ଭୁବନେଶ୍ୱର ୨୪/୦୩: ଜନ୍ମ ତାରିଖ ଅନୁଯାଇ ନିଜ ଇଷ୍ଟଦେବତାଙ୍କୁ ପୂଜା କଲେ ମିଳିଥାଏ ଅନେକ ଫାଇଦ। ରୋଗ, କ୍ରୋଧ, ମୋହ, ଶତ୍ରୁ ନାଶ ହେବା ସହ ସୁଖ, ଶାନ୍ତି, ସମୃଦ୍ଧି ବୃଦ୍ଧି ପାଇଥାଏ। ଇଷ୍ଟଦେବତାଙ୍କୁ ଆର୍ଶିବାଦ ରହିଲେ ଜୀବନରେ ଆସୁଥିବା ବଡ଼ ବଡ ବିପଦ ଅଳ୍ପକେ ଟଳିଯାଇ ଯାଇଥାଏ। ତେବେ ଆସନ୍ତୁ ଜାଣିବ କେଉଁ ଜନ୍ମ ତାରିଖ ଅନୁଯାଇ କେଉଁ ଦେବୀ ଦେବତାଙ୍କୁ ପୂଜା କରିବା।
୧,୧୦,୧୯ କିମ୍ବା ୨୮ ତାରିଖରେ ଜନ୍ମିତ ବ୍ୟକ୍ତିମାନଙ୍କର ମୂଳାଙ୍କ ୧ । ଏମାନଙ୍କର ଇଷ୍ଟଦେବ ସୂର୍ଯ୍ୟ । ପ୍ରତିଦିନ ପ୍ରତ୍ୟୁଷରେ ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ଘ୍ୟ ଦିଅନ୍ତୁ । ଜୀବନରେ ସଫଳତା ମିଳିବ ।
୨, ୧୧, ୨୦, ୨୯ ତାରିଖରେ ଜନ୍ମିତ ବ୍ୟକ୍ତିଙ୍କର ମୂଳାଙ୍କ ୨ ଏବଂ ଇଷ୍ଟଦେବ ହେଲେ ମହାଦେବ । ପ୍ରତ୍ୟେହ ଶିବଲିଙ୍ଗରେ ଜଳ ଅର୍ପଣ କରିବା ସହିତ ଦ୍ୱିମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ । ଜୀବନ ମଙ୍ଗଳମୟ ହେବ ।
ଯେଉଁମାନଙ୍କର ମୂଳାଙ୍କ ୩ ଅର୍ଥାତ୍ ୩, ୧୨, ୨୧ କିମ୍ବା ୩୦ତାରିଖରେ ଜନ୍ମଗ୍ରହଣ କରିଛନ୍ତି, ସେମାନଙ୍କର ଇଷ୍ଟଦେବ ଶ୍ରୀହରି ବା ବିଷ୍ଣୁ । ବିଷ୍ଣୁଙ୍କୁ ପୂଜା କଲେ ଏହି ଜନ୍ମାଙ୍କଧାରୀମାନଙ୍କର ଜୀବନ ସୁଖମୟ ହେବ ।
୪, ୧୩, ୨୨ କିମ୍ବା ୩ରେ ଜନ୍ମିତମାନଙ୍କର ମୂଳାଙ୍କ ୪ । ଇଷ୍ଟଦେବୀ ମା’ଦୁର୍ଗା ତଥା ମା’ସରସ୍ୱତୀଙ୍କୁ ପୂଜା କଲେ, ସୌଭାଗ୍ୟ ପ୍ରାପ୍ତି ସହ ବୁଦ୍ଧିମତା ବଢ଼ିବ ।
୫, ୧୪ କିମ୍ବା ୨୩ରେ ଜନ୍ମିତ ବ୍ୟକ୍ତିଙ୍କର ମୂଳାଙ୍କ ୫, ଇଷ୍ଟଦେବ ହେଲେ ଭଗବାନ୍ କୃଷ୍ଣ । ଶ୍ରୀକୃଷ୍ଣଙ୍କୁ ପୂଜା କଲେ ଜ୍ଞାନ ବଢ଼ିବ । ୬, ୧୫, ୨୪ ତାରିଖରେ ଜନ୍ମିତ ବ୍ୟକ୍ତିଙ୍କର ମୂଳାଙ୍କ ୬ । ଇଷ୍ଟଦେବୀ ଲକ୍ଷ୍ମୀଙ୍କୁ ପୂଜା କଲେ ଅପାର ସୁଖସମୃଦ୍ଧି ସହିତ ମାନସିକ ଶାନ୍ତି ମିଳିବ ।
ଯେଉଁମାନଙ୍କର ମୂଳାଙ୍କ ୭ ଅର୍ଥାତ୍ ୭, ୧୬, ୨୫ରେ ଜନ୍ମ, ସେମାନେ ଇଷ୍ଟଦେବ ଶ୍ରୀଗଣେଶଙ୍କୁ ପୂଜା କରନ୍ତୁ । ଜୀବନରୁ ସମସ୍ତ ବିଘ୍ନ ନାଶ ହେବ ।
୮ ମୂଳାଙ୍କଧାରୀଙ୍କର ଇଷ୍ଟଦେବ ହେଲେ ଗ୍ରହରାଜ ଶନି ଏବଂ ସଙ୍କଟମୋଚନ ହନୁମାନ୍ । ଦୁଇ ଦେବତାଙ୍କୁ ପୂଜା କଲେ ଲାଭବାନ୍ ହେବେ । ୮, ୧୭, ୨୬ରେ ଜନ୍ମିତ ବ୍ୟକ୍ତିମାନଙ୍କର ମୂଳାଙ୍କ ୮ ।
୯, ୧୮ କିମ୍ବା ୨୭ରେ ଜନ୍ମିତ ବ୍ୟକ୍ତିମାନେ ପ୍ରତ୍ୟେହ ହନୁମାନ୍ ଚାଳିଶା ପାଠ କରିବା ଉଚିତ । ଫଳରେ ଜୀବନରେ ସକାରାତ୍ମକତା ନିଶ୍ଚୟ ବଢ଼ିବ