ପ୍ରମୂଖ ଖବର
  • ଭୁବନେଶ୍ୱର : ବିନା ହେଲ୍‌ମେଟ୍‌ରେ ରିଲ୍ସ କରି ଅଡୁଆରେ ଆଲବମ୍‌ କ୍ୱିନ୍‌, ରାନୀ ପ୍ରିୟଦର୍ଶିନୀଙ୍କ ସ୍କୁଟି ଜବତ
  • ||
  • ପାଟଣା : ୩ ଦଫା ଦାବି ନେଇ ମହିଳା କଣ୍ଡକ୍ଟରଙ୍କ ଆନ୍ଦୋଳନ: ମୁଖ୍ୟମନ୍ତ୍ରୀ ବସ୍ ସେବା ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଝାରସୁଗୁଡା : ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ଭୂକମ୍ପ ଝଟକାରେ ଥରିଲା ତ୍ରିପୁରା, ତୀବ୍ରତା ୩.୬ ରେକର୍ଡ
  • ||
  • ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ର ତଦନ୍ତ ଆରମ୍ଭ, ୩ଟି ମାମଲାର ହେବ ତନାଘନା
  • ||
  • ବାରିପଦା: ଏନକ୍ଲୋଜରରୁ ମୁକ୍ତ ହେଲା 'ଜୀନତ୍', ଶିମିଳିପାଳର କୋର୍ ଏରିଆକୁ ଗଲା ବାଘୁଣୀ
  • ||
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି, ଅପରାହ୍ଣ ୫ରୁ ରାତି ୯ଟା ଯାଏ ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାର ସକାଳ ସାଢ଼େ ୧୦ଟାରେ ସର୍ବଦଳୀୟ ବୈଠକ, ୨୬ରୁ ବିଧାନସଭା ଶୀତ ଅଧିବେଶନ
  • ||
  • ଗଜପତିରେ ଅପରେସନ ଗ୍ରୀନ କ୍ଲିନ୍ ଜାରି, ୬ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସଂସଦର ଶୀତକାଳୀନ ଅଧିବେଶନ, ଡିସେମ୍ବର ୨୦ ଯାଏ ଚାଲିବ: ୱାକଫ ସଂଶୋଧନ ବିଲ୍‌ ସମେତ ୧୬ଟି ବିଲ୍‌ ତାଲିକାଭୁକ୍ତ
  • ||
  • ଆସନ୍ତା ଦୁଇ ଦିନ ପରେ ଶୀତ କମିବ, ୧୫ ଡିଗ୍ରୀ ତଳେ ୧୮ଟି ସହରର ତାପମାତ୍ରା
  • ||
  • ଘନ କୁହୁଡ଼ି ସହ ଜାଡ଼ରେ ଥରୁଛି ସୁବର୍ଣ୍ଣପୁର, ୧୦ ଡିଗ୍ରୀ ତଳକୁ ଖସିଲା ପାରଦ
  • ||

ସୋମବାର ସକାଳ ସାଢ଼େ ୧୦ଟାରେ ସର୍ବଦଳୀୟ ବୈଠକ,୨୬ରୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର,୨୫/୧୧: ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ଆରମ୍ଭ ହେବ । ଏହା ପୂର୍ବରୁ  ସୋମବାର ସକାଳ ସାଢ଼େ ୧୦ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ । ଗୃହ କାର୍ଯ୍ୟ କେମିତି ସୁଚାରୁ ଭାବେ ଚାଲିପାରିବ, ସେ ନେଇ ସବୁ ଦଳର ବିଧାୟକଙ୍କ ସହ ଆଲୋଚନା କରିବେ  ବାଚସ୍ପତି । ସମସ୍ତଙ୍କର ସହଯୋଗ ଲୋଡ଼ିବେ । ଆସନ୍ତା  ଅଧିବେଶନରେ ଗୃହର ସମସ୍ତ କାର୍ଯ୍ୟ ବିଧି ଅନୁସାରେ  ସମ୍ପାଦନ ହେବ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ।  

