ଗଜପତି, ୧୩/୦୯ : ମଙ୍ଗଳବାର ଠାରୁ ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ଗତକାଲି ସନ୍ଧ୍ୟାରେ ଗୁମ୍ମା ବ୍ଲକ କୁଯାସିଂ ପଞ୍ଚାୟତ ଅଢେଇ ଗ୍ରାମ ନିକଟସ୍ଥ ଘାଟି ରାସ୍ତାରେ ଦେବଗିରି ପାହାଡ଼ରୁ ପଥର ଖସି ରାସ୍ତା ଅବରୋଧ ହୋଇଛି । ଯାହା ଫଳରେ ପଞ୍ଚାୟତର ୩ଟି ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି ।
ତେବେ କୌଣସି ଧନଜୀବନ ନଷ୍ଟ ହୋଇନି। କିନ୍ତୁ ପଞ୍ଚାୟତକୁ ଯିବା ମୁଖ୍ୟ ରାସ୍ତା ଅବରୋଧ ହୋଇଛି । ଏହା ଗୁମ୍ମା ବ୍ଲକର ଦୁର୍ଗମ ଅଞ୍ଚଳରେ ଘଟିଥିବା ହେତୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବା ସୂଚନା ମିଳିଛି।