କଟକ, ୨୫/୧୧ : କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା। ସୋମବାର ପୀଡ଼ିତା ନାବାଳିକାର ଡାକ୍ତରୀ ମାଇନା କରାଯାଇଛି। ଏଥିସହ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ପାଇଁ କୋର୍ଟରେ ଆବେଦନ କରିଛି ପୋଲିସ। ତେବେ ପୀଡ଼ିତାଙ୍କ ପରିବାର ସହ ପୋଲିସ ଓ ସିଡବ୍ଲୁସି ଯୋଗଯୋଗରେ ଅଛନ୍ତି। ପୀଡ଼ିତା ଉଭୟ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ଥିବା ସିଡବ୍ଲୁସି ପକ୍ଷରୁ କୁହାଯାଇଛି। ନାବାଳିକାଙ୍କ ସମସ୍ତ ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପରେ ତାଙ୍କୁ ବାଂଲାଦେଶ ପଠାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସିଡବ୍ଲୁସି ଅଧ୍ୟକ୍ଷ।
ସୂଚନାନୁଯାୟୀ, ବାଂଲାଦେଶରୁ କଟକ ଭାୟା କଲିକତାରୁ ଭୁବନେଶ୍ୱର ଦେଇ ଆସୁଛନ୍ତି ଯୁବତୀ। ଚାକିରି ପ୍ରୋଲଭାନ ଦେଖାଇ ନାବାଳିକାଙ୍କୁ ଅନୈତିକ କାର୍ଯ୍ୟରେ ଲଗାଉଛନ୍ତି ଦଲାଲ। କଟକରୁ ଉଦ୍ଧାର ହୋଇଥିବା ବାଂଲାଦେଶୀ ନାବାଳିକାଙ୍କ ବୟାନରୁ ବହୁ ତଥ୍ୟ ପୋଲିସ ହାତରେ ଲାଗିଛି। ଏହି ଘଟଣାରେ ଗୋପାଳପୁରରେ ରହୁଥିବା ଏକ ଦମ୍ପତିଙ୍କୁ ଗିରଫ କରି ଜେଲ୍ ପଠାଇଛି। ଏହି ଘଟଣାରେ ମାଷ୍ଟରମାଇଣ୍ଡ୍ ସମେତ ୩ ଜଣ ଫେରାର୍ ଅଛନ୍ତି। ସବୁଠାରୁ ବଡ଼ କଥା ହେଲା ବାଂଲାଦେଶର ମାଷ୍ଟରମାଇଣ୍ଡ୍ ବାବୁ ଦାସ ଓ ଭୁବନେଶ୍ଵରର ଗୋପୀ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ସୁରାକ୍ ପାଇଛି। ଏହି ରାକେଟ୍ରେ ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ଧରିବା ପାଇଁ ପୋଲିସ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ରେଡ୍ କରୁଛି। ନାବାଳିକା ଜଣଙ୍କ ଗତ ଅଗଷ୍ଟ ମାସରୁ କୋଲକାତା ଆସିବା ପରେ ସେଠାରେ ଖୁବ୍ କମ୍ ଦିନ ରହିଥିଲେ। ଏହାପରେ ଭୁବନେଶ୍ଵର ଆସିଥିଲେ। ଶେଷରେ କଟକ ଆସିଥିବା ଜଣାପଡ଼ିଛି।