କର୍ଣ୍ଣାଟକ, ୨୬।୬: ବ୍ୟାନ୍ ହେଲା ପାରାସିଟାମଲ ଟାବଲେଟ । ପାରାସିଟାମଲ 650mg ସମେତ ୧୫ଟି ଔଷଧକୁ ବ୍ୟାନ୍ କରାଯାଇଛି । ୧୪ଟି ବିଭିନ୍ନ କମ୍ପାନୀର ଔଷଧ ଗୁଣାତ୍ମକ ମାନ ପୂରଣ କରିନାହିଁ । ଯାହା ପରେ ରାଜ୍ୟ ସରକାର ଏହି ଔଷଧଗୁଡ଼ିକର ବିକ୍ରୟ, ବ୍ୟବହାର ଏବଂ ସଂରକ୍ଷଣକୁ ତୁରନ୍ତ ନିଷିଦ୍ଧ କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । କର୍ଣ୍ଣାଟକରେ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ଏଭଳି ସତର୍କତା ଜାରି କରାଯାଇଛି । ରିପୋର୍ଟ ମୁତାବକ, ୧୪ଟି ବିଭିନ୍ନ କମ୍ପାନୀର ଔଷଧ ଗୁଣାତ୍ମକ ମାନ ପୂରଣ କରିନାହିଁ । ତେଣୁ ରାଜ୍ୟ ସରକାର ଏହି ଔଷଧଗୁଡ଼ିକର ବିକ୍ରୟ, ବ୍ୟବହାର ଏବଂ ସଂରକ୍ଷଣକୁ ତୁରନ୍ତ ନିଷିଦ୍ଧ କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । State Food Safety and Drug Administration Department ଫାର୍ମାସି, ହୋଲସେଲର, ଡାକ୍ତର, ହସ୍ପିଟାଲ ଏବଂ ନର୍ସିଂ ହୋମଗୁଡ଼ିକୁ ଏହି ଚେତାବନୀ ଦେଇଛି । ଏହି ବିଭାଗ ସମସ୍ତ ସମ୍ପୃକ୍ତ ସଂସ୍ଥା ଗୁଡ଼ିକକୁ କହିଛି ଯେ, ଯଦି ସେମାନଙ୍କ ପାଖରେ ଏହି ସନ୍ଦିଗ୍ଧ ଔଷଧର ଷ୍ଟକ୍ ଅଛି, ତେବେ ତୁରନ୍ତ ନିକଟତମ ଔଷଧ ନିରୀକ୍ଷକ କିମ୍ବା ସହାୟକ ଔଷଧ ନିୟନ୍ତ୍ରକଙ୍କୁ ରିପୋର୍ଟ କରନ୍ତୁ ।
ନିମ୍ନମାନର ବୋଲି ଜଣାପଡ଼ିଥିବା ଔଷଧଗୁଡ଼ିକ ମଧ୍ୟରେ Compound Sodium Lactate Injection (Batch No KI124110) by Ultra Laboratories, Injection Solution by Tam Bran Pharmaceuticals, Pomol-650 (Paracetamol Tablets 650mg) by Aban Pharmaceuticals (Batch No 13-4536) and MITO Q7 Syrup by Bion Therapeutics India (Batch No CHS-40170) ଅନ୍ତର୍ଭୁକ୍ତ । କର୍ଣ୍ଣାଟକ ସରକାର ସାଧାରଣ ଜନତାଙ୍କୁ ମଧ୍ୟ ଏହି ବ୍ରାଣ୍ଡର ଔଷଧ ସେବନ ନ କରିବାକୁ ନିବେଦନ କରିଛନ୍ତି । ଯଦି ସେମାନଙ୍କ ପାଖରେ ଏପରି କୌଣସି ଔଷଧ ଅଛି, ତେବେ ତୁରନ୍ତ ଫେରାଇ ଦିଅନ୍ତୁ କିମ୍ବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ ବୋଲି କହିଛନ୍ତି ସରକାର ।