ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

‘ଗାଁ ଛାଡ଼ି ଜଲଦି ପଳାଅ, ଆଉ ଫେରିବନି’; ଲେବାନନ୍‌ର ୨୨ଟି ଗାଁକୁ ଇସ୍ରାଏଲର ଚେତାବନୀ

Published By : Tapas Panda | October 12, 2024 7:51 PM

ନୂଆଦିଲ୍ଲୀ: ଦକ୍ଷିଣ ଲେବାନନର ଆଉ ୨୨ ଗାଁକୁ ଚେତାବନୀ ଦେଇଛି ଇସ୍ରାଏଲ । ଆଓ୍ବାଲୀ ନଦୀର ଉତ୍ତର ଭାଗକୁ ଚାଲିଯିବାକୁ ଗ୍ରାମବାସୀକୁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ରାଏଲ ସରକାର । ଦକ୍ଷିଣ ଲେବାନନ୍‌ର ଲୋକମାନଙ୍କୁ ଘରକୁ ନଫେରିବାକୁ କୁହାଯାଇଛି । ହିଜବୁଲ୍ଲାହ ବିରୋଧରେ ଆକ୍ରମଣ ଜାରି ରହିବ ବୋଲି କହିଛି ଇସ୍ରାଏଲୀ ସେନା । ସେନା ମୁଖପାତ୍ର ଲେବାନନର ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଆପଣମାନଙ୍କ ଗାଁ କିମ୍ବା ଏହାର ଆଖପାଖରେ ଥିବା ହିଜବୁଲ୍ଲାହର ଆଡ୍ଡାକୁ ଟାର୍ଗେଟ କରାଯାଉଛି । 

ସେ ଆହୁରି କହିଛନ୍ତି, ଆପଣମାନଙ୍କ ସୁରକ୍ଷା ପାଇଁ ଦୟାକରି ନିଜ ଘରକୁ ଫେରନ୍ତୁ ନାହିଁ । ପରବର୍ତ୍ତୀ ସୂଚନା ନମିଳିବା ଯାଏଁ ଦକ୍ଷିଣ ଲେବାନନ୍‌ ଯାଆନ୍ତୁ ନାହିଁ । ଯେଉଁମାନେ ଦକ୍ଷିଣକୁ ଯିବେ ନିଜ ଜୀବନ ପ୍ରତି ବିପଦ ଡାକି ଆଣିବେ ।’  ଅନ୍ୟ ଏକ ପୋଷ୍ଟ ଜରିଆରେ ଦକ୍ଷିଣ ଲେବାନନ୍‌ର ସ୍ବାସ୍ଥ୍ୟ କର୍ମୀ ଏବଂ ମେଡିକାଲ ଟିମ୍‌କୁ ଆମ୍ବୁଲାନ୍ସ ବ୍ୟବହାର କରିବାକୁ ସେ ଅନୁରୋଧ କରିଛନ୍ତି । ଏପରିକି ହିଜବୁଲ୍ଲାହ ଆତଙ୍କବାଦୀଙ୍କ ସହ ଯୋଗାଯୋଗ ନକରିବାକୁ ସ୍ବାସ୍ଥ କର୍ମୀମାନଙ୍କୁ ଅପିଲ କରିଛି ଇସ୍ରାଏଲ ସେନା ।  

ଯୁଦ୍ଧାସ୍ତ୍ର ଧରିଥିବା ଲୋକଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ଆକ୍ରମଣ କରିବ ବୋଲି ଆଇଡିଏଫ୍‌ ସ୍ପଷ୍ଟ କରିଛି । ତେବେ ଲେବାନନ୍‌ରେ ଗ୍ରାଉଣ୍ଡ ଅପରେସନ୍‌ କରିବାକୁ ପ୍ରସ୍ତୁତି କରୁଛି ଇସ୍ରାଏଲ । ଏହାରି ମଧ୍ୟରେ ଗାଜାରେ ଆଇଡିଏଫର ଆକ୍ରମଣରେ ପ୍ରାୟ ୨୦ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ହମାସ ଦ୍ବାରା ପରିଚାଳିତ ସିଭିଲ ଡିଫେନ୍ସ ଏଜେନ୍ସିର ମୁଖପାତ୍ର କହିଛନ୍ତି, ସ୍ଥାନୀୟ ସମୟାନୁସାରେ ରାତି ୯.୪୦ରେ ଏୟାର ଷ୍ଟ୍ରାଇକ୍‌ ହୋଇଥିଲା ।  ସେତେବେଳେ ୧୨ ଜଣଙ୍କ ଜୀବନ ଯାଇଥିଲା । ମୃତକଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ସାମିଲ ଥିଲେ । ଉତ୍ତର ଗାଜାର ସିଭିଲ ଡିଫେନ୍ସ ଏଜେନ୍ସିର ନିର୍ଦେ୍ଦଶକ ଅହମଦ ଅଲ-ଖାଲୁତ କହିଛନ୍ତି ଯେ, ଭିନ୍ନ ଭିନ୍ନ ଆକ୍ରମଣରେ ୧୮ ଲୋକଙ୍କ ଜୀବନ ଯାଇଛି । ଏହି ଆକ୍ରମଣ ୮ଟି ସ୍କୁଲ ଉପରେ ହୋଇଥିବା ବେଳେ ସେଠାରେ ଶରଣାର୍ଥୀମାନେ ଆଶ୍ରୟ ନେଇଥି‌ଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.