ପ୍ରମୂଖ ଖବର
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ବିଶ୍ୱ ଅର୍ଥନୀତିରେ ଭାରତ ଦେବ ୨୦% ଯୋଗଦାନ; ୧୦୦ ରାଷ୍ଟ୍ରକୁ ରପ୍ତାନି କରିବ ଇ-ଯାନ

Published By : Swapna Ray | August 24, 2025 12:02 PM

ଭୁବନେଶ୍ୱର, ୨୪।୮: ଭାରତ ଏହାର ସ୍ଥିରତା ଯୋଗୁଁ ବିଶ୍ୱ ପାଇଁ ଆଶା ସଞ୍ଚାର କରିଛି । ବିଶେଷଜ୍ଞଙ୍କ ଅନୁମାନ, ବିଶ୍ୱ ଅର୍ଥନୀତିକୁ ଭାରତର ଯୋଗଦାନ ଖୁବ୍‌ଶୀଘ୍ର ୨୦%କୁ ବୃଦ୍ଧି ପାଇବ । ଶନିବାର ଇକୋନୋମିକ୍‌ ଟାଇମ୍ସ ୱାର୍ଲଡ ଲିଡର୍ସ ଫୋରମ୍‌ରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । ଏ ଅବସରରେ ପ୍ରଧାନମନ୍ତ୍ରୀ ଚିପ୍‌, ମହାକାଶ ଏବଂ ଇ-ଯାନ କ୍ଷେତ୍ରରେ ଭାରତର ଲକ୍ଷ୍ୟଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି । ମୋଦି କହିଲେ ଯେ, ବର୍ଷ ଶେଷ ସୁଦ୍ଧା ଆସିବ ପ୍ରଥମ ମେଡ୍‌ ଇନ୍‌ ଇଣ୍ଡିଆ ଚିପ୍‌ । ମହାକାଶ କ୍ଷେତ୍ରରେ ଭାରତର ଲକ୍ଷ୍ୟକୁ ନେଇ ସେ କହିଲେ ଯେ, ଆଗାମୀ ଦିନରେ ଅନେକ ମହାକାଶ ଅଭିଯାନ ପାଇପ୍‌ଲାଇନ୍‌ରେ ଅଛି । ଚଳିତବର୍ଷ ସ୍ପେସ୍‌ ଷ୍ଟାର୍ଟଅପ୍‌ଗୁଡ଼ିକ ପାଇଁ ଭାରତ ସରକାର ୧୦୦୦ କୋଟି ଟଙ୍କାର ଏକ ଭେଞ୍ଚର୍‌ କ୍ୟାପିଟାଲ ଫଣ୍ଡ୍‌ କରିଛନ୍ତି । ସମ୍ପ୍ରତି ଭାରତରେ ରହିଛି ୩୦୦ରୁ ଅଧିକ ସ୍ପେସ୍‌ ଷ୍ଟାର୍ଟଅପ୍‌, ଯାହାକି ୨୦୧୪ରେ ଥିଲା ମାତ୍ର ୧ ।

