ପ୍ରମୂଖ ଖବର
  • କଟକ : ଲାଞ୍ଚ ନେବା ହେଲା କାଳ, ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ, ଅମିନ
  • ||
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଇତିହାସ ରଚିଲେ ଜାହ୍ନବୀ ଡାଙ୍ଗେତି, ନାସା ପ୍ରୋଗ୍ରାମ ଶେଷ କରିଥିବା ପ୍ରଥମ ଭାରତୀୟ, ୨୦୨୯ରେ ଯିବେ ମହାକାଶ

Published By : Rasmita Pradhan | June 26, 2025 11:51 AM

ନୂଆଦିଲ୍ଲୀ, ୨୬/୬ : ଜାହ୍ନବୀ ଡାଙ୍ଗେତି... ଜଣେ ପ୍ରେରଣା, ଏକ ଆଶା ଏବଂ ମହିଳା ସଶକ୍ତିକରଣର ଉଦାହରଣ। ସେହି ଝିଅମାନଙ୍କ ପାଇଁ, ଯେଉଁମାନେ କେବଳ ସ୍ଵପ୍ନ ଦେଖନ୍ତି, ହେଲେ ଏହାକୁ ବାସ୍ତବ ରୂପ ଦେବାକୁ ଆତ୍ମବିଶ୍ଵାସ ଦେଖାଇ ପାରନ୍ତିନି। ସମାଜ, ପରିସ୍ଥିତି ଏବଂ ସୀମାରେଖାକୁ ଦାୟୀ କରି ଭାଗ୍ୟକୁ ଆଦରି ନିଅନ୍ତି। ସ୍ଵପ୍ନକୁ ପୁଟୁଳିରେ ସାଉଁଟି ଦିଅନ୍ତି। ତେବେ କିଏ ଏହି ଜାହ୍ନବୀ ? ଯିଏ ମାତ୍ର ୨୩ ବର୍ଷ ବୟସରେ ରଚିଲେ ଇତିହାସ। ନାସା ପ୍ରୋଗ୍ରାମ ଶେଷ କରିଥିବା ପ୍ରଥମ ଭାରତୀୟ। ୨୦୨୯ରେ ଯିବେ ମହାକାଶ। 

ଆନ୍ଧ୍ରପ୍ରଦେଶର ଏକ ଛୋଟ ସହର ପଲକୋଲ୍ଲୁରେ ଜନ୍ମିତ ଜାହ୍ନବୀ ଡାଙ୍ଗେତି। ମାତ୍ର ୧୧ ବର୍ଷ ବୟସରେ ଅନ୍ତରୀକ୍ଷରେ ଉଡ଼ିବାକୁ ସ୍ବପ୍ନ ଦେଖିଥିଲେ। ଆଈମା କାହାଣୀରେ ତାରା ଗଣିବାଠୁ ନେଇ ମହାକାଶରେ ତାରା ଛୁଇଁବାକୁ ପଣ କରିଥିଲେ। ମହାକାଶପ୍ରେମୀ ଜାହ୍ନବୀ ପଲାକୋଲ୍ଲୁରେ ମାଧ୍ୟମିକ ଶିକ୍ଷା ଶେଷ କରି ପଞ୍ଜାବ ସ୍ଥିତ ଲଭ୍‌ଲୀ ପ୍ରଫେସନାଲ ୟୁନିଭର୍ସିଟିରେ ସ୍ନାତକ ଶେଷ କରିଥିଲେ । ଜାହ୍ନବୀ ଦୀର୍ଘ ଦିନ ଧରି ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ, ମ୍ୟାଥମେଟିକ୍ସ ଏବଂ ଅନ୍ତରୀକ୍ଷ ଅନୁସନ୍ଧାନ ସହ ଜଡ଼ିତ ଅଛନ୍ତି। ସେ ଜିରୋ ଗ୍ରାଭିଟି, ହାଇ ଅଲଟିଟ୍ୟୁଡ୍ ମିଶନ, ସ୍ପେସ୍ ସୁଟ୍ ଅପରେସନ, ଏବଂ ପ୍ଲେନେଟାରୀ ସିମ୍ୟୁଲେସନ ଭଳି କ୍ଷତ୍ରରେ ପ୍ରଶିକ୍ଷଣ ପ୍ରାପ୍ତ କରିଛନ୍ତି। ଏତଦ୍ ବ୍ୟତୀତ ସେ ନାସାର ଇଣ୍ଟରନ୍ୟାସନାଲ ଏୟାର ଆଣ୍ଡ ସ୍ପେସ୍ ପ୍ରୋଗ୍ରାମରେ ଚୟନ ହୋଇଥିବା ପ୍ରଥମ ଭାରତୀୟ ହୋଇପାରିଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ଚୟନ ଟାଇଟନ୍ସ ସ୍ପେସ୍‌ର ଉଦ୍‌ଘାଟନୀ କକ୍ଷୀୟ ମିଶନରେ ଅଂଶଗ୍ରହଣ ପାଇଁ ଜାହ୍ନବୀଙ୍କ ମାର୍ଗ ପ୍ରଶସ୍ତ କରିଛି । ଏହି ଆମେରିକୀୟ ମିଶନ ୨୦୨୯ ମାର୍ଚ୍ଚ ପାଇଁ ଧାର୍ଯ୍ୟ ହୋଇଛି। ଏହି ମିଶନରେ, ସେ ପୃଥିବୀକୁ ଦୁଇଥର ପରିକ୍ରମା କରିବେ। ସେ ୩ ଘଣ୍ଟା ପାଇଁ ଶୂନ୍ୟ ଗୁରୁତ୍ୱାକର୍ଷଣରେ ଭାସିବେ ଏବଂ ଗୋଟିଏ ଦିନରେ ଦୁଇଟି ସୂର୍ଯ୍ୟୋଦୟ ଏବଂ ଦୁଇଟି ସୂର୍ଯ୍ୟାସ୍ତ ଦେଖିବେ। ଏଥିପାଇଁ ସେ ୩ ବର୍ଷର ପ୍ରଶିକ୍ଷଣ ନେବେ। ନାସାର ପ୍ରବୀଣ ମହାକାଶଚାରୀ ଏବଂ ଅବସରପ୍ରାପ୍ତ ଆମେରିକୀୟ ସେନା କର୍ଣ୍ଣେଲ ୱିଲିୟମ୍ ମ୍ୟାକଆର୍ଥର୍ ଜୁନିଅର ଏହି ମିଶନର ନେତୃତ୍ୱ ନେବେ। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.