ପ୍ରମୂଖ ଖବର
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ

Published By : Harapriya Sethi | May 5, 2025 8:54 AM

ଭୁବନେଶ୍ୱର,୦୫/୦୫ : ଆଜି ସାରା ଦେଶରେ ନିଟ୍‌-ୟୁଜି ପରୀକ୍ଷା ଅନୁଷ୍ଠିତ ହୋଇଛି । ଦେଶରେ ୫୪୫୩ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ଦେଶ ବାହାରେ ୧୩ଟି ସହରରେ ପରୀକ୍ଷା ହୋଇଛି । ଦେଶରେ ୨୦.୮ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଅନ୍ୟପଟେ ଓଡ଼ିଶାର ୨୬ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଥିଲା । ଭୁବନେଶ୍ୱରରେ କେବଳ ୩୨ଟି । ଓଡ଼ିଶାରୁ ପ୍ରାୟ ୧ ଲକ୍ଷ ପିଲା ପରୀକ୍ଷା ଦେଇଛନ୍ତି । ସାରା ଦେଶରେ ନିଟ୍‌-ୟୁଜି ପରୀକ୍ଷା ପାଇଁ ୨୨.୭ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ । ଅପରାହ୍ନ ୨ଟାରୁ ୫ଟା ଯାଏ ପରୀକ୍ଷା ହୋଇଥିଲା । 

ଶେଷ ୩ ବର୍ଷ ହେଲା ନିଟ୍‌-ୟୁଜି ପଢ଼ିବା ପାଇଁ ୨୦ ଲକ୍ଷରୁ ଅଧିକ ପିଲା ପଞ୍ଜୀକରଣ କରୁଛନ୍ତି । ଗତବର୍ଷ ୨୪ ଲକ୍ଷ, ୨୦୨୩ରେ ୨୦ ଲକ୍ଷ ୮୭ ହଜାର, ୨୦୨୨ରେ ୧୮ ଲକ୍ଷ ୭୨ ହଜାର, ୨୦୨୧ରେ ୧୬ ଲକ୍ଷ ୧୪ ହଜାର ଏବଂ ୨୦୨୦ରେ ୧୫ ଲକ୍ଷ ୯୭ ହଜାର ପିଲା ପରୀକ୍ଷା ଦେଇଥିଲେ । ମେଡିକାଲ୍‌ ନାମଲେଖା ପାଇଁ ସିଟ୍‌ କରାଇ ଦେବା, ପରୀକ୍ଷା ହଲ୍‌ରେ ପରୀକ୍ଷାର୍ଥୀ ପାଇଁ ପରୀକ୍ଷା ଦେବା, ପ୍ରଶ୍ନପତ୍ର ଆଗୁଆ ଦେବା ଭଳି ପ୍ରଲୋଭନ ଦେଖାଇ ଦଲାଲ ମାନେ ବିଦ୍ୟାର୍ଥୀଙ୍କଠାରୁ ଟଙ୍କା ଆଦାୟ କରୁଥିବାର ଅଭିଯୋଗ ହୋଇଥିଲା । ପୁଲିସ ଚଢ଼ାଉ କରି ଦଲାଲଙ୍କୁ ଗିରଫ କରିଥିଲା । ତେଣୁ ନିଟ୍‌-ୟୁଜି ପରୀକ୍ଷାର୍ଥୀ ମାନେ କୌଣସି ଦଲାଲଙ୍କ ପ୍ରଲୋଭନର ଶିକାର ନହୋଇ କୌଣସି ଟଙ୍କା କାରବାର ନକରିବାକୁ ପରାମର୍ଶ ଦେଇଥିଲା ଏନ୍‌ଟିଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.