ମୋଦି କହିଲେ ଯେ, ସେ ଦିନ ଦୂର ନୁହେଁ, ଯେବେ ଭାରତର ନିଜସ୍ୱ ସ୍ପେସ୍‌ ଷ୍ଟେସନ୍‌ ଥିବ । ତେବେ ୧୦୦ରୁ ଊଦ୍ଧ୍ୱର୍ ଦେଶକୁ ଇ-ଯାନ ରପ୍ତାନି କରିବାକୁ ଭାରତ ଲକ୍ଷ୍ୟ ରଖିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ମୋଦି କହିଲେ ଯେ, କୋଭିଡ୍‌-୧୯ ମହାମାରୀ ପରେ ବି ଭାରତୀୟ ଅର୍ଥନୀତି ସ୍ଥିରତା ବଜାୟ ରଖିଛି । ମାକ୍ରୋ ଅର୍ଥନୈତିକ ସ୍ଥିରତା ଯୋଗୁ ଦେଶର ଅଭିବୃଦ୍ଧି ଜାରି ରହିଛି । ବିଭିନ୍ନ ପ୍ରକାର ମାପକରୁ ଜଣାପଡୁଛି ଯେ, ଭାରତୀୟ ଅର୍ଥବ୍ୟବସ୍ଥା ମଜଭୁତ ରହିଛି । ପୂର୍ବ ତୁଳନାରେ ଭାରତୀୟ ବ୍ୟାଙ୍କଗୁଡ଼ିକ ଅଧିକ ଦୃଢ଼ ହୋଇଛନ୍ତି । ମୁଦ୍ରାସ୍ଫୀତି ଏବଂ ସୁଧ ହାର କମ୍‌ ରହିଛି । ଚଳନ୍ତି ଖାତା ନିଅଣ୍ଟ(ସିଏଡି) ନିୟନ୍ତ୍ରଣରେ ଅଛି । ଏହାସହିତ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ବି ମଜଭୁତ ରହିଛି । ଯେତେବେଳେ ଭାରତର ଅର୍ଥନୈତିକ ଢାଞ୍ଚା ମଜଭୁତ ଅଛି, ମୂଳଦୂଆ ଦୃଢ଼ ରହିଛି, ପ୍ରଭାବ ମଧ୍ୟ ମଜଭୁତ ରହିବା ସ୍ୱାଭାବିକ । ୨୦୧୭ ପରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ସର୍ବନିମ୍ନ ଅଛି । ବୈଦେଶିକ ମୁଦ୍ରା ଭଣ୍ଡାର ରେକର୍ଡ ସ୍ତରରେ ପହଞ୍ଚିଥିବା ମୋଦି କହିଛନ୍ତି । 

ପ୍ରଧାନମନ୍ତ୍ରୀ କହିଲେ, ଯେତେବେଳେ ବିଶ୍ୱ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହୋଇଥିଲା ସରକାର ଭାରତ ନିର୍ମାଣ ଆରମ୍ଭ କଲେ ଏବଂ ଆଜି ‘ଆତ୍ମନିର୍ଭର ଭାରତ’ ରେକର୍ଡ ରପ୍ତାନି କରୁଛି । ଗତ ବର୍ଷକରେ ବିଶ୍ୱରେ ୮୦୦ କୋଟି ଟିକା ଉତ୍ପାଦନ ହୋଇଥିଲା । ଏଥିମଧ୍ୟରୁ ଭାରତ ୪୦୦ କୋଟି ଉତ୍ପାଦନ କରିଛି । ଟିକସ ବ୍ୟବସ୍ଥାକୁ ସରଳ କରିବା ପାଇଁ ସଂସ୍କାରଗୁଡ଼ିକ ଉପରେ ବିବରଣୀ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ, ୬୦ ବର୍ଷ ପରେ ସରକାର ଆୟକର ବିଲ୍‌ରେ ସଂସ୍କାର ଆଣିଛନ୍ତି । ଦେଶର ସାଧାରଣ ଜନତାଙ୍କ ପାଇଁ ଏଥିରେ ଭାଷାଗୁଡ଼ିକୁ ସରଳ କରାଯାଇଛି । ପୂର୍ବରୁ ଥିବା ବିଲ୍‌ରେ ଯେଉଁ ଭାଷାର ବ୍ୟବହାର ହୋଇଥିଲା, ତାହାକୁ କେବଳ ଜଣେ ଓକିଲ କିମ୍ବା ସିଏ ବୁଝିପାରୁଥିଲେ । ଦିପାବଳୀ ସୁଦ୍ଧା ଜିଏସ୍‌ଟି ବ୍ୟବସ୍ଥାରେ ଆସିବାକୁ ଥିବା ବଡ଼ ପରିବର୍ତ୍ତନ ଟିକସ ଢାଞ୍ଚାକୁ ଆହୁରି ସରଳ କରିବ । ଏହାଦ୍ୱାରା ବିନିର୍ମାଣ ଏବଂ ଚାହିଦା ବଢ଼ିବ । ଏହା ସହିତ ଇଜ୍‌ ଅଫ୍‌ ଡୁଇଙ୍ଗ ବିଜ୍‌ନେସ୍‌ରେ ସୁଧାର ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.