ପ୍ରମୂଖ ଖବର
  • ମେଡିସିନ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ
  • ||
  • ସରକାରୀ ନିର୍ଦ୍ଦେଶକୁ ଅବମାନନା କରିବା ପଡ଼ିଲା ମହଙ୍ଗା, ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ
  • ||
  • ସରକାରୀ ନିର୍ଦ୍ଦେଶକୁ ଅବମାନନା କରିବା ପଡ଼ିଲା ମହଙ୍ଗା, ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ
  • ||
  • ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ର ଶେଷ ଦିନ, ୧୦ଟି ସେସନ୍‌ ଉପରେ ହେବ ଆଲୋଚନା
  • ||
  • ଜନତା ମଇଦାନ ସମ୍ମୁଖରେ କାର୍‌ ଦୁର୍ଘଟଣାଗ୍ରସ୍ତ, ଏୟାରବ୍ୟାଗ୍‌ ବଞ୍ଚାଇଦେଲା ୨ ଜୀବନ
  • ||

ଯମୁନାରେ ବିଷାକ୍ତ ଜଳ କଥା ଭୁଲ୍‌ ; ଅରବିନ୍ଦ କେଜ୍ରିୱାଲଙ୍କ ଦାବିକୁ ଦିଲ୍ଲୀ ଜଳ ବୋର୍ଡ କହିଲା ମିଛ

Published By : Prameya | January 27, 2025 10:38 PM

ନୂଆଦିଲ୍ଲୀ : ଦିଲ୍ଲୀ ଜଳ ବୋର୍ଡ ଯମୁନା ପାଣିରେ ବିଷାକ୍ତ କଥାକୁ ଭୁଲ ଦର୍ଶାଇଛି। ଅରବିନ୍ଦ କେଜ୍ରିୱାଲ ସୋମବାର ବିଜେପି ଉପରେ ଗୁରୁତର ଅଭିଯୋଗ ଲଗେଇଛନ୍ତି କି, ବିଜେପିର ହରିଆଣା ସରକାର ଯମୁନାର ପାଣିକୁ ବିଷାକ୍ତ କରି ଦେଇଛନ୍ତି, ଯାହାକି ଲୋକଙ୍କ ଜୀବନ ଚାଲି ଯାଇଛି ଏବଂ ଏହାର ଦୋଷ ଆପ୍‌ ଉପରକୁ ଆସିଛି। କେଜ୍ରିୱାଲ ଏହା ମଧ୍ୟ ଦାବି କରିଛନ୍ତି କି, ଦିଲ୍ଲୀ ଜଳବୋର୍ଡର ସତର୍କତା କାରଣରୁ ବିଷାକ୍ତ ଜଳ ପାନୀୟ ଜଳରେ ମିଶିବାରୁ ରକ୍ଷା ପାଇଛି। ଏବେ ଦିଲ୍ଲୀ ଜଳବୋର୍ଡ ପକ୍ଷରୁ କେଜ୍ରିୱାଲଙ୍କ ଦାବିକୁ ଭୁଲ୍‌ ଦର୍ଶାଇବା କାରଣରୁ ମାମଲାରେ ନୂଆ ମୋଡ୍‌ ଆସିଛି। 

ଦିଲ୍ଲୀ ଜଳବୋର୍ଡର ସିଇଓ ଶିଳ୍ପା ଶିନ୍ଧେ ମୁଖ୍ୟ ସଚିବଙ୍କୁ ଚିଠି ଲେଖି କହିଛନ୍ତି କି, ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କର ଏହି ଅଭିଯୋଗ କି ହରିଆଣା ଦିଲ୍ଲୀରେ ପହଞ୍ଚୁଥିବା ଯମୁନାର ଜଳରେ ବିଷାକ୍ତ ଛାଡ଼ୁଛି। ଏହା ତଥ୍ୟାତ୍ମକ ରୂପେ ଭୁଲ , ଭିତ୍ତିହୀନ ଓ ବିଭ୍ରାନ୍ତକାରୀ । ଏହିପରି ମିଛ ବୟାନରେ ଦିଲ୍ଲୀର ଲୋକଙ୍କ ଠାରେ ଭୟ ସୃଷ୍ଟି ହୋଇଥାଏ। ଖାଲି ଏତିକି ନୁହେଁ ଯମୁନା ସହ ଲାଗି ରହିଥିବା ରାଜ୍ୟ ଗୁଡ଼ିକ ସହ ସମ୍ୱନ୍ଧ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡିଥାଏ।

