ଟାଙ୍ଗୀ, ୨୫/୧୧ : ଖଲ୍ଲିକୋଟ ବିଧାୟକଙ୍କ ଗାଡ଼ି ଦୁର୍ଘଟଣା। ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥର ବଡ଼ ପୋଖରିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ବିଧାୟକଙ୍କ ଗାଡ଼ି ଏକ ଅଟୋ ରିକ୍ସାକୁ ପଛପଟୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ବିଧାୟକଙ୍କ ସମେତ ଅଟୋରେ ଥିବା ୨ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।
ସୂଚନାନୁଯାୟୀ, ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ମଙ୍ଗଳବାର ଖଲ୍ଲିକୋଟରୁ ଭୁବନେଶ୍ଵର ଯାଉଥିଲେ। ୧୬ନମ୍ବର ଜାତୀୟ ରାଜପଥର ବଡ଼ ପୋଖରିଆ ଛକ ନିକଟରେ ବିଧାୟକଙ୍କ ଗାଡି ଏକ ଅଟୋ ରିକ୍ସାକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବିଧାୟକଙ୍କ ସମେତ ଅଟୋରେ ଥିବା ୨ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତଙ୍କୁ ଉଦ୍ଧାର କରାଯାଇ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଜଙ୍କିଆ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।