ପ୍ରମୂଖ ଖବର
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

ବଜାରକୁ ଆସୁଛି ଏୟାର କାର୍, ବଟନ୍ ଟିପିଦେଲେ ୨ ମିନିଟ୍‌ରେ ହୋଇଯିବ ପ୍ଲେନ୍

Published By : Prameya | May 13, 2025 8:07 AM

ନୂଆଦିଲ୍ଲୀ, ୧୩/୦୫ : ମାଟିରେ ଦୌଡ଼ିବ ଆକାଶରେ ଉଡ଼ିବ। ବଟନ୍ ଟିପିଦେଲେ ମାତ୍ର ୨ ମିନିଟ୍‌ରେ କାର୍ ପ୍ଲେନ୍ ହୋଇଯିବ। ଖୁବ୍‌ଶୀଘ୍ର ବଜାରକୁ ଆସୁଛି ଏୟାର କାର୍। ଏହାକୁ ତିଆରି କରିଛି କ୍ଲେନ୍ ଭିଜନ କମ୍ପାନୀ। ଏଥିରେ ରହିଛି ୨୮୦ ହର୍ସ ପାୱାର ବିଶିଷ୍ଟ ପାୱାର ମୋଟର। ଏହାର ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍।

କ୍ଲେନ୍ ଭିଜନ କମ୍ପାନୀ ଏକ ଏୟାର କାର୍ ପ୍ରସ୍ତୁତ କରିଛି। ଏହି ଏୟାର କାର୍ ଆସନ୍ତା ବର୍ଷ ସୁଦ୍ଧା ବଜାରକୁ ଆସିବ। ଏହା ସଡ଼କରେ ଘଣ୍ଟାପ୍ରତି ୨୦୦ କିମି ବେଗରେ ଦୌଡ଼ିବ ଏବଂ ଆକାଶରେ ଘଣ୍ଟାପ୍ରତି ୨୫୦ କିମି ବେଗରେ ଉଡ଼ିପାରିବ। ଏହାର ସର୍ବାଧିକ ପ୍ଲାଇଙ୍ଗ୍ ରେଞ୍ଜ୍ ହେଉଛି ୧୦୦୦ କିଲୋମିଟର। ଅର୍ଥାତ୍ ଥରେ ଉଡ଼ାଣ ଭରିଲେ ୧ ହଜାର କିମି ଯାଏ ଯାତ୍ରା କରିବାରେ ସକ୍ଷମ ହେବ। ସେହିପରି ରାସ୍ତାରେ ଗଲେ ୮୦୦ କିମି ଯାଏଁ ଯାଇପାରିବ। ଏହି ଏୟାର କାର୍‌ର ଦାମ୍ ୮ ଲକ୍ଷରୁ ୧୦ ଲକ୍ଷ ଡଲାର ରହିବ। ଅର୍ଥାତ୍ ୬.୭୮ କୋଟିରୁ ୮.୪୭ କୋଟି ଟଙ୍କା ପଡ଼ିବ। ଏୟାର କାର୍‌ର ସାଇଜ୍ କଥା କହିବାକୁ ଗଲେ ଏହାର ଲମ୍ଵ ୫.୮ ମିଟର, ଚଉଡ଼ା ୨ ମିଟର, ଏବଂ ଉଚ୍ଚତା ୧.୮ ମିଟର ରହିଛି। ଏହା ଏୟାରକ୍ରାପ୍ଟରେ କନଭର୍ଟ ହେଲେ ଦୁଇଟି ୱିଙ୍ଗ ବାହାରି ଆସିବ। ଏହାପରେ ଏହାର କାର୍‌ର ଲମ୍ଵ ୭ ମିଟର ଏବଂ ଚଉଡ଼ା ୮.୨ ମିଟର ହୋଇଯିବ। 

ଗତ ୩ ଦଶନ୍ଧି ଧରି କ୍ଲେନ ଭିଜନ କମ୍ପାନୀ ଏହି ଉଡ଼ନ୍ତା କାର୍ ଉପରେ କାମ କରୁଛି। ଏବେ ଏହି କାର୍ ପ୍ରଡକ୍ସନ ରେଡି ମଡେଲ ପର୍ଯ୍ୟନ୍ତ ସଫଳ ହୋଇଛି। ରେଡି ମଡେଲ ହେବା ପୂର୍ବରୁ ଏହା ୧୭୦ରୁ ଅଧିକ ଫ୍ଲାଇଙ୍ଗ୍ ଆୱାର ଏବଂ ୫୦୦ରୁ ଅଧିକ ଟେକଅଫ୍ ଏବଂ ଲ୍ୟାଣ୍ଡିଂ ପୁରା କରିସାରିଛି। ୨୦୨୨ରେ ଏହି କାର୍‌କୁ ଫ୍ଲାଇଙ୍ଗ୍ ସାର୍ଟିଫିକେଟ୍ ମିଳିସାରିଛି। କମ୍ପାନୀ ଏବେ ୨ ସିଟର ଏୟାର କାର୍ ପ୍ରସ୍ତୁତ କରିଛି। ଅଲଗା ଅଲଗା ଭର୍ସନ ଉପରେ କାମ କରୁଛି। ୪ ସିଟର ଭର୍ସନ, ଟ୍ଵିନ୍ ଇଞ୍ଜିନ୍ ଭର୍ସନ ଉପରେ କାମ ଚାଲିଛି। ସବୁଠୁ ବଡ଼ କଥା ହେଲେ କମ୍ପାନୀ ଆମ୍ଫିବିଅସ୍ ଭର୍ସନ (Amphibious)ଉପରେ କାମ କରିବାକୁ ଲକ୍ଷ୍ୟ ରହିଛି। ଏହି ଭର୍ସନ ଉଭୟ ଜଳ, ସ୍ଥଳ ଏବଂ ଆକାଶ ମାର୍ଗରେ ଦୌଡ଼ିବାରେ ମାହିର ହେବ।  


ଏହି ଖବରଟିକୁ ପଢନ୍ତୁ-ଛାନିଆ ପାକିସ୍ତାନ ଗୁହାରି କରିବା ପରେ ଭାରତ ଅଗାମୀ ପଦକ୍ଷେପ ପାଇଁ ଚିନ୍ତା କରିଥିଲା: ପିଏମ୍‌ ମୋଦୀ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.