ପ୍ରମୂଖ ଖବର
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ବାଦଲ ନୁହେଁ, ବରଂ ଫାଟିଥିଲା ବରଫାବୃତ୍ତ ହ୍ରଦ...ଧରାଳିରେ କିପରି ଆସିଲା ବନ୍ୟା, ଜାଣନ୍ତୁ କଣ କହିଲେ ବୈଜ୍ଞାନିକ

Published By : Soubhagya Ranjan | August 6, 2025 6:11 PM

ସାରାଂଶ...

* ଉତ୍ତରାଖଣ୍ଡର ଧରାଳି ବିପର୍ଯ୍ୟୟର କାରଣ ଖୀର ଗଙ୍ଗା ନଦୀର ଉପର ଜଳଭଣ୍ଡାର ଅଞ୍ଚଳରେ ଥିବା ବରଫାବୃତ୍ତ ହ୍ରଦ ଓ ପୋଖରୀରେ ଫାଟ

* ପ୍ରବଳ ବର୍ଷା ଯୋଗୁଁ ବରଫାବୃତ୍ତ ହ୍ରଦ ଓ ପୋଖରୀରେ ବୃଦ୍ଧି ପାଇଥିଲା ଜଳସ୍ତର, ଗୋଟିଏ ଭୁଶୁଡ଼ିବା ପରେ ବଢ଼ିଥିଲା ପାଣିର ପ୍ରବାହ

* ଭୂତତ୍ତ୍ୱବିତ୍ ପ୍ରଫେସର ଡିଡି ଚୌନିଆଲ କହିଛନ୍ତି ଯେ କେଦାରନାଥ ବିପର୍ଯ୍ୟୟରୁ ଆମେ କ'ଣ ଶିଖିଲେ, ଏବେବି ଭୋଗୁଛେ ବିପର୍ଯ୍ୟୟର ବିଭୀଷିକାକୁ...

ନୂଆଦିଲ୍ଲୀ,୦୬/୦୮: ୫ ଅଗଷ୍ଟ ୨୦୨୫....ଉତ୍ତରାଖଣ୍ଡର ଧରାଲି ଗାଁରେ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ପ୍ରକୃତିରାଣୀ ଉପରେ ଘୋଡ଼ାଇଦେଇଥିଲା ବିଭୀଷିକାର କଳାବାଦଲ। କରାଳରୁପର ପ୍ରମୁଖ କାରଣ ଥିଲା ଖୀର ଗଙ୍ଗା ନଦୀର ଉପର ଜଳଭଣ୍ଡାରରେ ବରଫାବୃତ୍ତ ହ୍ରଦରେ ଫାଟ। ଏହି ସମ୍ଭାବନା ଭୂତତ୍ତ୍ୱବିତ୍ ପ୍ରଫେସର ଡିଡି ଚୁନିଆଲ ପ୍ରକାଶ କରିଛନ୍ତି। ଉତ୍ତରାଖଣ୍ଡର ଡୁନ୍ ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱବିତ୍ ପ୍ରଫେସର ଡିଡି ଚୁନିଆଲ୍ ଏକ ଭିଡିଓ ବିଶ୍ଳେଷଣ କରିବା ସମୟରେ ସମ୍ଭାବନା ପ୍ରକାଶ କରିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁଁ ଏହି ବରଫାବୃତ୍ତ ହ୍ରଦରେ ଜଳସ୍ତର ବୃଦ୍ଧି ପାଇଥାଇପାରେ ଏବଂ ସେଥିମଧ୍ୟରୁ ଗୋଟିଏ କିମ୍ବା ଅଧିକ ବରଫ ଚଟାଣ ଭାଙ୍ଗି ଯାଇଥାଇପାରେ। ଏଥି ଯୋଗୁଁ, ବହୁ ପରିମାଣରେ ପାଣି, ବିଭିନ୍ନ ପ‌ଥରଖଣ୍ଡ ସହିତ ଦ୍ରୁତ ଗତିରେ ତଳକୁ ପ୍ରବାହିତ ହୋଇ ଏପରି ତାଣ୍ଡବ ରଚିଥିଲା। ଏହି ପ‌ଥରଖଣ୍ଡ ତଳିଆ ଅଞ୍ଚଳରେ ନଦୀର ପ୍ରବାହକୁ ବାଧା ଦେଇ ଘର, ହୋଟେଲ, ଦୋକାନ ସମେତ ଗାଁକୁ ନଷ୍ଟ କରିଦେଇଥିଲା।

