ପ୍ରମୂଖ ଖବର
  • ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ, ସାଂସଦଙ୍କୁ ସମ୍ବୋଧନ କରିବେ ପିଏମ ମୋଦୀ
  • ||
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

କଟକ ଜିଲ୍ଲା ଗ୍ରାମାଞ୍ଚଳ ପୁଲିସକୁ ବଡ଼ ସଫଳତା; ଧରାପଡ଼ିଲା ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗ

Published By : Anindita Ratha | August 3, 2025 2:53 PM

କଟକ,୦୩/୦୮:କଟକ ଜିଲ୍ଲା ଗ୍ରାମାଞ୍ଚଳ ପୁଲିସକୁ ବଡ଼ ସଫଳତା । ଧରାପଡ଼ିଲା ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗ। ଏଥିସହ ସେମାନଙ୍କଠାରୁ ସୁନାରୂପା ଅଳଙ୍କାର ସହ ବନ୍ଧୁକ ଜବତ ହୋଇଛି । ସୂଚନା ମୁତାବକ,  ବିଭିନ୍ନ ସମୟରେ କଟକ , କେନ୍ଦ୍ରାପଡା, ଯାଜପୁର, ପାରାଦୀପ , ଭୁବନେଶ୍ୱର ଅଞ୍ଚଳରେ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟପାଟ ହେଉଥିଲା । ଏନେଇ କଟକ ଜିଲ୍ଲା ସାଲେପୁର, ନେମାଳ ,ନିଶ୍ଚିନ୍ତକୋଇଲି ଥାନାରେ ବିଭିନ୍ନ ଅଭିଯୋଗ ହୋଇଥିଲା । ଯାହାପରେ ସାଲେପୁର ଏସଡ଼ିପିଓଙ୍କ ନେତୃତ୍ୱରେ ପୁଲିସ ଟିମ ଏହି ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। 

ଧରାପଡିଥିବା ୩ଜଣ ଡକାୟତ ହେଲେ ଗଞ୍ଜାମ ବୁଗୁଡାର ତୋଫାନ ବିଶୋଇ, ପାତମୁଣ୍ଡାଇ କେନ୍ଦ୍ରାପଡାର ସନ୍ତୋଷ ମଲ୍ଲିକ ଓ ଜଗତସିଂହପୁର କୁଜଙ୍ଗର ପ୍ରଭାତ ମଲ୍ଲିକ ବୋଲି ଜଣାପଡ଼ିଛି। ଏମାନଙ୍କ ସହ ଚୋରି ସାମଗ୍ରୀ କିଣିଥିବା କଟକ, ଭୁବନେଶ୍ୱରର ଦିବ୍ୟଜ୍ୟୋତି ନାୟକଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ଏକ ବୋଲେରୋ,୩ଟି ମୋଟର ସାଇକେଲ, ଗୋଟିଏ ବନ୍ଧୁକ,୩୩ ଗ୍ରାମ ସୁନା ଓ ୧କିଲୋରୁ ଉର୍ଦ୍ଧ ରୁପା ଅଲଙ୍କାର ଜବତ ହୋଇଛି ବୋଲି କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହାସହ ଏହି ଡକାୟତି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ପୁଲିସ ଖୋଜାଖୋଜି କରୁଥିବା ଏସପି କହିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.