ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଆଇପିଏଲ୍‌ ୨୦୨୫: ଆଜି କ୍ୟାପିଟାଲ୍ସ- ସୁପରଜାଏଣ୍ଟ୍‌ସ ଫାଇଟ୍, ପୁରୁଣା ଦଳ, ନୂଆ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ହେବ ଟକ୍କର

Published By : Prameya | March 24, 2025 8:18 AM

ବିଶାଖାପଟ୍ଟନମ୍‌,୨୪/୦୩: ଚଳିତ  ଆଇପିଏଲ୍‌ର ଚତୁର୍ଥ ଲିଗ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ପରସ୍ପରକୁ ଭେଟିବେ। ସମଗ୍ର  କ୍ରିକେଟ୍‌ ପ୍ରେମୀଙ୍କ ନଜର ରିଷଭ ପନ୍ତ ଓ  କେଏଲ୍‌ ରାହୁଲଙ୍କ ଉପରେ ରହିବ । ଉଭୟ ନିଜ ନିଜର ପୂର୍ବ ଦଳ ବିପକ୍ଷରେ ନୂଆ ସିଜନ ଆରମ୍ଭ କରିବେ । ଦିଲ୍ଲୀ କ୍ୟାପିଟାଲ୍ସର ଦ୍ୱିତୀୟ  ଘରୋଇ ଗ୍ରାଉଣ୍ଡ ବିଶାଖାପଟ୍ଟନମରେ ଏହି  ମ୍ୟାଚ୍‌ ଖେଳାଯିବ । 

ପନ୍ତ ୨୦୧୬ରେ ଆଇପିଏଲ୍‌ ପଦାର୍ପଣ କରିଥିଲେ । ସେବେଠୁ ସେ ଦିଲ୍ଲୀ କ୍ୟାପିଟାଲ୍ସ  ଳର ସଦସ୍ୟ ଥିଲେ । ୨୦୨୨ ସିଜନରୁ  ସେ କ୍ୟାପିଟାଲ୍ସ ଦଳର ଅଧିନାୟକ ଭାବେ କାର୍ଯ୍ୟ କରିଥିଲେ । ଗତ ନିଲାମ ପୂର୍ବରୁ କ୍ୟାପିଟାଲ୍ସ ତାଙ୍କୁ ବିଦାୟ ଦେଇଥିଲା । ଏଥର ସୁପରଜାଏଣ୍ଟ୍‌ସ ତାଙ୍କୁ ସର୍ବାଧିକ ଦାମରେ କିଣିଛି ଓ ନେତୃତ୍ୱ ଭାର ପ୍ରଦାନ କରିଛି । 

ଠିକ୍‌ ସେହିପରି ରାହୁଲ ଗତ ୩ଟି ସିଜନ ଧରି  ସୁପରଜାଏଣ୍ଟ୍‌ସ ଦଳର ଅଧିନାୟକ ରହିଥିଲେ । ଗତ ସିଜନରେ ଦଳ ପ୍ଲେ-ଅଫକୁ ପ୍ରବେଶ କରିନପାରିବାରୁ ଟିମ ମାଲିକ ସଞ୍ଜୀବ ଗୋଏଙ୍କା ଗ୍ରାଉଣ୍ଡ ଭିତରେ ରାହୁଲଙ୍କୁ ଗାଳି କରିଥିଲେ । ଏଥର ରାହୁଲ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ସଦସ୍ୟ । 

ଇଶାନଙ୍କ ବିସ୍ଫୋରକ ଶତକ; ବିଜୟ ସହିତ ଆଇପିଏଲ୍‌ ୨୦୨୫ର ଆରମ୍ଭ କଲା ସନରାଇଜର୍ସ ହାଇଦ୍ରାବାଦ

ମେଗା ନିଲାମ ପରେ ଉଭୟ ଦଳ ବେଶ୍‌ ଶକ୍ତିଶାଳୀ ମନେ ହେଉଛନ୍ତି । ସୁପରଜାଏଣ୍ଟ୍‌ସ ଦଳର ବୋଲିଂ ବିଭାଗ ସାମାନ୍ୟ ଅସନ୍ତୁଳିତ  ମନେ ହେଉଥିଲେ ହେଁ ବ୍ୟାଟିଂ ବିଭାଗ ବେଶ୍‌ ଶକ୍ତିଶାଳୀ । ୩ଜଣ ପେସ୍‌ ବୋଲର ମୟଙ୍କ ଯାଦବ, ଆକାଶ ଦୀପ ଓ ଅଭେଶ ଖାନ  ସମ୍ପ୍ରତି ଆହତ ଅଛନ୍ତି । ଫଳରେ ଅନଭିଜ୍ଞ ଘରୋଇ ବୋଲରଙ୍କୁ ନେଇ ସୁପରଜାଏଣ୍ଟ୍‌ସ  ଗ୍ରାଉଣ୍ଡକୁ ଓହ୍ଲାଇବ । ଦିଲ୍ଲୀ କ୍ୟାପିଟାଲ୍ସ  ଦଳର ସବୁ ଖେଳାଳି ଫିଟ୍‌ ଅଛନ୍ତି । ସବୁ  ସ୍ଥାନ ପାଇଁ ବିକଳ୍ପ ମହଜୁଦ ରହିଛି । 

