ପ୍ରମୂଖ ଖବର
  • କଟକରେ ୩ ଜଣ ପାକିସ୍ତାନୀ ଚିହ୍ନଟ, ସମସ୍ତଙ୍କୁ କମିଶନରେଟ ପୋଲିସ ପକ୍ଷରୁ ନୋଟିସ ଜାରି
  • ||
  • ଏପ୍ରିଲ ୨୯ ରୁ ବନ୍ଦ ରହିବ ରତ୍ନଭଣ୍ଡାର ମାରାମତି କାର୍ଯ୍ୟ, ଜରୁରୀ ବୈଠକରେ ନିଆଗଲା ନିଷ୍ପତ୍ତି
  • ||
  • ନବ ଦାସ ହତ୍ୟା ମାମଲା: ଗୋପାଳଙ୍କ ପତ୍ନୀଙ୍କ ପରେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ
  • ||
  • ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ, ରାଜଧାନୀରେ ଅଛନ୍ତି ଜଣେ ମହିଳା: ଦେଶ ଛାଡ଼ିବା ପାଇଁ ନୋଟିସ୍‌
  • ||
  • ବାଙ୍କୀ : ମଦ୍ୟପ ବରଯାତ୍ରୀଙ୍କ ଲଙ୍କାକାଣ୍ଡ, ଖଣ୍ଡା ଧରି ଗୋଡ଼ାଇଲେ ହାଣିବାକୁ
  • ||
  • ବଳରାମପୁର ଗାଁରେ ଅଘଟଣ: ନଡ଼ିଆ ଗଛ ଭାଙ୍ଗି ପଡ଼ିବାରୁ ଚାଲିଗଲା ମହିଳାଙ୍କ ଜୀବନ, ୪ ଗୁରୁତର
  • ||
  • OAS ସ୍ତରରେ ଛୋଟ ଧରଣର ଅଦଳବଦଳ, ବଦଳିଲେ ୧୧ ଓଏଏସ୍‌ ଅଫିସର
  • ||
  • ସୁନ୍ଦରଗଡ଼ : ଟ୍ରକ୍‌କୁ ଧକ୍କା ଦେଲା ହାଇୱା, ଜଣେ ମୃତ
  • ||
  • ଶନିବାର ରୋଜଗାର ମେଳା: ଭୁବନେଶ୍ୱର ସମେତ ଦେଶର ୪୭ଟି ସ୍ଥାନରେ ଆୟୋଜନ, ଉଦଘାଟନ କରିବେ ମୋଦି
  • ||
  • ରାଜ୍ୟରେ ତତାଇବ ତାତି, ଆଜି ୪ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ଆଲର୍ଟ, ଉପକୂଳରେ ଗୁଳୁଗୁଳି, ରବିବାରଠୁ ବର୍ଷା
  • ||
  • କୋଣାର୍କ ବସ୍‌ ଷ୍ଟାଣ୍ଡରେ ଜଳିଗଲା ୨ଦୋକାନ, କାରଣ ଅସ୍ପଷ୍ଟ
  • ||

ଜାନୁଆରୀ-ମାର୍ଚ୍ଚ ତ୍ରୈମାସିକରେ ଜିଓ ପ୍ଲାଟଫର୍ମସର ନେଟ୍ ଲାଭ ୨୫.୭ ପ୍ରତିଶତ ବୃଦ୍ଧି ପାଇ ୭,୦୨୨ କୋଟି ଟଙ୍କା ହୋଇଛି

