ପ୍ରମୂଖ ଖବର
  • ବାଲିପାଟଣା : ମାଆକୁ କୁଟୁରୀରେ ହାଣି ହତ୍ୟା କଲା ପୁଅ
  • ||
  • ପୁରୀ : ହୋଟେଲ ରୁମ ଭିତରୁ ୨ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ବ୍ୟକ୍ତିଗତ ମାଲିକାନାରେ ଝାଙ୍କରବାହାଲି, ବିସ୍ଥାପନ ଭୟରେ ୭୦ ପରିବାର

Published By : Manoj | August 3, 2025 2:21 PM

ସମ୍ବଲପୁର, ୦୩/୦୮ (ଯଜ୍ଞଦତ୍ତ ଜ୍ୟୋତିଷ): କାହିଁ କେତେ ପିଢ଼ିରୁ ଗାଁରେ ରହୁଛୁ । ଅଣଜେଜେ, ଜେଜେ ଘର ତିଆରି  କରିଛନ୍ତି । କେବେ କିଛି ଅସୁବିଧା ନ ଥିଲା । ୨୦୧୭  ମସିହାରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଗାଁକୁ ଆସିଲେ ।  କହିଲେ, ଗାଁ ତାଙ୍କର । ତୁରନ୍ତ ଘର ଖାଲି କର । ଗ୍ରାମରେ  ୭୦ ପରିବାର ରହୁଛୁ । କାହାରି ନାଁରେ ଜମି ଖଣ୍ଡିଏ ନାହିଁ ।  ୮ବର୍ଷ ହେଲା ଗାଁରେ କୌଣସି ନିର୍ମାଣ କାମ ହୋଇପାରୁନି । ରାସ୍ତା ନାହିଁ କି ପାଣି ଆସୁନି । ଘର ଭାଙ୍ଗିବାକୁ ବସିଲାଣି ।  ତଥାପି କଷ୍ଟରେ ବଞ୍ଚିଛୁ । ଏଭଳି ସାଂଘାତିକ ଅଭିଯୋଗ  କରିଛନ୍ତି ସମ୍ବଲପୁର ଜିଲ୍ଲା ମାନେଶ୍ୱର ତହସିଲ ବଦୁଆପାଲି  ପଞ୍ଚାୟତ ଝାଙ୍କରବାହାଲିର ୮୦ ବର୍ଷୀୟ ବୃଦ୍ଧା ବିହାରୀ ରାୟ । 

 ଝାଙ୍କରବାହାଲି ଗ୍ରାମରେ ରହୁଛନ୍ତି ପ୍ରାୟ ୭୦ ପରିବାର ।  ଜନସଂଖ୍ୟା ୩୦୦ । ଏମାନଙ୍କ ମଧ୍ୟରୁ ୩ଟି ପରିବାର  ଆଦିବାସୀ । ଅନ୍ୟମାନେ ଦଳିତ ବର୍ଗର । ସମସ୍ତେ ଭୂମିହୀନ ।  କିନ୍ତୁ ପିଢ଼ି ପରେ ପିଢ଼ି ସେମାନେ ଝାଙ୍କରବାହାଲିରେ ରହି  ଆସୁଛନ୍ତି । ଗାଁକୁ କେବେ ଆସିଥିଲେ କେହି ଠିକ୍‌ ଭାବେ କହିପାରୁ  ନ ଥିଲେ ମଧ୍ୟ ବାପା, ଦାଦା ଏଠାରେ ଜନ୍ମ ହୋଇଥିବା କହିଛନ୍ତି ।  କିନ୍ତୁ ୨୦୧୭ ମସିହା ପରେ ସେମାନେ ବିସ୍ଥାପନ ଭୟରେ  ଜୀବନ ବିତାଉଛନ୍ତି । କାରଣ ବଦୁଆପାଲିର ଜଣେ ବ୍ୟକ୍ତି ଗାଁ  ଉପରେ ନିଜର ମାଲିକାନା ଦାବି କରୁଛନ୍ତି । ସମ୍ପୂର୍ଣ୍ଣ ଗ୍ରାମ ତାଙ୍କ  ନାମରେ ରେକର୍ଡଭୁକ୍ତ ଥିବା କହି ତୁରନ୍ତ ଘର ଖାଲି କରିବାକୁ  ଧମକାଉଛନ୍ତି³ ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଗ୍ରାମବାସୀ ।  