ପାହାଡ଼ ଉପରେ ବରଫାବୃତ୍ତ ହ୍ରଦ ଓ ପୋଖରୀର ଶୃଙ୍ଖଳ ରହିଛି: 

ଯେଉଁଠାରେ ଧରାଳି ଗାଁ ରହିଛି, ଏହାର ଉପର ପାହାଡ଼ରେ ଖୀର ଗଙ୍ଗା ନଦୀର ଜଳାଭଙ୍ଗ ଅଞ୍ଚଳରେ ବରାଫାବୃତ୍ତ ହ୍ରଦର ଏକ ଶୃଙ୍ଖଳ ରହିଛି। ପ୍ରଫେସର ଡିଡି ଚୁନିଆଲ କହିଛନ୍ତି ଯେ ଉତ୍ତରକାଶୀର ଧରାଳି ଅଞ୍ଚଳରେ ଥିବା ବରଫାବୃତ୍ତ ହିମବାହରୁ ଖୀର ଗଙ୍ଗା ଉତ୍ପତ୍ତି ହୋଇଛି, ଯେଉଁଠାରେ ଉପରେ ଛୋଟ ଛୋଟ ବରଫାବୃତ୍ତ ହ୍ରଦ ଏବଂ ପୋଖରୀ ରହିଛି। ଅତ୍ୟଧିକ ବର୍ଷା ଏବଂ ବରଫର ଧିରେ ଧିରେ ତରଳିବା ଯୋଗୁଁ, ଏହି ହ୍ରଦ ଏବଂ ପୋଖରୀଗୁଡ଼ିକ ପୂର୍ଣ୍ଣ ହୋଇଯାଇଥିଲା। ଏତିକିବେଳେ ଯେତେବେଳେ ଗୋଟିଏ ହ୍ରଦ ଭାଙ୍ଗିଲା, ସେତେବେଳେ ଏହାର ପ୍ରଭାବ ତଳିଆ ହ୍ରଦକୁ ଭାଙ୍ଗିଥିଲା , ଫଳରେ ମାତ୍ରାଧିକ ଜଳପ୍ରବାହ ସହିତ ପାହାଡ଼ରୁ ବିଭିନ୍ନ ଅଳିଆ ଆବର୍ଜନା ଏବଂ ମାଟି ଅତଡ଼ା ଦ୍ରୁତ ଗତିରେ ପ୍ରବାହିତ ହୋଇ ଧରାଳି ଗାଁରେ ଧ୍ୱଂସଲୀଳା ଘଟାଇଥିଲା।

ଧରାଳିରେ ପ୍ରାକୃତିକ ବିପର୍ଯ୍ୟୟର ସାଟେଲାଇଟ ଚିତ୍ର

ନଦୀକୂଳରେ ଭିତ୍ତିଭୂମୀ ଗଠନ ବିପଦପୂର୍ଣ୍ଣ:

ପ୍ରଫେସର ଚୁନିଆଲଙ୍କ ମତରେ, ଏହି ଘଟଣା ୨୦୧୩ ମସିହାରେ ଘଟିଥିବା କେଦାରନାଥ ବିପର୍ଯ୍ୟୟ ସହିତ ସମାନ, ଯେଉଁଥିରେ ନଦୀ କୂଳ କିମ୍ବା ବନ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ଗାଁଗୁଡ଼ିକ ପ୍ରବଳ କ୍ଷତି ସହିଥିଲେ। ଭୂ-ଆକୃତି ବିଜ୍ଞାନ ଅନୁସାରେ, ନଦୀ କୂଳରେ ଗଢ଼ି ଉଠିଥିବା ଗାଁ କିମ୍ବା ନଦୀ କୂଳିଆ ଅଞ୍ଚଳ ଗୁଡ଼ିକର ଭୂମି ସୂକ୍ଷ୍ମ ଏବଂ କଠିନ କାଦୁଅରେ ଗଠିତ ଏବଂ ଭୂସ୍ଖଳନ, ଭଗ୍ନାବଶେଷ ପ୍ରବାହ ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ଏହି ଅଞ୍ଚଳ ପାଇଁ ଅଧିକ ସମ୍ବେଦନଶୀଳ ଅଟେ। ପାହାଡିଆ ଅଞ୍ଚଳରେ, ଏପରି ସ୍ଥାନରେ ଭିତ୍ତିଭୂମି ବିକାଶ କିମ୍ବା ଘର ଏବଂ ଦୋକାନ ଇତ୍ୟାଦି ନିର୍ମାଣ ଅତ୍ୟନ୍ତ ବିପଦପୂର୍ଣ୍ଣ।

