ପ୍ରମୂଖ ଖବର
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଆମେରିକା ଉପରେ ପାଲଟା ପ୍ରହାର; ୨୫ରୁ ଅଧିକ ଡାକସେବା ବନ୍ଦ କରିବ ଭାରତ

Published By : Swapna Ray | August 24, 2025 12:12 PM

ନୂଆଦିଲ୍ଲୀ, ୨୪। ୮: ଟ୍ରମ୍ପଙ୍କ ଟାରିଫ୍‌ ଜବାବରେ ଭାରତୀୟ ଡାକ ବିଭାଗ ଅଗଷ୍ଟ ୨୫ରୁ ଆମେରିକା ପାଇଁ ସମସ୍ତ ପ୍ରକାର ଡାକ ସାମଗ୍ରୀର ବୁକିଂକୁ ବାତିଲ କରିବାକୁ ଯାଉଛି । ଏହି ନିଷ୍ପତ୍ତି ଅସ୍ଥାୟୀ ଭାବେ ଲାଗୁ ହେବ । ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୫୦% ଟାରିଫ୍‌ ଘୋଷଣା ମଧ୍ୟରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ । 

ସରକାରୀ ଘୋଷଣା ମୁତାବକ, ମାତ୍ର ୧୦୦ ଡଲାର(ପ୍ରାୟ ୮୭୦୦ ଟଙ୍କା) ମୂଲ୍ୟର ଦସ୍ତାବିଜ ଏବଂ ଉପହାର ଆମେରିକାକୁ ପଠାଯାଇପାରିବ । ଆମେରିକା ସରକାରଙ୍କ ଏକ ନିର୍ଦ୍ଦେଶର ଜବାବରେ ଭାରତ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଅଗଷ୍ଟ ୨୯ରୁ ୮୦୦ ଡଲାର(ପାଖାପାଖି ୭୦,୦୦୦ ଟଙ୍କା) ପର୍ଯ୍ୟନ୍ତ ମୂଲ୍ୟର ସାମଗ୍ରୀ ଉପରେ ସୀମା ଶୁଳ୍କ ଛାଡ଼କୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆମେରିକା ସରକାର । ଅର୍ଥାତ୍‌ ଆମେରିକାରୁ ଭାରତ ପଠାଯାଉଥିବା ସାମଗ୍ରୀ ଉପରେ ଏବେ ଶୁଳ୍କ ଦେବାକୁ ପଡ଼ିବ । ସ୍ଥିତିକୁ ନେଇ ଡାକ ବିଭାଗ ସମସ୍ତ ଅଂଶୀଦାରମାନଙ୍କ ସହ ଆଲୋଚନା କରୁଛି । ସେବାକୁ ସ୍ୱାଭାବିକ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ । ଯେଉଁ ଗ୍ରାହକମାନେ ଆମେରିକା ପାଇଁ ସେମାନଙ୍କ ପାର୍ସଲ ବୁକ୍‌ କରିସାରିଛନ୍ତି, ସେମାନେ ଫେରସ୍ତ ପାଇଁ ଆବେଦନ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.