ପ୍ରମୂଖ ଖବର
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଇରାନ୍‌ରେ ଋଷର ଏସ୍-୩୦୦ କୁ ଧ୍ବଂସ କଲା ଇସ୍ରାଏଲ; ଏସ୍-୪୦୦ କୁ ନେଇ ଭାରତ ପାଇଁ ବିପଦ ସଂକେତ !

Published By : Soubhagya Ranjan | November 1, 2024 5:12 PM

Image source: Livehindustan

ନୂଆଦିଲ୍ଲୀ,୦୧/୧୧: ଗତ ସପ୍ତାହରେ ଇସ୍ରାଏଲ ଇରାନ୍‌ ଉପରେ ଆକ୍ରମଣ କରି ଯୁଦ୍ଧକୁ ଆହୁରି ଭୟଙ୍କର କରିଥିଲା। ଇରାନ୍‌ ମଧ୍ୟ ଏହାର ପ୍ରତିଜବାବ ଦବାକୁ ପୂରା ପ୍ରସ୍ତୁତି ଓ ରଣନୀତି ଚଳାଇଛି। ଖବର ଅନୁସାରେ, ଏହି ଆକ୍ରମଣରେ ଇସ୍ରାଏଲ ଇରାନ୍‌ର ସବୁ ଠାରୁ ଆକ୍ରମଣାତ୍ମକ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରିଦେଇଛି। ଆମେରିକା ଓ ଇସ୍ରାଏଲ ଅଧିକାରୀମାନେ କହିଛନ୍ତି ଯେ, ଏହି ଆକ୍ରମଣରେ ଇସ୍ରାଏଲ, ଇରାନ୍‌ରେ ଋଷ ଠାରୁ କିଣିଥିବା ଏସ୍-୩୦୦ ବାୟୁ ରକ୍ଷା ପ୍ରଣାଳିଗୁଡ଼ିକର ସବୁ ୪ଟି ବ୍ୟାଟେରିକୁ ଧ୍ବଂସ କରିଦେଇଛି। ଏଥିମଧ୍ୟରୁ ଏପ୍ରିଲରେ ଗୋଟିଏକୁ ଟାର୍ଗେଟ କରିଥିଲା ଇସ୍ରାଏଲ। ସେହିପରି ଗତ ସପ୍ତାହରେ ହୋଇ‌ଥିବା ଆକ୍ରମଣେ ଅନ୍ୟ ତିନୋଟିକୁ ନଷ୍ଟ କରିଥିଲା ଆଇଡିଏଫ୍‌। 

ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏସ୍‌-୩୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଟାର୍ଗେଟ କରିବା ବ୍ୟତୀତ ଇସ୍ରାଏଲ ଇରାନ୍‌ରେ ଦ୍ବିତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ରାଡାର ପ୍ରଣାଳୀଗୁଡ଼ିକ ଉପରକୁ ମଧ୍ୟ ଟାର୍ଗେଟ କରିଥିଲା। ଏହି ପ୍ରଣାଳୀଗୁଡ଼ିକ ମାଧ୍ୟମରେ ଇରାନ୍‌ ଇସ୍ରାଏଲୀ ଆକ୍ରମଣକୁ ଟ୍ରାକ୍‌ କରିବାର ଥିଲା। ତେବେ ଋଷ ନିର୍ମିତ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସଫଳତା ପୂର୍ବରୁ ଧ୍ବଂସ କରିବା କେବଳ ଇରାନ୍‌ ଓ ଋଷ ପାଇଁ ନୁହେଁ ବରଂ ଭାରତ ଭଳି ଦେଶ ପାଇଁ ମଧ୍ୟ ଏକ ଚେତାବନୀର ସଂକେତ ଅଟେ। ସୂଚନାମୁତାବକ, ୟୁକ୍ରେନ ଓ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧରେ ଦୁଇବର୍ଷରୁ ଅଧିକ ସମୟ ଧରି ଋଷ ନିର୍ମିତ ସାମରିକ ଉପକରଣଗୁଡ଼ିକର କ୍ଷତି ହୋଇ ଚାଲିଛି। 

ଋଷୀୟ ସାମରିକ ଉପକରଣ ଗୁଡ଼ିକ ଅକାମୀ ହେବାର ଖବର ଭାରତ ପାଇଁ ଚିନ୍ତାଜନକ ଅଟେ। ଅବଶ୍ୟ ଓ୍ବାର୍ଲଡ ଷ୍ଟ୍ରୀଟ୍‌ ଜର୍ଣ୍ଣାଲର ଏକ ତଥ୍ୟ ଅନୁସାରେ ଭାରତ ପାଇଁ ବର୍ତ୍ତମାନ କୌଣସି ବିପଦ ସଂକେତ ନାହିଁ। ପରମ୍ପରାଗତ ଭାବେ ଭାରତ ଋଷୀୟ ଅସ୍ତ୍ରଶସ୍ତ୍ର ଓ ସାମରିକ ହାର୍ଡଓ୍ବରାରର ଏକ ନିୟମିତ ଆମଦାନୀକାରୀ ଅଟେ। ତଥାପି ଭାରତ ଗତ ଏକ ଦଶନ୍ଧୀ ଧରି ଏହାର ନିର୍ଭରଶୀଳତା କମାଇବାକୁ ପ୍ରଚେଷ୍ଟା ଜାରି ରଖିଛି। ଭାରତ ଋଷ ଠାରୁ ଛଅଟି ଏସ୍‌ -୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ କିଣିଛି। ଏହା ଋଷ ନିର୍ମିତ ସର୍ବବୃହତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଅଟେ।  ତେବେ ଜଣେ ଭାରତୀୟ ଅଧିକାରୀ କହିଛନ୍ତି ଯେ, ଭାରତ ପାଖରେ ଅନେକ ବିକଳ୍ପ ମହଜୁଦ ରହିଛି ଏବଂ ଭାରତ ବର୍ତ୍ତମାନ କୌଣସିମତେ ଚିନ୍ତିତ ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତ ଋଷ ମେସିନ୍‌ ଉପରେ ନିର୍ଭରଶୀଳ ନୁହେଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.