ପ୍ରମୂଖ ଖବର
  • ଝାରସୁଗୁଡା : ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ଭୂକମ୍ପ ଝଟକାରେ ଥରିଲା ତ୍ରିପୁରା, ତୀବ୍ରତା ୩.୬ ରେକର୍ଡ
  • ||
  • ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ର ତଦନ୍ତ ଆରମ୍ଭ, ୩ଟି ମାମଲାର ହେବ ତନାଘନା
  • ||
  • ବାରିପଦା: ଏନକ୍ଲୋଜରରୁ ମୁକ୍ତ ହେଲା 'ଜୀନତ୍', ଶିମିଳିପାଳର କୋର୍ ଏରିଆକୁ ଗଲା ବାଘୁଣୀ
  • ||
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି, ଅପରାହ୍ଣ ୫ରୁ ରାତି ୯ଟା ଯାଏ ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାର ସକାଳ ସାଢ଼େ ୧୦ଟାରେ ସର୍ବଦଳୀୟ ବୈଠକ, ୨୬ରୁ ବିଧାନସଭା ଶୀତ ଅଧିବେଶନ
  • ||
  • ଗଜପତିରେ ଅପରେସନ ଗ୍ରୀନ କ୍ଲିନ୍ ଜାରି, ୬ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସଂସଦର ଶୀତକାଳୀନ ଅଧିବେଶନ, ଡିସେମ୍ବର ୨୦ ଯାଏ ଚାଲିବ: ୱାକଫ ସଂଶୋଧନ ବିଲ୍‌ ସମେତ ୧୬ଟି ବିଲ୍‌ ତାଲିକାଭୁକ୍ତ
  • ||
  • ଆସନ୍ତା ଦୁଇ ଦିନ ପରେ ଶୀତ କମିବ, ୧୫ ଡିଗ୍ରୀ ତଳେ ୧୮ଟି ସହରର ତାପମାତ୍ରା
  • ||
  • ଘନ କୁହୁଡ଼ି ସହ ଜାଡ଼ରେ ଥରୁଛି ସୁବର୍ଣ୍ଣପୁର, ୧୦ ଡିଗ୍ରୀ ତଳକୁ ଖସିଲା ପାରଦ
  • ||

ଗଜପତିରେ ଅପରେସନ ଗ୍ରୀନ କ୍ଲିନ୍ ଜାରି, ୬ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ମୋହନା,୨୫/୧୧: ଗଜପତି ଜିଲ୍ଲାରେ ଜାରି ରହିଛି ଅପରେସନ ଗ୍ରୀନ କ୍ଲିନ୍ । ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ । ରବିବାର ମୋହନା ଥାନା ଜିରାଙ୍ଗ ପଞ୍ଚାୟତ ଜୁରାପେଟା ଗାଁ ନିକଟରେ ଚଢାଉ କରି ୬ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । 

ଜୁରାପେଟା ଗାଁ ନିକଟସ୍ଥ ଜମିରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ହୋଇଥିବା ପୋଲିସ ସୂଚନା ପାଇଥିଲା । ସୂଚନା ପାଇ ଗଜପତି ଏସପିଙ୍କ ନର୍ଦ୍ଦେଶ କ୍ରମେ ଉକ୍ତ ସ୍ଥାନରେ ଚଢାଉ କରାଯାଇଥିଲା । ଏହି ଚଢାଉରେ ପ୍ରାୟ ୨୮ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରାଯାଇଛି । ଏହି ଚଢାଉରେ ପୋଲିସ, ଅବକାରୀ, ବନ ବିଭାଗ କର୍ମଚାରୀ ଓ ରାଜସ୍ୱ କର୍ମଚାରୀ ସାମିଲ ଥିଲେ । ଗତ ତିନି ଦିନ ମଧ୍ୟରେ ୩ ଟି ସ୍ଥାନରେ ଚଢ଼ାଉ କରି ୧୧୩ ଏକର ଜମିରେ ପ୍ରାୟ ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି  ।

ଶୁକ୍ରବାର କୁଟିମେରା ଗାଁ ନିକଟରେ ଚଢ଼ାଉ କରି ୪୨ ଏକର ଜମିରେ ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା । ସେହିପରି ଶନିବାର ନାରଙ୍ଗି ଗାଁ ନିକଟରେ ଚଢ଼ାଉ କରି ୪୩ ଏକର ଜମିରେ ୮ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.