ମଙ୍ଗଳାବର ଦିନ ୧୧ଟା ବେଳେ ବିଧାନସଭା ସୁରକ୍ଷା ବ୍ୟବସ୍ଥା ପାଇଁ କି ପଦକ୍ଷେପ ନିଆଯାଇଛି ତାହାର ଯାଞ୍ଚ  କରିବେ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର  ଖୁରାନିଆ । ଅଧିବେଶନ ଚାଲିଥିବା ବେଳେ ଭୁବନେଶ୍ୱରକୁ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଓ ତିନିଦିନିଆ ଡିଜିପି  ସମ୍ମିଳନୀ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି ।  ଏହି କାର୍ଯ୍ୟକ୍ରମ ଭିତରେ କିଭଳି ଗୃହର ସୁରକ୍ଷାକୁ ଠିକ  ଭାବେ ଧ୍ୟାନ ଦିଆଯିବ, ତାହା ଡିଜିପି ଅନୁଧ୍ୟାନ କରିବେ । 

ସୋମବାର ୧୧ଟା୪୫ରେ ବିଜେପିର ବିଧାୟକ ଦଳ  ବୈଠକ ଅନୁଷ୍ଠିତ ହେବ । ବିଜେପି ବିଧାୟକ ଦଳ ନେତା  ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି  ମନମୋହନ ସାମଲଙ୍କ ଉପସ୍ଥିତିରେ ବୈଠକ ହେବ ।  ବିରୋଧୀ ଦଳର ବିଭିନ୍ନ ପ୍ରଶ୍ନ ଓ ପ୍ରସଙ୍ଗକୁ ଦଳ କିଭଳି  ମୁକାବିଲା କରିବ, ସେ ନେଇ ରଣନୀତି ପ୍ରସ୍ତୁତ ହେବ । 

ଅପରାହ୍ଣ ୫ଟାରେ ଶଙ୍ଖ ଭବନରେ ବିଜେଡିର  ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ବିଜେଡି  ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କୁ  କିଭଳି ବିଭିନ୍ନ ପ୍ରସଙ୍ଗରେ ଘେରାଯିବ, ସେ ନେଇ ଦଳ  ରଣନୀତି ପ୍ରସ୍ତୁତ କରିବ । ବିଶେଷ କରି ଆମ୍ୱଟାକୁଆ ଜାଉ  ଖାଇ ମୃତ୍ୟୁ, ରାୟଗଡ଼ା ଓ ଖପ୍ରାଖୋଲରେ ଶିଶୁ ବିକ୍ରି,  ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ  ଆଇନଶୃଙ୍ଖଳା, ବାତ୍ୟା ସମୟରେ ପରିଚାଳନାରେ ତ୍ରୁଟି  ପ୍ରମୁଖ ପ୍ରସଙ୍ଗ ଗୃହରେ ଉଠିବ ବୋଲି ସୂଚନା ମିଳିଛି । 

ସନ୍ଧ୍ୟାରେ କଂଗ୍ରେସର ବିଧାୟକ ଦଳ ବୈଠକ ଅନୁଷ୍ଠିତ  ହେବ ବୋଲି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ  ସୂଚନା ଦେଇଛନ୍ତି । ବୈଠକରେ ଉପନେତା ଅଶୋକ କୁମାର  ଦାସ, ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମେତ  ସମସ୍ତ ବିଧାୟକ ଯୋଗ ଦେବେ ବୋଲି ସୂଚନା ମିଳିଛି । ବିଧାନସଭା ଶୀତ ଅଧିବେଶନ ଆସନ୍ତା ଡିସେମ୍ୱର ୩୧ ପର୍ଯ୍ୟନ୍ତ ଚାଲିବ । ଏଥିରେ ୩୦ଟି କାର୍ଯ୍ୟ ଦିବସ ରହିଛି। ୨୬ରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ  ପ୍ରଥମ ଅତିରିକ୍ତ ବଜେଟ୍‌ ଉପସ୍ଥାପନ ହେବ ।

  • PrameyaOdia
  • prameya
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.