ମୋଟ ଉପରେ ଦେଖିବାକୁ ଗଲେ ଆଜି ସୁପରଜାଏଣ୍ଟ୍‌ସ ବ୍ୟାଟିଂ ବିଭାଗ  ଓ କ୍ୟାପିଟାଲ୍ସ ବୋଲରଙ୍କ ମଧ୍ୟରେ ଅସଲ ଲଢ଼େଇ ହେବ । ମିଚେଲ ଷ୍ଟାର୍କ, ଟି ନଟରାଜନ, ମୁକେଶ କୁମାର, କୁଲଦୀପ ଯାଦବ, ମୋହିତ  ଶର୍ମା ଓ ଅକ୍ଷର ପଟେଲ୍‌ କ୍ୟାପିଟାଲ୍ସର ବୋଲିଂ ବିଭାଗ ସମ୍ଭାଳିବେ ।

ସେହିପରି ସୁପରଜାଏଣ୍ଟ୍‌ସ  ନିକଟରେ ମିଚେଲ ମାର୍ଶ, ପନ୍ତ, ନିକୋଲାସ  ପୂରନ, ଆୟୂଷ ବାଦୋନି ଓ ଡେଭିଡ ମିଲରଙ୍କ  ଭଳି ବ୍ୟାଟର ରହିଛନ୍ତି । ବିଶାଖାପଟ୍ଟନମ୍‌ ଗ୍ରାଉଣ୍ଡର ପିଚ୍‌ ବ୍ୟାଟିଂ  ପାଇଁ ବେଶ୍‌ ଅନୁକୂଳ ରହିବ । ଗତ ସିଜନରେ କୋଲକାତା ନାଇଟ ରାଇଡର୍ସ ଏହି ଗ୍ରାଉଣ୍ଡରେ ୨୭୨ ରନ ସଂଗ୍ରହ କରିଥିଲା । ରାତ୍ରିରେ ମ୍ୟାଚ୍‌ ଖେଳାଯାଉଥିବାରୁ ଦ୍ୱିତୀୟାର୍ଦ୍ଧରେ ବ୍ୟାଟିଂ ସହଜ ହେବ । ଫଳରେ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ ।

 -: ସମ୍ଭାବ୍ୟ ଦ୍ୱାଦଶ :- 

ଦିଲ୍ଲୀ କ୍ୟାପିଟାଲ୍ସ: ଜେକ ଫ୍ରେଜର-ମ୍ୟାକଗର୍କ, ଫାଫ ଡୁ ପ୍ଲେସି, ଅଭିଷେକ  ପୋରେଲ, କେଏଲ୍‌ ରାହୁଲ, ଟ୍ରିଷ୍ଟନ ଷ୍ଟବ୍ସ,  ଅକ୍ଷର ପଟେଲ (ଅଧିନାୟକ), ଆଶୁତୋଷ  ଶର୍ମା, ସମୀର ରିଜଭୀ/ମୋହିତ ଶର୍ମା,  କୁଲଦୀପ ଯାଦବ, ମିଚେଲ ଷ୍ଟାର୍କ, ଟି  ନଟରାଜନ, ମୁକେଶ କୁମାର । 

ସୁପରଜାଏଣ୍ଟ୍‌ସ: ଯୁବରାଜ ଚୌଧୁରୀ,  ମିଚେଲ ମାର୍ଶ, ରିଷଭ ପନ୍ତ (ଅଧିନାୟକ),  ନିକୋଲାସ ପୂରନ, ଆୟୂଷ ବାଦୋନି, ଡେଭିଡ୍‌  ମିଲର, ଅବଦୁଲ ସମଦ, ସାହବାଜ ଅହମ୍ମଦ,  ରାଜବର୍ଦ୍ଧନ ହଙ୍ଗରଗେକର, ରବି ବିଷ୍ଣୋଇ,  ସମର ଜୋଶେଫ, ପ୍ରିନ୍ସ ଯାଦବ/ସର୍ଦୁଲ ଠାକୁର।

ବାଜି ମାରିନେଲା ଚେନ୍ନାଇ ସୁପର କିଙ୍ଗ୍ସସ୍; ପ୍ରଥମ ମ୍ୟାଚ୍ ହାରିଲା ମୁମ୍ୱାଇ ଇଣ୍ଡିଆନ୍ସ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.