ୍ଦପୁର ପୌର ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇଙ୍କ ଦେହାନ୍ତ
  • ||
  • ମାଲକାନଗିରି : ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍‌, ଡ୍ରାଇଭର ଗୁରୁତର
  • ||
  • ଜଗତସିଂହପୁର : ଶଙ୍ଖ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ମାଲକାନଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ସୁନା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା, ଭୁଲ୍ ଇଞ୍ଜେକ୍ସନ୍‌ ନେଲା ୬ ରୋଗୀଙ୍କ ଜୀବନ!
  • ||
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ସ୍ବଦେଶୀ ହତିଆରରେ ସେନାକୁ ମିଳିବ ଶକ୍ତି, ଏହି ରାଜ୍ୟରେ ତିଆରି ହେଉଛି ଟେକ୍ନୋଲୋଜି ହବ୍: ବିଦେଶକୁ ମଧ୍ୟ ହେବ ରପ୍ତାନୀ

Published By : Harapriya Biswal | June 2, 2025 7:51 PM

ନୂଆଦିଲ୍ଲୀ,୨।୬:  'ମେକ୍ ଇନ୍ ଇଣ୍ଡିଆ' ଅଧୀନରେ, ରାଜସ୍ଥାନକୁ ପ୍ରତିରକ୍ଷା କ୍ଷେତ୍ର ଏକ ନୂତନ ପରିଚୟ ପାଇବାକୁ ଯାଉଛି। ‘ଅପରେସନ୍ ସିନ୍ଦୂର‘ର ସଫଳତା ପରେ, ଏବେ 'ମେଡ୍ ଇନ୍ ରାଜସ୍ଥାନ' ବ୍ରାଣ୍ଡ୍ ଅଧୀନରେ ଅତ୍ୟାଧୁନିକ ରାଇଫଲ୍ ଏବଂ ମଲ୍ଟି-ବ୍ୟାରେଲ୍ ମେସିନ୍ ଗନ୍ ଉତ୍ପାଦନ ଯୋଧପୁରରୁ ଆରମ୍ଭ ହେବାକୁ ଯାଉଛି। ଯୋଧପୁରକୁ ଏହି ଦିଗରେ ଏକ ବଡ଼ ସଫଳତା ମିଳିଛି, ଯେଉଁଠାରେ ୧୫୦୦ କୋଟି ଟଙ୍କାରୁ ଅଧିକ ନିବେଶ ସହିତ  ବୁଝାମଣାପତ୍ର (ଏମ୍ଓୟୁ) କରିବାକୁ ପ୍ରସ୍ତୁତ। ଏଥିପାଇଁ, ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଆବଶ୍ୟକୀୟ ଅନୁମତି ମିଳିଛି ଏବଂ କ୍ଷେତ୍ର ପରୀକ୍ଷଣ ମଧ୍ୟ ସଫଳ ହୋଇଛି। ଏହାର ଅର୍ଥ ହେଉଛି ଯେ ଏବେ ରାଜସ୍ଥାନ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ନିଜର ଦୃଢ଼ ଉପସ୍ଥିତି ସୃଷ୍ଟି କରିବାକୁ ଯାଉଛି। କେବଳ ସେତିନି ନୁହେଁ  'ମେଡ୍ ଇନ୍ ଇଣ୍ଡିଆ' ଅଭିଯାନ ଅଧୀନରେ ଅନ୍ତର୍ଜାତୀୟ ସ୍ତରରେ 'ମେଡ୍ ଇନ୍ ରାଜସ୍ଥାନ' ମଧ୍ୟ ପ୍ରତିଷ୍ଠା କରିବ।  

