ଭୁବନେଶ୍ଵର, ୨୫/୧୧ : ପ୍ରଦୂଷଣକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ତୀବ୍ର ଅସନ୍ତୋଷ। ଖଣି ମାଲିକ, ସରକାରୀ ଅଧିକାରୀଙ୍କୁ ମନ୍ତ୍ରୀଙ୍କ କଡ଼ା ତାଗିଦ୍। ସରକାରୀ ଯୋଜନା ଓ ନିୟମ କାର୍ଯ୍ୟକାରୀ ପାଇଁ ଦେଲେ ମାସକର ମହଲତ। ମାସକ ମଧ୍ୟରେ ନିୟମ ପାଳନ ନହେଲେ ହେବ କାର୍ଯ୍ୟନୁଷ୍ଠାନ । ICC ପକ୍ଷରୁ ଆୟୋଜିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏଭଳି ତାଗିଦ୍ କରିଛନ୍ତି।
ଏହି ସମୟରେ ମନ୍ତ୍ରୀ ଯୋଡ଼ା ବଡ଼ବିଲ ଅଞ୍ଚଳର ସ୍ଥିତି ବଖାଣି ଉଦବେଗ ପ୍ରକାଶ କରିଛନ୍ତି। ପରିବେଶ ମନ୍ତ୍ରୀ କହିଛନ୍ତି ଯେ, ୧୮ ହଜାର କୋଟି ଟଙ୍କା DMF ଫଣ୍ଡରେ ପଡ଼ିରହିଛି। DMF ଫଣ୍ଡର ସଦୁପଯୋଗ ହେଉନି। ଏହି ଅଞ୍ଚଳରେ ୧୪୧ ଖଣି ଅଛି। ୬୦ ରୁ ୭୦ ଶିଳ୍ପ ଅଛି। ମେଞ୍ଚା ମେଞ୍ଚା ଧୂଳି ଜମୁଛି। ହେଲେ ପାଣି ସିଞ୍ଚା ଯାଉନି। ମାଇନିଂ ଆକ୍ଟିଭିଟି ବଢୁଛି। ଆମକୁ ତ୍ରୁଟି ମାନିବାକୁ ପଡିବ। ଲୋକେ ଧୂଳିରେ ପୋତି ହେଉଛନ୍ତି। AC ରୁମରେ ବସି ଯୋଜନା ହେଉଛି, କାର୍ଯ୍ୟନ୍ଵୟନ ହେଉନି। ସମାଧାନ ବାହାର କରିବାର ଅଛି। ଅଫିସର ମେଞ୍ଚା ମେଞ୍ଚା ଯନ୍ତ୍ରୀ ଅଛନ୍ତି, ହେଲେ କାମ ହେଉନି। ଜଳ, ଜଙ୍ଗଲ ଆଉ ଜମିକୁ ସୁରକ୍ଷା ଦେବା ଉଚିତ୍।