ନୂଆଦିଲ୍ଲୀ,୩୦/ ୦୪: ପାକିସ୍ତାନର ଖରାପ ସମୟ ଆରମ୍ଭ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସ୍ଥିତି ଦେଖିବାକୁ ମିଳିଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ବିଗିଡ଼ିବାରେ ଲାଗିଛି । ଭାରତ ଓ ପାକିସ୍ତାନ ଉତ୍ତେଜନା ମଧ୍ୟରେ ଜାତିସଂଘ ହସ୍ତକ୍ଷେପ କରିଛି । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କଲ ଆସିଛି ।
Good to speak with FM @AhmedAttaf_Dz of Algeria.
— Dr. S. Jaishankar (@DrSJaishankar) April 29, 2025
Thanked him for the solidarity and support on the Pahalgam terrorist attack.
Reaffirmed our strong bilateral partnership and look forward to welcoming him in India soon.
🇮🇳 🇩🇿
ପହଲଗାମ ହମଲା ଓ ଦୁଇ ଦେଶ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ନେଇ ଉଦବେଗ ପ୍ରକାଶ ସହିତ ଚିନ୍ତା ପ୍ରକଟ କରିଛି ଜାତିସଂଘ । ଜାତିସଂଘ ମହାସଚିବ ଆଣ୍ଟୋନିୟୋ ଗୁଟ୍ରେସ୍ ପହଲଗାମ ଆକ୍ରମଣକୁ ନିନ୍ଦା କରିଛନ୍ତି । ପୀଡ଼ିତଙ୍କୁ ନ୍ୟାୟ ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିନ୍ତ ହେଉ ବୋଲି କହିଛନ୍ତି । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଗତ ଏପ୍ରିଲ ୨୫ରେ ପହଲଗାମ ଆତଙ୍କୀ ଆକ୍ରମଣକୁ ନିନ୍ଦା କରିଥିଲେ । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଜାତିସଂଘ ମହାସଚିବ ଆଣ୍ଟୋନିୟୋ ଗୁଟ୍ରେସ୍ଙ୍କ ସହିତ ଫୋନ୍ରେ କଥା ହୋଇଛନ୍ତି ।
ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଜାତିସଂଘ ପ୍ରତିନିଧିଙ୍କ ସହିତ କଥା ହେବା ପରେ ସୋସିଆଲ ମିଡିଆରେ ଲେଖିଛନ୍ତି, ''ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ନେଇ ଜାତିସଂଘ ମହାସଚିବ କହିଛନ୍ତି, ଏହି ଆକ୍ରମଣର ଅପରାଧି, ଯୋଜନାକର୍ତ୍ତା ଓ ସମର୍ଥକଙ୍କୁ ଛଡା ଯିବ ନାହିଁ । କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଆକ୍ରମଣକୁ ଜାତିସଂଘ ଦୃଢ ନିନ୍ଦା କରିଛନ୍ତି । ''
ଅନ୍ୟପଟେ ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବାକୁ କିଛି ବଡ଼ ଯୋଜନା କରୁଛି ଭାରତ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ତୁହାକୁ ତୁହା ବୈଠକ ହେବ । ଆଜି ୪ଟି ବୈଠକ ବସିବ । ସିସିଏସ, ସିସିପିଏ, ସିସିଇଏ ସହ କ୍ୟାବିନେଟ ମିଟିଂ ହେବ । ପାକିସ୍ତାନ ବିରୋଧରେ କିଛି ବିଡ଼ ନିଷ୍ପତ୍ତି ନିଆଯାଇପାରେ ।