ପ୍ରମୂଖ ଖବର
  • ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ନକ୍ସଲ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ମାଳଦ୍ୱୀପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ୨୧ ତୋପ ସଲାମି; ମୁଇଜ୍ଜୁଙ୍କ ସାଙ୍ଗରେ ସ୍ୱାଧୀନତା ଦିବସ ଉତ୍ସବରେ କରିଲେ ଯୋଗଦାନ

Published By : Bijay Swain | July 25, 2025 4:46 PM

ମାଲେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମାଳଦ୍ୱୀପରେ ପହଞ୍ଚି ଦେଶର ୬୦ତମ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଛନ୍ତି। ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ଆମନ୍ତ୍ରଣରେ ମାଲେରେ ପହଞ୍ଚିବା ପରେ ତାଙ୍କୁ ୨୧ ତୋପ ସଲାମି (୨୧-ଗନ୍‌ ସାଲ୍ୟୁଟ୍‌) ପ୍ରଦାନ କରାଯାଇଥିଲା। ମାଳଦ୍ୱୀପର ରିପବ୍ଲିକ୍‌ ସ୍କୋୟାରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁଇଜ୍ଜୁ ମୋଦୀଙ୍କ ସାଙ୍ଗରେ ଉପସ୍ଥିତ ରହିଥିଲେ। ଯେଉଁଠାରେ ଭାରତ ଓ ମାଳଦ୍ୱୀପରେ ଜାତୀୟ ସଙ୍ଗୀତ ବଜାଯାଇଥିଲା। 

ମୋଦୀଙ୍କୁ ମାଲେର ଭେଲାନା ଆନ୍ତର୍ଜାତିକ ବିମାନବନ୍ଦରରେ ରାଷ୍ଟ୍ରପତି ମୁଇଜ୍ଜୁ ଏବଂ ମାଳଦ୍ୱୀପର ବରିଷ୍ଠ ମନ୍ତ୍ରୀମାନେ ସ୍ୱାଗତ କରିଥିଲେ। ଯେଉଁମାନଙ୍କ ମଧ୍ୟରେ ବୈଦେଶିକ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଏବଂ ଗୃହ ସୁରକ୍ଷା ମନ୍ତ୍ରୀ ଆଦି ଉପସ୍ଥିତ ଥିଲେ। ଏହି ସମାରୋହରେ ପିଲାମାନଙ୍କ ଦ୍ୱାରା ଏକ ପାରମ୍ପରିକ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା।

ଏହି ଦୁଇ ଦିନିଆ ମାଳଦ୍ୱୀପ ଗସ୍ତ (ଜୁଲାଇ ୨୫-୨୬) ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ମୁଇଜ୍ଜୁଙ୍କ ସହ ବିସ୍ତୃତ ଆଲୋଚନା କରିବା ସହ ଭାରତ ସମର୍ଥିତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏହା ମାଳଦ୍ୱୀପରେ ମୁଇଜ୍ଜୁଙ୍କ ଶାସନ ଆରମ୍ଭ (ନଭେମ୍ବର ୨୦୨୩) ପରେ ପ୍ରଥମ ରାଜ୍ୟ ଗସ୍ତ ଭାବେ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। 

ମାଲେ ସହରକୁ ଭାରତୀୟ ଜାତୀୟ ପତାକା, ରଙ୍ଗୀନ ବ୍ୟାନର ଏବଂ ବିଶାଳ ପୋଷ୍ଟର ସହିତ ସଜାଯାଇଥିଲା। ବିମାନବନ୍ଦର ନିକଟରେ ଏବଂ ମୁଖ୍ୟ ରାସ୍ତାରେ ଭାରତୀୟ ସମୁଦାୟର ସଦସ୍ୟମାନେ ତ୍ରିରଙ୍ଗା ହଲାଇ ଏବଂ ନାରା ଦେଇ ମୋଦୀଙ୍କୁ ସ୍ୱାଗତ କରିଥିଲେ। ମୋଦୀ ନିଜ ଏକ୍ସ ପୋଷ୍ଟରେ କହିଛନ୍ତି, "ଭାରତ ଓ ମାଳଦ୍ୱୀପ ନିଜର ପାରସ୍ପରିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରୁଛନ୍ତି। ଏହି ଗସ୍ତରେ ମାଳଦ୍ୱୀପରେ ରହୁଥିବା ଭାରତୀୟ ସମୁଦାୟ ସହ ମୋର ଆଲୋଚନା ଆନନ୍ଦଦାୟକ ଥିଲା। ଏଭଳି ଭବ୍ୟ ସ୍ୱାଗତ ପାଇଁ ହୃଦୟରୁ ଧନ୍ୟବାଦ।"

ଏହି ଗସ୍ତ ଭାରତ- ମାଳଦ୍ୱୀପ ସମ୍ପର୍କରେ ଏକ ନୂଆ ଅଧ୍ୟାୟର ଆରମ୍ଭ କରିଛି। ଯାହା ମୁଇଜ୍ଜୁଙ୍କ ‘ଇଣ୍ଡିଆ ଆଉଟ୍‌’ ଅଭିଯାନ ଓ ଚୀନ ଆଡକୁ ଝୁଙ୍କିବା ହେତୁ ପୂର୍ବରୁ ତିକ୍ତତାର ସମ୍ମୁଖୀନ ହୋଇଥିଲା। ମୋଦୀଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଏବଂ ସାମୁଦ୍ରିକ ସୁରକ୍ଷା ସହଯୋଗକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.