ଝାଙ୍କରବାହାଲିର ରାମନନ୍ଦନ ନାଏକ (୬୬) କହିଛନ୍ତି,  ୨୦୧୭ପରଠୁ ଗାଁରେ କୌଣସି ନିର୍ମାଣ ହୋଇପାରୁନି । ବିକାଶ  କାର୍ଯ୍ୟରେ ଗାଁର ମାଲିକାନା ଦାବି କରୁଥିବା ବ୍ୟକ୍ତି ବାଧକ  ସାଜୁଛନ୍ତି । ରାସ୍ତା ପାଇଁ ଟଙ୍କା ଆସି ଫେରିଗଲା । ନଳକୂଅ ପାଇଁ  ଆସିଥିବା ଗାଡ଼ିକୁ ଫେରାଇଦେଲେ । ଘରକୁ ସଜାଡ଼ିବାକୁ  ଦେଉନାହାନ୍ତି । ଫଳରେ ଭଙ୍ଗାଦଦରା ଘରେ ରହିବାକୁ  ପଡ଼ୁଛି । କେତେବେଳେ କାହାର ଜୀବନ ପଳାଇବ ଠିକ  ନାହିଁ । ବର୍ଷ ବର୍ଷ ଧରି ବଢ଼ିଥିବା ଗାଁରୁ ଏବେ ଯିବୁ କୁଆଡ଼େ  ବୋଲି ସେ ପ୍ରଶ୍ନ କରିବା ସହ ଥଇଥାନ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି । ଗ୍ରାମର ଗୁଣବନ୍ତ ଭୋଇ ମଧ୍ୟ ସମାନ  କଥା ଦୋହରାଇଛନ୍ତି । ୨୦୧୮-୧୯ରେ ୫୨ଟି ପରିବାରକୁ  ଅନ୍ୟତ୍ର ବିଜୁ ପକ୍କା ଘର ଦେବାକୁ ପ୍ରଶାସନ କହିଥିଲା । ଉକ୍ତ  ପ୍ରକଳ୍ପ ଅଧାପନ୍ତରିଆ ହୋଇପଡ଼ିଛି । ଘର ନିର୍ମାଣ ସମ୍ପୂର୍ଣ୍ଣ  ହୋଇପାରି ନ ଥିବାରୁ ସେଠାକୁ ମଧ୍ୟ ଯାଇପାରୁନୁ । ସରକାର  ଏଥିରେ ହସ୍ତକ୍ଷେପ କରିବାକୁ ଗୁଣବନ୍ତ ଦାବି କରିଛନ୍ତି ।   

ଘଟଣା ସମ୍ପର୍କରେ ମାନେଶ୍ୱର ତହସିଲଦାର  ବ୍ରଜକିଶୋର ସାହୁ କହିଛନ୍ତି, ବଦୁଆପାଲି ଅଞ୍ଚଳରେ ଏଭଳି  ଅଭିଯୋଗ ହୋଇଛି । ସେମାନଙ୍କ ପାଖରେ ପଟ୍ଟା ଅଛି  କି ନାହିଁ ଜାଣିନି । ୧୯୭୫-୭୬ ମସିହାରେ ସେମାନଙ୍କୁ  ସିଲିଂରେ ଏହି ଜାଗା ମିଳିଥିଲା । ସିଲିଂ ଜମି ବନ୍ଦୋବସ୍ତ  ସମୟରେ ସେମାନେ କୌଣସି ଦସ୍ତାବିଜ ଦେଖାଇପାରି  ନ ଥିଲେ । ଚକବନ୍ଦୀ ବନ୍ଦୋବସ୍ତରେ ଜମି ଅନ୍ୟ କାହା  ପାଖକୁ ଚାଲିଯାଇଥିବା ଅନୁମାନ କରାଯାଉଛି । ମାମଲାଗୁଡ଼ିକ  ଆଡିସିନାଲ୍‌ କମିଶନରଙ୍କ କୋର୍ଟରେ ବିଚାରାଧୀନ ରହିଛି ।  ଏବେ ପର୍ଯ୍ୟାୟକ୍ରମେ ରିପୋର୍ଟ ପ୍ରଦାନ କରୁଛୁ । ୨୫ରୁ ଊଦ୍ଧ୍ୱର୍  ମାମଲାର ରିପୋର୍ଟ ଆର୍‌ଆଇ ଦେଇସାରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.