ପ୍ରମୂଖ ଖବର
  • ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବାଜି ମାରିନେଲା ଚେନ୍ନାଇ ସୁପର କିଙ୍ଗ୍ସସ୍; ପ୍ରଥମ ମ୍ୟାଚ୍ ହାରିଲା ମୁମ୍ୱାଇ ଇଣ୍ଡିଆନ୍ସ

Published By : Bijay Swain | March 23, 2025 11:30 PM

Image courtesy: ndtv

ନୂଆଦିଲ୍ଲୀ: ବାଜି ମାରି ନେଲା ଚେନ୍ନାଇ ସୁପର କିଙ୍ଗ୍ସସ୍। ନିଜର ପ୍ରଥମ ପାଳିରେ ସିଏସକେ ୪ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଅନ୍ୟପଟେ ମୁମ୍ବାଇ ନିଜର ପ୍ରଥମ ମ୍ୟାଚ୍ ହାରି ପରାଜୟର ସ୍ୱାଦ ଚାଖିଛି। ଚଳିତ ମ୍ୟାଚ୍ ରେ ଚେନ୍ନାଇର ବିଜୟ ପଥରେ ରଚିନ ରବୀନ୍ଦ୍ର ହିରୋ ପାଲଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୯ ୱିକେଟ୍ ହରାଇ ୧୫୫ ରନ କରିଥିଲା। ଦଳ ପକ୍ଷରୁ ତିଳକ ବର୍ମା ୩୧, ସୂର୍ଯ୍ୟକୁମାର ଯାଦବ ୨୯ ରନ ଓ ଦୀପକ ଚହର ଅପରାଜିତ ୨୮ ରନ କରିଥିଲେ । ଜବାବରେ ଚେନ୍ନାଇ ୬ ୱିକେଟ୍ ହରାଇ ବିଜୟ ମୁକୁଟ ହାସଲ କରି ନେଇଛି। ରଚିନ ରବୀନ୍ଦ୍ର ସର୍ବାଧିକ ୬୫ ରନର୍ ଅପରାଜିତ ମ୍ୟାଚ ବିଜୟୀ ଇନିଂସ ଖେଳିଛନ୍ତି। ଅଧିନାୟକ ଋତୁରାଜ ଗାଏକ୍ୱାଡ ୫୩ ରନର ବିସ୍ଫୋରକ ବ୍ୟାଟିଂ କରି ନିଜ ପ୍ରଶଂସକଙ୍କୁ ଖୁସି କରିଦେଇଛନ୍ତି। 

୧୫୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଚେନ୍ନାଇର ଆରମ୍ଭ ମଧ୍ୟ ନିରାଶାଜନକ ଥିଲା। ରାହୁଲ ତ୍ରିପାଠୀ(୨ ରନ)ଙ୍କ ରୂପେ ସିଏସକେ ପ୍ରଥମ ୱିକେଟ୍ ହରାଇଥିଲା। ଏହା ପରେ ରଚିନ ରବୀନ୍ଦ୍ର ଓ ଅଧିନାୟକ ଋତୁରାଜ ଗାଏକ୍ୱାଡ ଜବରଦସ୍ତ ବ୍ୟାଟିଂ କରି ନିଜ ପାଳିକୁ ଆଗକୁ ବଢାଇଥିଲେ। ଉଭୟ ଦ୍ରୁତ ବ୍ୟାଟିଂ କରି ଦ୍ୱିତୀୟ ୱିକେଟ ପାଇଁ ୬୭ ରନ ଯୋଡି ବିଜୟର ମୂଳଦୁଆ ପକାଇଥିଲେ। ହେଲେ ଏହି ଯୋଡି ଭାଙ୍ଗିବା ପରେ ମ୍ୟାଚ୍ ରୋଚକ ମୋଡ ନେଇଥିଲା। ଅଧିନାୟକ ଗାଏକ୍ୱାଡ ଧୂଆଁଧାର ବ୍ୟାଟିଂ କରି ମାତ୍ର ୨୬ ବଲରୁ ୬ ଚୌକା ଓ ୩ ଛକା ମାରି ୫୩ ରନ ସଂଗ୍ରହ କରିଥିଲେ। 

ଏହା ପରେ ଚେନ୍ନାଇ ନିୟମିତ ୱିକେଟ୍ ହରାଇବାରୁ ଏକ ତରଫା ଯାଉଥିବା ମ୍ୟାଚ ରୋମାଞ୍ଚକର ରୂପ ନେଇଥିଲା। ଗୋଟିଏ ପଟେ ରଚିନ ରବୀନ୍ଦ୍ର ଇନିଂସ ସମ୍ଭାଳିଥିବା ବେଳେ ଅନ୍ୟପଟେ ଶିବମ ଦୁବେ(୯), ଦୀପକ ହୁଡ୍ଡା(୩) ଓ ସାମ କରନ(୪) ନିରାଶାଜନକ ପ୍ରଦର୍ଶନ କରିଥିଲେ।     

ଏହା ପରେ ରଚିନ ରବୀନ୍ଦ୍ର ଓ ଅନୁଭବୀ ରବୀନ୍ଦ୍ର ଜାଡେଜା ନିଜ ଖ୍ୟାତି ଅନୁରୂପ ବ୍ୟାଟିଂ କରିଥିଲେ। ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ, ରଚିନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ  ଜିତାଇଛନ୍ତି। ଜାଡେଜା ୧୭ ରନ କରି ଆଉଟ୍ ହୋଇଥିଲେ। ରଚିନ ୪୫ ବଲରୁ ୨ ଚୌକା ଓ ୪ ଛକା ସହ ୬୫ ରନରେ ଅପରାଜିତ ଥିଲେ। ଏହି ବାମହାତୀ ବ୍ୟାଟର ଛକା ମାରି ଦଳକୁ ୧୯. ୧ ଓଭରରେ ବିଜୟ ମୁକୁଟ ପିନ୍ଧାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.