ମୋହନା, ୧୫/୧୧ : ଗତ କିଛି ଦିନ ହେଲା ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳରେ ଘୁରି ବୁଲୁଛି ମହାବଳ ବାଘ l ଗୁରୁବାର ପର୍ଯ୍ୟନ୍ତ ଘୋଡ଼ାହାଡ଼ ଡ୍ୟାମ, ବାଦପୁର, ଜାନଆମ୍ବ ଓ ପୁରୁଣାପାଣି ଅଞ୍ଚଳରେ ବାଘ ବୁଲୁଥିବା ନେଇ ବନ ବିଭାଗ ସୂଚନା ଦେଇଥିଲା l
ଆଜି ଲଖlରୀ ଅଭୟlରଣ୍ୟ ପାଦଦେଶରେ ଥିବା ଆକିଲି ଫାର୍ମରେ ବାଘ ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଛି l ଖବରପାଇ ଚାନ୍ଦିପୁଟ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପାଦ ଚିହ୍ନ ଯାଞ୍ଚ କରିଛନ୍ତି l