ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

୩୩ କେଭି ତାର ସହ ଏଲଟି ଲାଇନର ତ୍ରୁଟି ପୂର୍ଣ୍ଣ ସଂଯୋଗ, ଜଳିଗଲା ୮ରୁ ଉର୍ଦ୍ଧ୍ୱ ଘରର ବିତ୍ୟୁତ ସରଞ୍ଜାମ

Published By : Harapriya Sethi | December 6, 2024 1:09 PM

ଗଞ୍ଜାମ,୦୬/୧୨: ମହାରଣା କୋଲନିରେ ଅଗ୍ନିକାଣ୍ଡ । ୩୩ କେଭିର ପାୱାରର ସହ ଏଲଟି ଲାଇନର ତ୍ରୁଟି ପୂର୍ଣ୍ଣ ସଂଯୋଗ ପାଇଁ ହଠାତ୍ ଜଳି ଯାଇଥିଲା ଘରର ମିଟର ବକ୍ସ । ପରେ ଘରର ଟିଭି, ଏସି, ଫ୍ରିଜ୍‌ ପରି ଅନେକ ଇଲେକ୍ଟ୍ରୋନିକ ଲରଞ୍ଜାମ ଜଳି ଯାଇଥିଲା । କଲୋନି ବାସୀ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗଞ୍ଜାମ ଜିଲ୍ଲା ଆସିକା କଲେଜଛକ ସ୍ଥିତ ଗ୍ରିଡ ସବ ଷ୍ଟେସନ ସାମ୍ନା ମହାରଣା କୋଲନିରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଶୁକ୍ରବାର ସକାଳ ୮ ଟା ରେ ହଠାତ୍ କଲୋନିର ଘର ଗୁଡିକରେ ମିଟର ବୋର୍ଡ ପାଖରେ ବିସ୍ଫୋରଣ ହୋଇଥିଲା । ଏହା ସହ ଇଲେକ୍ଟ୍ରୋନିକ ସରଞ୍ଜାମ ଗୁଡିକରେ ମଧ୍ୟ ନିଆଁ ଲାଗି ଯାଇଥିଲା । ଫଳରେ ୮ରୁ ଉର୍ଦ୍ଧ୍ବ ଘରର ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରୋନିକ ସରଞ୍ଜାମ ପୋଡ଼ି ନଷ୍ଟ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଥିଲେ କଲୋନି ବାସୀ । ଏହି ଦୁର୍ଘଟଣାରେ ଅନେକ ଲୋକ ଓ ଛୋଟ ଛୋଟ ପିଲାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିବା ମଧ୍ୟ ଜଣା ପଡ଼ିଛି । ତେବେ ବିଭିନ୍ନ ସମୟରେ ବିଦ୍ୟୁତ୍ ବିଭାଗର ଅବହେଳା କାରଣରୁ ଏସବୁ ଘଟୁଥିବା ଲୋକେ କହିଛନ୍ତି । ଅପର ପକ୍ଷରେ ବିଦ୍ୟୁତ୍ ବିଭାଗର ନୂଆଁଗାଁ ବିଭାଗୀୟ ସେସ୍କନ ଏସଡିଓ କହିଛନ୍ତି ଯେ, ମରାମତି କାମ ସହ ଏହି ଘଟଣାର ତଦନ୍ତ ଚାଲିଛି । ତଦନ୍ତ ପରେ ହିଁ ଘଟଣା ପଛର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.