କେଦାରନାଥ ଦୁର୍ଘଟଣାରୁ କି ଶିକ୍ଷା ମିଳିଥିଲା:

ପ୍ରଫେସର ଚୌନିଆଲ ୨୦୧୩ର କେଦାରନାଥ ଦୁର୍ଘଟଣାକୁ ମନେ ପକାଇ କହିଥିଲେ ଯେ 'ଆମେ ଏଥିରୁ କୌଣସି ଶିକ୍ଷା ପାଇନାହୁଁ।' ସେ ଗୁରୁତ୍ୱାରୋପ କରିଥିଲେ ଯେ ପାହାଡ଼ିଆ ଅଞ୍ଚଳଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ, ନଦୀ ଏବଂ ଝରଣା କୂଳ କିମ୍ବା ବନ୍ୟା ପ୍ରଭାବିତ ଅଞ୍ଚଳ ଭଳି ସମ୍ବେଦନଶୀଳ ଅଞ୍ଚଳରେ ଜବରଦଖଲକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବା ଉଚିତ। ଭୂ-ଆକୃତି ଦୃଷ୍ଟିକୋଣରୁ, ଏହି ଅଞ୍ଚଳଗୁଡ଼ିକ ଅତ୍ୟନ୍ତ ଅସୁରକ୍ଷିତ କାରଣ ଏଠାରେ ସର୍ବଦା ମାଟି ଅତଡ଼ା ଖସିବା, ଜଳସ୍ରୋତ, ବରଫସ୍ରୋତ ଇତ୍ୟାଦି ଘଟଣାର ଆଶଙ୍କା ରହିଥାଏ।

ଏ ସମ୍ପର୍କିତ ଖବର ପଢ଼ନ୍ତୁ: ହର୍ଷିଲରେ ବାଦଲଫଟା ବର୍ଷା; ସେନା ଶିବିରରୁ ୮-୧୦ ସୈନିକ ନିଖୋଜ; ଧରାଲିରେ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତ

ପୂର୍ବପୁରୁଷମାନେ ଧ୍ୟାନ ରଖିଥିଲେକିନ୍ତୁ ଆମେ...

ସେ ଏହା ମଧ୍ୟ କହିଥିଲେ ଯେ ଆମର ପୂର୍ବପୁରୁଷମାନେ କେବେବି ଏପରି ଅସ୍ଥିର ଏବଂ ବିପଦପୂର୍ଣ୍ଣ ସ୍ଥାନରେ ଘର ତିଆରି କରିନଥିଲେ। କିନ୍ତୁ ଆଧୁନିକ ସମୟରେ, ଉପଯୁକ୍ତ ଭୂତାତ୍ତ୍ୱିକ ସର୍ବେକ୍ଷଣ ବିନା, ଏହି ସ୍ଥାନଗୁଡ଼ିକରେ ମନବୁତାବକ ଭିତ୍ତିଭୁମୀ ସ୍ଥାପନ କରୁଛନ୍ତି। ତେଣୁ, ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ ଏପରି ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଭୂତାତ୍ତ୍ୱିକ ଏବଂ ଭୂସ୍ଥାନିକ କୌଶଳ ମାଧ୍ୟମରେ ସର୍ଭେ କରାଯାଇ 'ଲାଲ ଚିହ୍ନ' ଭାବରେ ଚିହ୍ନିତ କରାଯିବା ଉଚିତ ଯାହା ଦ୍ଵାରା ଏହି ଅଞ୍ଚଳଗୁଡ଼ିକରେ କୌଣସି ନିର୍ମାଣ କିମ୍ବା ବିକାଶ ହୋଇପାରିବ ନାହିଁ ଏବଂ ନିରୀହ ଲୋକମାନେ ସୁରକ୍ଷିତ ରହିପାରିବେ।

ପ୍ରମେୟ ପୃଷ୍ଠାର କିଛି ଗୁରୁତ୍ବପୂର୍ଣ୍ଣ ଖବର: 

ଏବେ ଏସି ଭଳି ଏଲ୍‌ପିଜି ଗ୍ୟାସ୍ ଚୁଲାରେ ରହିବ ଷ୍ଟାର ରେଟିଂ, କେନ୍ଦ୍ର ସରକାରଙ୍କ ନୂଆ ନିୟମ : ଜାଣନ୍ତୁ କେବେଠାରୁ ହେବ ଲାଗୁ ?




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.