ପ୍ରମୂଖ ଖବର
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି, ତୃତୀୟ ଥର ପାଇଁ ରେପୋ ୦.୫ ପ୍ରତିଶତ ରେଟ୍ ହ୍ରାସ କଲା ଆର୍‌ବିଆଇ, ଶସ୍ତା ହେବ ଗୃହ, ଗାଡ଼ି ଋଣ ଇଏମ୍‌ଆଇ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

RAW ଓ ISI ଏକାଠି ହୋଇ ଆଲୋଚନା କରନ୍ତୁ, ଆତଙ୍କବାଦ ଦୂର ହୋଇପାରିବ : ଆମେରିକାରେ ବିଲାଓ୍ବଲଙ୍କ ପରାମର୍ଶ

Published By : Prameya | June 4, 2025 1:52 PM

ନୂଆଦିଲ୍ଲୀ,୪।୬:  ‘ଅପରେସନ୍ ସିନ୍ଦୂର’ ର ଝଟକା ପରେ ପାକିସ୍ତାନ ଏବେ ଭାରତ ସହ ଆଲୋଚନା କରିବାକୁ ଚାହେଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ଙ୍କ ପରେ ଏବେ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରୀ ଏଭଳି ଇଛା ପ୍ରକାଶ କରିଛନ୍ତି। ସେ ଦୁଇ ଦେଶର ଗୁଇନ୍ଦା ଏଜେନ୍ସି ଅର୍ଥାତ ଆଇଏସଆଇ ଓ ର’ ଅଧିକାରୀଙ୍କ ଭିତରେ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି। ଖାସ୍ କଥା ଏହା ଯେ, ଭାରତ ଭଳି ହିଁ ପାକିସ୍ତାନ ମଧ୍ୟ ନିଜର ପ୍ରତିନିଧି ମଣ୍ଡଳୀ ଆମେରିକା ପଠାଇଛି।     

ୟୁଏନ୍‌ ବ୍ରିଫିଙ୍ଗରେ ସାମିଲ ହୋଇଥିବା ଭୁଟ୍ଟୋ ଭାରତ ସହ ସମାଧାନର କଥା କହିଛନ୍ତି। ଭୁଟ୍ଟୋ କହିଛନ୍ତି, ପାକିସ୍ତାନ ଏବେ ବି ଆତଙ୍କବାଦ ବିରୋଧ ଯୁଦ୍ଧରେ ଭାରତର ସହଯୋଗ କରିବାକୁ ଚାହେଁ। ଆମେ କୋଟି କୋଟି ଲୋକଙ୍କ  ଭବିଷ୍ୟତର ନନ୍ ଷ୍ଟେଟ୍‌ ଆକ୍ଟର୍ସ ଓ ଆତଙ୍କବାଦୀଙ୍କୁ ହାତରେ ଛାଡି ପାରିବାନି। ମୋତେ ସମ୍ପୂର୍ଣ୍ଣ ଭରସା ରହିଛି ଯଦି ଆଇଏସଆଇ ଓ ‘ର’ ଯଦି ଏକାଠି ଲଢନ୍ତି ତେବେ ଆତଙ୍କବାଦ ଦୂର ହେବ । 

କୁହାଯାଉଛି ଯେ, ବିଲାଓ୍ବଲଙ୍କ ଏହି ନରମ ଆଭିମୁଖ୍ୟ ‘ଅପରେସନ୍ ସିନ୍ଦୂର’ ରୁ ପାକିସ୍ତାନ କେତେ ଦୂର ପ୍ରଭାବିତ ହୋଇଛି ଓ ଶାନ୍ତି ଚାହୁଁଛି ତାହା ଦର୍ଶାଉଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଅଜରବୈଜାନର ଲଚିନରେ ପାକିସ୍ତାନ-ତୁର୍କୀ-ଅଜରବୈଜାନ ତ୍ରିପାକ୍ଷୀୟ ଶିଖର ସମ୍ମିଳନୀରେ ଭାରତ ସହ ଆଲୋଚନା କରିବାକୁ ଇଛା ପ୍ରକାଶ କରିଥିଲେ।  ସେ କହିଥିଲେ, ଦୁଇ ପକ୍ଷ ସହ ବସି କାଶ୍ମୀର, ପାଣି ଓ ଆତଙ୍କବାଦ ସହିତ ସବୁ ପ୍ରସଙ୍ଗର ସମାଧାନ କରିବା ଦରକାର। ଭାରତ ଓ ପାକିସ୍ତାନ ଭିତରେ ଆଲୋଚନା ଉପରେ ଜୋର ଦେବାର ଶେହବାଜଙ୍କ ଏହା ସେହି ସପ୍ତାହର ଦ୍ବିତୀୟ ବୟାନ ଥିଲା। ଶରିଫ୍ ତେହରାନରେ ସୋମବାର କହିଥିଲେ ସେ ସବୁ ବିବାଦର ସମାଧାନ କରିବା ପାଇଁ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତୁତ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.