ପ୍ରତିରକ୍ଷା ଷ୍ଟାର୍ଟଅପ୍‌ ସମ୍ପର୍କିତ ପ୍ରମୁଖ ଉଦ୍ୟୋଗପତି ରବିନ୍ଦ୍ର ସିଂହ ରାଠୋରଙ୍କ କହିବାଅନୁସାରେ, ଏହି ପ୍ରୋଜେକ୍ଟ ଅନୁସାରେ, ନିର୍ମିତ କରାଯାଉଥିବା ହତିଆରର ପରିକ୍ଷଣ ପୂର୍ବରୁ ବିଦେଶରେ କରାଯାଇ ସାରିଛି। ଏହି ପରୀକ୍ଷଣ ପରିମାଣ ଖୁବ୍ ଉତ୍ସାହଜନକ ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ପ୍ରୋଜେକ୍ଟକୁ ଦୁଇଟି ପର୍ଯ୍ୟାୟରେ ମଞ୍ଜୁରୀ ଦେଇଛି। ଯାହାଦ୍ବାରା ଏହି ହତିଆର ନା କେବଳ ଭାରତୀୟ ସେନା ପାଇଁ ଉପଯୋଗୀ ହେବ, ବଂର ଏହାର ରପ୍ତାନୀ ମଧ୍ୟ କରାଯିବ। ବର୍ତ୍ତମାନ ଆଫ୍ରକୀୟ ଦେଶ ଟୋଗେ ଓ ଏସୀୟ ଦେଶ ଥାଇଲାଣ୍ଡ ଏହି ହତିଆରରେ ରୁଚି ଦେଖାଇଛନ୍ତି। ଯାହାକି ଏହି କଥାର ପ୍ରମାଣ ଯେ, ରାଜସ୍ଥାନର ଏହି ଟେକ୍ନୋଲୋଜି ଅନ୍ତର୍ଜାତୀୟ ବଜାରରେ ପ୍ରତିଯୋଗିତା କରିବାର କ୍ଷମତା ରଖିଥାଏ।

ଏହି ପ୍ରୋଜେକ୍ଟ ଅନୁସାରେ, ମିଲିଟାରୀ ଗ୍ରାଣ୍ଡ ସ୍ନାଇପର ରାଇଫଲ ତିଆରି କରାଯାଉଛି। ଯାହାକୁ ବିଶେଷ ଭାବରେ ଲମ୍ବା ଦୂର ପର୍ଯ୍ୟନ୍ତ ସଠିକ ଭାବରେ ଟାର୍ଗେଟ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ରାଇଫଲ୍ ସବ୍‌-ଏମ୍‌ଓଏ(ମିନିଟ୍ ଅଫ୍ ଆଙ୍ଗେଲ) ସଠିକତା ହାସଲ କରିବାରେ ସକ୍ଷମ। ଅର୍ଥାତ ଏହା ବହୁତ କମ୍ ବିଚ୍ୟୁତି ସହ ଲମ୍ବା ଦୂର ପର୍ଯ୍ୟନ୍ତ ଟାର୍ଗେଟ କରିପାରେ। ପରୀକ୍ଷଣରେ ଏହି ରାଇଫଲ ୨.୪ କିଲୋମିଟର ପର୍ଯ୍ୟନ୍ତ ଫାୟାର କରିବାରେ ସଫଳ ରହିଛି। ସବୁଠାରୁ ବଡ଼ କଥା ହେଲା ଏହି ରାଇଫଲ ୧୦୦ ପ୍ରତିଶତ ‘ମେଡ୍ ଇନ୍ ଇଣ୍ଡିଆ’ ହେବ। ଏହି ପ୍ରୋଜେକ୍ଟର ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ମଲ୍ଟି ବାରେଲ ଗନ୍।ଯାହାକି ଟେକ୍ନୋଲୋଜି ଦୃଷ୍ଟିରୁ ଖୁବ୍ ଉନ୍ନତ। ଏହି ଗନ୍ ଏକ ମିନିଟ୍‌ରେ ପ୍ରାୟ ୬ ହଜାର ରାଉଣ୍ଡ ଫାୟାର କରିବାର କ୍ଷମତା ରଖିଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.