ଦିଲ୍ଲୀ ଜଳବୋର୍ଡର ସିଇଓ ଶିଳ୍ପା ସିନ୍ଦେ ମୁଖ୍ୟ ସଚିବଙ୍କୁ କହିଛନ୍ତି କି, ସେ ଏହି ମାମଲାକୁ ଏଲଜି ଭିକେ ସକ୍ସେନାଙ୍କ ଧ୍ୟାନକୁ ଆଣିଛନ୍ତି, କାରଣ ଏଥିରେ ଅନ୍ତଃରାଜ୍ୟ ସମ୍ୱନ୍ଧ ଉପରେ ପ୍ରଭାବ ପଡ଼ିଥାଏ। ଦିଲ୍ଲୀ ଜଳବୋର୍ଡର ସିଇଓ ଶିଳ୍ପା ସିନ୍ଦେଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ ଏହି ବିଷୟରେ ଚିଠି ଜାରି କରାଯାଇଛି। ଏହି ଚିଠି ବିଜେପିର ମିଡ଼ିଆ ପ୍ରଭାରୀ ଅମିତ ମାଲଭିୟଙ୍କ ପକ୍ଷରୁ ମଧ୍ୟ ସେୟାର କରାଯାଇଛି।

ଦିଲ୍ଲୀ ଜଳବୋର୍ଡର ସିଇଓ ଶିଳ୍ପାସିନ୍ଦେ ଚିଠିରେ କହିଛନ୍ତି କି ଅରବିନ୍ଦ କେଜ୍ରିୱାଲଙ୍କ ମିଡ଼ିଆରେ ଦିଆଯାଇ ଥିବା ସେହି ବୟାନ ଆଡ଼କୁ ଧ୍ୟାନ ଆକର୍ଷଣ କରାଯାଏ , ଯେଉଁଥିରେ ସେ ଅଭିଯୋଗ ଲଗେଇଛନ୍ତି କି, ହରିଆଣା ସରକାର ଦିଲ୍ଲୀ ପହଞ୍ଚୁ ଥିବା ଜଳରେ ବିଷାକ୍ତ ଛାଡ଼ି ଦେଇଛି। ଖାଲି ଏତିକି ନୁହେଁ ମାନନୀୟ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ପକ୍ଷରୁ ମଧ୍ୟ ନିର୍ବାଚନ ଆୟୋଗକୁ ଏକ ଚିଠି ଲେଖା ଯାଇଛି। ଏଥିରେ ଅଭିଯୋଗ ଗୁଡ଼ିକୁ 'ଜଳ ଆତଙ୍କବାଦ' ଭାବେ ଦର୍ଶାଯାଇଛି। 

ବର୍ତ୍ତମାନ ସମୟରେ ବଜିରାବାଦ ପୋଖରୀରେ ଯମୁନାର ପାଣିରେ ଆମୋନିଆର ମାତ୍ରା ପାଖାପାଖି ୬.୫ ପିପିଏମ ଅଛି। ଏଥିରେ ବଜିରାବାଦ ଓ ଚନ୍ଦ୍ରାବଲ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟଗୁଡ଼ିକ ମଧ୍ୟରେ ଉତ୍ପାଦନ ପାଖାପାଖି ୧୫ରୁ ୨୦ ପ୍ରତିଶତ କମୁଛି। ବଜିରାବାଦ ପୋଖରୀ ଉପରେ କରାଯାଇ ଥିବା ଯାଞ୍ଚର ଆମୋନିଆର ମାତ୍ରାରେ ହ୍ରାସ ଦେଖିବାକୁ ମିଳିଛି। ଆଶା କି ଆଗାମୀ କିଛି ଦିନରେ ବଜିରାବାଦ ପ୍ଲାଣ୍ଟରେ ଆମୋନିଆର ସ୍ତର କମ୍‌ ହୋଇଯିବ। ଏଥିରେ ପୁଣି ଥରେ ପାଣିର ଉତ୍ପାଦନ ସାଧାରଣ ହୋଇଯିବ।

ମୁଖ୍ୟସଚିବଙ୍କୁ ସମ୍ୱୋଧିତ ଚିଠିରେ କୁହାଯାଇଛି କି ,ଏହି ମାମଲା ଆପଣଙ୍କ ଧ୍ୟାନକୁ ଅଣାଯାଉଛି। ଏହିପରି ମିଛ ବୟାନରେ ଦିଲ୍ଲୀର ନିବାସୀ ଭୟଭୀତ ହେଉଛନ୍ତି। ଏହାସହ ଉପରୀ ତଟବର୍ତ୍ତୀ ରାଜ୍ୟ ହରିଆଣା ସହ ସମ୍ୱନ୍ଧ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ିଥାଏ । ଏହା ଦେଖି ଏହି ମାମଲାରେ ଅନ୍ତଃରାଜ୍ୟ ସମ୍ୱନ୍ଧ ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ଏହି ସବୁ ତଥ୍ୟକୁ ମାନନୀୟ ଉପରାଜ୍ୟପାଳଙ୍କ ଧ୍ୟାନକୁ ଆଣିବା ଉଚିତ୍‌। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.