ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ମହାମୁକାବିଲାରେ ପାକିସ୍ତାନର ଦୁର୍ବଳ ପ୍ରଦର୍ଶନ; ଭାରତ ଆଗରେ ୧୦୬ ରନ୍‌ର ଟାର୍ଗେଟ

Image source: Cricbuzz

ଦୁବାଇ,୦୬/୧୦: ମହିଳା ଟି ୨୦ ବିଶ୍ୱକପ ୨୦୨୪ ଜିତିବା ପାଇଁ ପାକିସ୍ତାନ ଭାରତକୁ ୧୦୬ ରନ୍‌ର ଟାର୍ଗେଟ ଦେଇଛି। ଦୁବାଇରେ ଖେଳାଯାଉଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି। ଏଥିରେ ଅରୁନ୍ଧତୀ ରେଡ୍ଡୀ ୩ ୱିକେଟ୍ ନେଇଥିଲେ। ଶ୍ରେୟଙ୍କା ପାଟିଲ ୨ ଟି ୱିକେଟ୍ ନେଇଛନ୍ତି। ନିଦା ଡର ପାକିସ୍ତାନ ପକ୍ଷରୁ ସର୍ବାଧିକ ୨୮ ରନ୍ ସଂଗ୍ରହ କରିଛନ୍ତି। ସେ ୩୪ ଟି ବଲକୁ ସାମ୍ନା କରୁଥିବା ବେଳେ ଗୋଟିଏ ଚୌକା ମାରିଛନ୍ତି। ପାକିସ୍ତାନର ଖରାପ ଆରମ୍ଭ ହେବା ପରେ ଦଳର ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ହୋଇଥିଲା। 

ପାକିସ୍ତାନର ପ୍ରଥମ ୱିକେଟ୍ ଗୁଲ ଫିରୋଜାଙ୍କର ଯାଇଥିଲା। ସେ ଶୂନ୍ୟରେ ପାଭିଲିୟନ ଫେରିଥିଲେ। ରେଣୁକା ସିଂ ତାଙ୍କୁ ଆଉଟ୍‌ କରିଥିଲେ। ଏହା ପରେ ସିଦରା ଆମିନ ୮ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ଓପନର୍ ମୁନିବା ଅଲ୍ଲି ୧୭ ରନ୍ କରିଥିଲେ। ୨୬ ଟି ବଲକୁ ସାମ୍ନା କରି ସେ ୨ଟି ଚୌକା ମାରିଥିଲେ। ମାତ୍ର ୩ ରନ୍ ସ୍କୋର କରିବା ପରେ ସୋହେଲ ଆଉଟ୍ ହୋଇଥିଲେ। ୪ ରନ୍ ସ୍କୋର କରିବା ପରେ ଆଲିଆ ରିଆଜ ୱିକେଟ୍ ହରାଇଥିଲେ।

ଭାରତୀୟ ବୋଲରମାନେ ପାକିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରିଛନ୍ତି। ୪ ଓଭରରେ ୧୯ ରନ୍ ଦେଇ ଅରୁନ୍ଧତୀ ୩ଟି ୱିକେଟ୍ ନେଇଥିଲେ। ସେପଟେ ଶ୍ରେୟଙ୍କା ୪ ଓଭରରେ ମାତ୍ର ୧୨ ରନ୍ ଦେଇ ୨ ୱିକେଟ୍ ନେଇଥିଲେ। ରେଣୁକା ସିଂ ୪ ଓଭରରେ ୨୩ ରନ୍‌ ଦେଇ ୧ ୱିକେଟ୍ ନେଇଥିଲେ। ଦୀପ୍ତି ଶର୍ମା ୪ ଓଭରରେ ୨୪ ରନ୍ ଦେଇ ୧ ୱିକେଟ୍ ନେଇଥିଲେ। ଆଶା ଶୋଭନା ମଧ୍ୟ ଏକ ସଫଳତା ପାଇଥିଲେ। ଏବେ ଭାରତୀୟ ମହିଳା ଦଳ ୧୦୬ ରନ୍‌ର ବିଜୟଲକ୍ଷ୍ୟକୁ ନେଇ ମଇଦାନକୁ ଓହ୍ଲାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.