ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କରମଡ଼ିହି ଗଣହତ୍ୟା ମାମଲା, ୨୪ ଦିନ ପରେ ୭ ଅଭିଯୁକ୍ତ ଗିରଫ

Published By : Harapriya Sethi | November 22, 2024 11:33 AM

ସୁନ୍ଦରଗଡ଼, ୨୨/୧୧: ବହୁଚର୍ଚ୍ଚିତ କରମଡ଼ିହି ଗଣହତ୍ୟା ମାମଲାରେ ସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା । ୨୪ ଦିନ ପରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ସ୍ୱତନ୍ତ୍ର ଟିମ୍ । କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଲୁଚି ରହିଥିବା ବେଳେ ଗିରଫ କଲା ସୁନ୍ଦରଗଡ ପୋଲିସ ।

ସୂଚନା ମୁତାବକ, ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କରମଡ଼ିହି ଗୀତାପଡ଼ା ପଡ଼ିଆରେ ବସ୍ତିରେ ମହାରାଷ୍ଟ୍ରରୁ ଆସି ଡେରା ପକାଇଥିବା ଯାଯାବର ପରିବାର ଉପରେ ଅକ୍ଟୋବର ୨୯ ତାରିଖ ରାତି ପ୍ରାୟ ୧୧ଟାରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଚାରିଜଣ ମୁଖାଧାରୀ ଦୁର୍ବୃତ୍ତ ତମ୍ବୁ ଭିତରେ ପଶି ମାରଣାସ୍ତ୍ରରେ ଆଖିବୁଜା ଆକ୍ରମଣ କରିଥିଲେ । ଏଥିରେ ତିନି ମହିଳାଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ମହାରାଷ୍ଟ୍ର-କର୍ଣ୍ଣାଟକର ଦୁଇ ଯାଯାବର ଗୋଷ୍ଠୀ  ମଧ୍ୟରେ ଲାଗି ରହିଥିବା ବିବାଦ ଓ ପରକୀୟା ପ୍ରୀତିରୁ ଏଭଳି  ଗଣହତ୍ୟା ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ୍‌ ଅନୁମାନ କରିଥିଲା ।  

ହତ୍ୟାକାରୀଙ୍କୁ ଧରିବା ଏବଂ ଅପହରଣ ଶିକାର ମହିଳା ଓ ଶିଶୁଙ୍କୁ ଉଦ୍ଧାର କରିବାକୁ ୧୬ଟି ପୋଲିସ ଟିମ୍‌ ଗଠନ କରାଯାଇଥିଲା । ତନ୍ମଧ୍ୟରୁ ଗୋଟିଏ ଟିମ୍‌ ଛତିଶଗଡ଼ ଓ ଅନ୍ୟ ଏକ ଟିମ୍‌ ଝାଡ଼ଖଣ୍ଡକୁ  ଯାଇଥିଲା । ସେଠାରୁ ପୋଲିସ ଖାଲି ହାତରେ ଫେରିଥିଲା । ଅନ୍ୟ ୧୪ ଟିମ୍‌ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥଲା । ହତ୍ୟାକାରୀଙ୍କ ଲିଙ୍କ୍‌ ମହାରାଷ୍ଟ୍ର କିମ୍ବା କର୍ଣ୍ଣାଟକର ଯାଯାବରଙ୍କ ସମ୍ପୃକ୍ତି ଥିବା ଜାଣି ଓଡ଼ିଶାରେ ଯେଉଁ ସବୁ ଅଞ୍ଚଳରେ ମହାରାଷ୍ଟ୍ର ଓ କର୍ଣ୍ଣାଟକର ଯାଯାବର ପରିବାର ରହୁଛନ୍ତି, ସେଠାକୁ ଯାଇ ପୋଲିସ ଟିମ୍‌ ତଦନ୍ତ କରିଥିଲା । ଘଟଣା ଘଟିବାର ୨୪ ଦିନ ପରେ ୭ ଜଣ ଅଭିଯୁକ୍ତଙ୍କୁ କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ଗିରଫ କରିଛି ସୁନ୍ଦରଗଡ଼ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.