ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରପ୍ତାନି ତଥ୍ୟ ଉପରେ ଯାଞ୍ଚ କଡ଼ାକଡ଼ି, ଭାରତରୁ ଛୁଞ୍ଚିଟିଏ ବି ଯିବନି ପାକିସ୍ତାନ

Published By : Rasmita Pradhan | April 30, 2025 2:52 PM

ନୂଆଦିଲ୍ଲୀ, ୩୦/୦୪ : ପହଲ୍‌ଗାମ ହମ୍‌ଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଭାରତ ସରକାର ବର୍ତ୍ତମାନ ଏଭଳି ବ୍ୟବସ୍ଥା କରିବାରେ ଲାଗିଛନ୍ତି, ଯେପରି ଦେଶରୁ ଛୁଞ୍ଚିଟିଏ ବି ପାକିସ୍ତାନରେ ପହଞ୍ଚିପାରିବ ନାହିଁ । ତୃତୀୟ ରାଷ୍ଟ୍ରଗୁଡ଼ିକରୁ ପାକିସ୍ତାନକୁ ପଠାଯାଉଥିବା ଭାରତୀୟ ସାମଗ୍ରୀର ତଥ୍ୟ ସଂଗ୍ରହ କରୁଛନ୍ତି କେନ୍ଦ୍ର ସରକାର । କେତେ ମାତ୍ରାରେ ଭାରତୀୟ ସାମଗ୍ରୀ ପାକିସ୍ତାନକୁ ଅନ୍ୟ ଦେଶଗୁଡ଼ିକ ଦେଇ ପଠାଯାଉଛି ସେ ନେଇ ତଥ୍ୟ ଖୋଜୁଛନ୍ତି ସରକାର। 

ସୂତ୍ର ଅନୁସାରେ, ପାକିସ୍ତାନ ପକ୍ଷରୁ ଭାରତୀୟ ବିମାନଗୁଡ଼ିକ ପାଇଁ ଏହାର ଏୟାର୍‌ସ୍ପେସ୍‌କୁ ବନ୍ଦ କରାଯିବା ପରେ ସରକାର ସାମଗ୍ରୀ ରପ୍ତାନିର ଅନ୍ୟ ଉପାୟଗୁଡ଼ିକ ଉପରେ ବିଚାର କରୁଛନ୍ତି । ଫଳ, ଫୁଲ ଏବଂ ପନିପରିବା ଭଳି ସାମଗ୍ରୀ ବିମାନପଥ ମାଧ୍ୟମରେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ପଠାଯାଇଥାଏ । ବର୍ତ୍ତମାନ ପାକ୍‌ ଏହାର ଏୟାର୍‌ସ୍ପେସ୍‌ ଭାରତୀୟ ବିମାନ କମ୍ପାନିଗୁଡ଼ିକ ପାଇଁ ବନ୍ଦ କରିଥିବାବେଳେ ଭାରତ ଅନ୍ୟ ବିକଳ୍ପଗୁଡ଼ିକୁ ଦେଖୁଥିବା ଜଣାପଡ଼ିଛି । ସରକାର ସୀମା ଶୁଳ୍କ, ରପ୍ତାନି ପରିଷଦ ଏବଂ ଅନ୍ୟାନ୍ୟ ବିଭାଗଗୁଡ଼ିକରୁ ରପ୍ତାନି ତଥ୍ୟ ସଂଗ୍ରହ କରୁଛନ୍ତି । ଜିଟିଆର୍‌ଆଇ ଅନୁସାରେ, ଭାରତରୁ ପ୍ରତିବର୍ଷ ୧୦୦୦ କୋଟି ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ ଦୁବାଇ, ସିଙ୍ଗାପୁର ଏବଂ କଲମ୍ବୋ ଭଳି ବନ୍ଦରଗୁଡ଼ିକ ଜରିଆରେ ପାକିସ୍ତାନ ପହଞ୍ଚୁଛି । ବ୍ୟାପାର ପ୍ରତିବନ୍ଧ ସତ୍ତ୍ଵେ ଏତେ ମାତ୍ରାରେ ସାମଗ୍ରୀ ଭାରତରୁ ଯାଉଛି । ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବାକୁ କାର୍ଯ୍ୟ ହେଉଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ବାଣିଜ୍ୟ ପଥର ଦୁରୂପଯୋଗ ନ ହେଉ ଏବଂ ରାଷ୍ଟ୍ରୀୟ ସୁରକ୍ଷା ବଜାୟ ରହୁ ।

ପ୍ରକାଶଯୋଗ୍ୟ, ପହଲ୍‌ଗାମ ଆତଙ୍କବାଦ ହମ୍‌ଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବ୍ୟାପାର ଏକ୍‌ଦମ୍‌ ବନ୍ଦ ହୋଇଯାଇଛି। ଭାରତ ତରଫରୁ ପାକିସ୍ତାନ କୌଣସି ପ୍ରକାର ଆର୍ଥିକ ଲାଭ ଯେପରି ନ ପାଏ, ତାହା ଉପରେ ଧ୍ୟାନ ଦିଆଯାଉଛି । ରପ୍ତାନି ସଂଘ ଫିଓ ସଭାପତି ଏସ୍‌.ସି. ରାଲହନ୍‌ କହିଛନ୍ତି ଯେ, ପାକିସ୍ତାନ ସହ ଭାରତର ଦ୍ୱିପାକ୍ଷିକ ବ୍ୟାପାର ଅତି କମ୍‌ । ଦେଶର ମୋଟ ବାଣିଜ୍ୟରେ ପାକ୍‌ର ଯୋଗଦାନ ମାତ୍ର ୦.୦୬%  । ୨୦୨୪-୨୫ ଏପ୍ରିଲ-ଜାନୁଆରୀରେ ଏହା ୫୦ କୋଟି ଡଲାର ବି ନ ଥିଲା । ବର୍ତ୍ତମାନ ଏହା ଶୂନ ହୋଇଯିବ । ପାକିସ୍ତାନକୁ ଅନେକ ପ୍ରମୁଖ ସାମଗ୍ରୀ ରପ୍ତାନି ବନ୍ଦ ହୋଇଯିବ । ସେଠାରେ ଦରଦାମ ସମସ୍ୟା ଆହୁରି ତେଜିବ । ଏହା ସେମାନଙ୍କ ଅର୍ଥନୀତିକୁ ବର୍ବାଦ କରିଦେବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.