ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ଭାରତ ନ ଥିଲେ ଆମ ଅର୍ଥବ୍ୟବସ୍ଥା ବରବାଦ ହୋଇଥା’ନ୍ତା; ମହମ୍ମଦ ନଶିଦ

Published By : Anindita Ratha | July 24, 2025 11:38 AM

ନୂଆଦିଲ୍ଲୀ,୨୪/୦୭: ଭାରତ ନ ଥିଲେ ବରବାଦ ହୋଇଯାଇଥାଆନ୍ତା ମାଳଦ୍ୱୀପର ଅର୍ଥବ୍ୟବସ୍ଥା । ଏଭଳି କିଛି  ବୟାନ ଦେଇଛନ୍ତି ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶିଦ । ଗଣମାଧ୍ୟମକୁ ସେ କହିଛନ୍ତି ଯେ, ମାଳଦ୍ୱୀପର ଆର୍ଥିକ ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ଭାରତ ସହାୟତା କରି ନ ଥିଲେ ଆମେ ଦେବାଳିଆ ହୋଇଯାଇଥାଆନ୍ତୁ । ୨୦୨୨-୨୩ରେ ପର୍ଯ୍ୟଟନ ଠପ୍‌ ହେବା ଯୋଗୁ ମାଳଦ୍ୱୀପ ଗମ୍ଭୀର ଆର୍ଥିକ ସଙ୍କଟ ଭିତରକୁ ଠେଲି ହୋଇଯାଇଥିଲା । ଦେଶ ଉପରେ ବିଦେଶୀ ଋଣ ବଢ଼ିଥିଲା ଏବଂ ଡଲାର ଷ୍ଟକ୍‌ ହ୍ରାସ ପାଇଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି, ଭାରତ ଖାଦ୍ୟଶସ୍ୟ, ଇନ୍ଧନ ଯୋଗାଣ ସହ କ୍ରେଡିଟ ଲାଇନ ଦେଇ ମାଳଦ୍ୱୀପକୁ ଦେବାଳିଆ ହେବାରୁ ବଞ୍ଚାଇଥିଲା । ଭାରତର ପ୍ରଧାନମନ୍ତ୍ରୀଙ୍କ ମାଳଦ୍ୱୀପ ଗସ୍ତ ପୂର୍ବରୁ ନଶିଦ୍‌ଙ୍କ ଏହି ବୟାନ ଆସିଛି । ମୋଦି ଆସନ୍ତା ୨୫ ଏବଂ ୨୬ ତାରିଖରେ ମାଳଦ୍ୱୀପ ଗସ୍ତରେ ଯିବେ। ଏହି ଅବସରରେ ସେ ମାଳଦ୍ୱୀପ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ଭେଟିବା ସହ ମୋଦି ତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ନଶିଦ ଆହୁରି କହିଛନ୍ତି, ମାଳଦ୍ୱୀପର ବିଦେଶ ନୀତି ସର୍ବଦା ‘ଇଣ୍ଡିଆ ଫାର୍ଷ୍ଟ’ ବା ‘ପ୍ରଥମେ ଭାରତ’ରହିଛି । 

ନିର୍ବାଚନ ଯୋଗୁ ମାଳଦ୍ୱୀପର ନୀତି କିଛି ମାତ୍ରାରେ ଚୀନ୍‌ ଆଗରେ ନଇଁଯାଉଥିବା କଥା ମଧ୍ୟ ନଶିଦ ମାନିଥିଲେ । କିନ୍ତୁ ଏବେ ଆଉ ତାହା ନାହିଁ ବୋଲି ସେ କହିଛନ୍ତି । ଇଣ୍ଡିଆ ଫାର୍ଷ୍ଟ ନୀତି ଯୋଗୁ ମାଳଦ୍ୱୀପକୁ ବଡ଼ ଆର୍ଥିକ ସମ୍ଭାବନାର ବାଟ ଫିଟିଛି । ଏଥିଯୋଗୁ ମାଳଦ୍ୱୀପରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି । ମୋଦିଙ୍କ ଗସ୍ତ ପରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ହେବ ବୋଲି ନଶିଦ ଆଶା ପ୍ରକାଶ କରିଛନ୍ତି । ମାଳଦ୍ୱୀପର ପୂର୍ବତନ ବିଦେଶ ମନ୍ତ୍ରୀ ଅବଦୁଲା ସାହିଦ ମଧ୍ୟ ଭାରତର ପ୍ରଶଂସା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.