ପ୍ରମୂଖ ଖବର
  • ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ, ସାଂସଦଙ୍କୁ ସମ୍ବୋଧନ କରିବେ ପିଏମ ମୋଦୀ
  • ||
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ଦେଶୀ ମଦ ଭାଟିରେ ପ୍ରଶାସନ ପକ୍ଷରୁ ଚଢ଼ାଉ, ମାଟିରେ ମିଶିଲା ଆଡ୍ଡା

Published By : Harapriya Sethi | August 2, 2025 10:47 AM

କଟକ, ୦୨/୦୮: ଦେଶୀ ମଦର ହବ୍ ବୋଲାଉଥିବା ଆଠଗଡ଼ କୋରଙ୍ଗା ଗ୍ରାମର ଦେଶୀ ମଦ ଭାଟି ଉପରେ ଶନିବାର ଚଢାଉ ହୋଇଛି । ବାରମ୍ବାର ଚଢାଉ ଓ ମଦ ନଷ୍ଟ କରାଯାଉଥିଲେ ମଧ୍ୟ ଦେଶୀ ମଦ ମାଫିଆମାନେ ଜବରଦସ୍ତ ମଦ କାରବାର କରୁଥିଲେ। ରାଜ୍ୟର ବିଭିନ୍ନ ଅଂଚଳକୁ ଏହି ଗ୍ରାମରୁ ମଦ ଚାଲାଣ ହେଉଥିଲା। ତେବେ ପ୍ରଶାସନ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନେଇ ଦୀର୍ଘ ଦିନ ଧରି ଦାବି ହୋଇଆସୁଥିଲା। ଆଠଗଡ ଉପଜିଲ୍ଲାପାଳ ପ୍ରହଲ୍ଲାଦ ଶର୍ମାଙ୍କ ନେତୃତ୍ୱରେ ଆଜି କୋରଙ୍ଗା ଗ୍ରାମରେ ଥିବା ମଦଭାଟି ଉପରେ ମିଳିତ ଚଢାଉ କରାଯାଇଥିଲା। 

କୋରଙ୍ଗା ଗାଁରେ ଥିବା ମଦଭାଟି ଉପରେ ବୁଲ୍‌ଡୋଜର ଚଢାଇ ନଷ୍ଟ କରାଯାଇଛି। ଆଠଗଡ଼ ଉପଜିଲ୍ଲାପାଳଙ୍କ ସମେତ ଡିଏସପିଙ୍କ ନେତୃତ୍ୱରେ ଏହି ଚଢାଉ ଚାଲିଛି । ଚଢାଉରେ ଅବକାରୀ ବିଭାଗ ସହ ବନ ବିଭାଗ ମଧ୍ୟ ସାମିଲ ହୋଇଛନ୍ତି । ଚଢାଉ କରି ମଦ ଭାଟି, ମଦ ତିଆରି ହେଉଥିବା ଆଡ୍ଡା ନଷ୍ଟ କରାଯାଉଥିବା ସୂଚନା ମିଳିଛି । ଘଟଣାରେ ଏବେ ସୁଦ୍ଧା କାହାକୁ ଗିରଫ କରାଯାଇନାହିଁ । ବେଆଇନ ଦେଶୀ ମଦ ଚଳାଉଥିବା ଅଭିଯୋଗରେ ଆଗକୁ ମାମଲା କରାଯିବ ବୋଲି ପୁଲିସ ସୂଚନା ଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.