Published By : Prameya | April 25, 2025 10:22 PM

ମୁମ୍ବାଇ / ଭୁବନେଶ୍ୱର, ୨୫/୪ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ୍ ଉଦ୍ୟୋଗ ଜିଓ ପ୍ଲାଟଫର୍ମସ ଆଜି ୨୦୨୪-୨୫ ଆର୍ଥିକ ବର୍ଷର ଚତୁର୍ଥ ବା ଶେଷ ତ୍ରୈମାସିକର ଆର୍ଥିକ ଫଳାଫଳ ଘୋଷଣା କରିଛି। ଜାନୁଆରୀରୁ ମାର୍ଚ୍ଚ ୨୦୨୫ ଯାଏଁ ରହିଥିବା ଏହି ତ୍ରୟମାସରେ ଜିଓ ପ୍ଲାଟଫର୍ମସର ନେଟ ଲାଭ ୨୫.୭ ପ୍ରତିଶତ ବୃଦ୍ଧି ପାଇ ୭,୦୨୨ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । କମ୍ପାନୀ ଗତ ବର୍ଷ ସମାନ ସମୟରେ ୫,୫୮୭ କୋଟି ଟଙ୍କାର ନେଟ ଲାଭ ହାସଲ କରିଥିଲା।

ମାର୍ଚ୍ଚ ୨୦୨୫ ତ୍ରୈମାସିକରେ ଜିଓର ପ୍ରତି ଉପଭୋକ୍ତା ହାରାହାରି ମାସିକ ରାଜସ୍ୱ (ଆରପୁ) ୧୩.୫ ପ୍ରତିଶତ ବୃଦ୍ଧି ପାଇ ୨୦୬.୨ ଟଙ୍କା ହୋଇଛି, ଯାହା ମାର୍ଚ୍ଚ ୨୦୨୪ ତ୍ରୈମାସିକରେ ୧୮୧.୭ ଟଙ୍କା ରହିଥିଲା। ଏହି ତ୍ରୈମାସିକରେ ଜିଓ ୬୧ ଲକ୍ଷରୁ ଅଧିକ ଉପଭୋକ୍ତା ଯୋଡିବା ସହିତ ମାର୍ଚ୍ଚ ୩୧ ସୁଦ୍ଧା ଜିଓର ମୋଟ ଉପଭୋକ୍ତା ସଂଖ୍ୟା ୪୮.୮୨ କୋଟି ରହିଥିଲା। ଜିଓର ୫ଜି ଉପଭୋକ୍ତା ସଂଖ୍ୟା ମାର୍ଚ୍ଚ ଶେଷ ସୁଦ୍ଧା ୧୯ କୋଟିରୁ ଅଧିକ ରହିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଜିଓର ପ୍ରତି ଉପଭୋକ୍ତା ହାରାହାରି ମାସିକ ଡାଟା ବ୍ୟବହାର ୩୩.୬ ଜିବି ହୋଇଥିବା ବେଳେ ମୋଟ ଡାଟା ଟ୍ରାଫିକ ଗତ ବର୍ଷ ତୁଳନାରେ ୧୯.୬ ପ୍ରତିଶତ ବୃଦ୍ଧି ପାଇ ଚତୁର୍ଥ ତ୍ରୈମାସିକରେ ୪୮.୯ ବିଲିଅନ ଜିବି ହୋଇଥିବା ଜଣାପଡିଛି ।

ମାର୍ଚ୍ଚ ୩୧, ୨୦୨୫ ରେ ଶେଷ ହୋଇଥିବା ଆର୍ଥିକ ବର୍ଷ ପାଇଁ, ଜିଓର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨୨ ପ୍ରତିଶତ ବୃଦ୍ଧି ପାଇ ୨୬,୧୨୦ କୋଟି ଟଙ୍କା ହୋଇଛି ଯାହା ପୂର୍ବ ବର୍ଷ ଏହି ଅବଧିରେ ୨୧,୪୩୪ କୋଟି ଟଙ୍କା ଥିଲା। ୨୦୨୪-୨୦୨୫ ଆର୍ଥିକ ବର୍ଷରେ ଜିଓ ପ୍ଲାଟଫର୍ମସର ପରିଚାଳନାଗତ ରାଜସ୍ୱ ପ୍ରାୟ ୧୭ ପ୍ରତିଶତ ବୃଦ୍ଧି ପାଇ ୧,୨୮,୨୧୮ କୋଟି ଟଙ୍କା ହୋଇଛି ଯାହା ଆର୍ଥିକ ବର୍ଷ ୨୦୨୩-୨୪ ରେ ୧,୦୯,୫୫୮ କୋଟି ଟଙ୍କା ରହିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.