ପ୍ରମୂଖ ଖବର
  • ଉପକୂଳ ମୁହାଁ ଦାନା, ପାରାଦୀପ ଠାରୁ ୧୦୦ କି.ମି ଦୂରରେ ରହିଛି
  • ||
  • ଉଦଳା : ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇବା ଉପରେ ଦେଲେ ଗୁରୁତ୍ତ୍ୱ
  • ||
  • ବାତ୍ୟା ଆଶ୍ରୟସ୍ଥଳୀ ଅଚାନକ ପରିଦର୍ଶନ କଲେ ବାଲେଶ୍ୱର ସାଂସଦ
  • ||
  • ସାଲେପୁର : ଭଙ୍ଗା ଚାଳଛପର ଘରୁ ୭୦ ବର୍ଷର ବୃଦ୍ଧା ଉଦ୍ଧାର, ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଏବଂ ଯବାନ
  • ||
  • ହିନ୍ଦୋଳ : ପଟାଳୁ ଗ୍ରାମରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଆସୁଛି ବାତ୍ୟା 'ଦାନା', ଚନ୍ଦ୍ରଭାଗାରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
  • ||
  • ବଲାଙ୍ଗୀର : ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ବାଙ୍କୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼; ୨ ଗିରଫ, ୪ ଫେରାର
  • ||
  • ବର୍ଡର-ଗାଭାସ୍କର ଟ୍ରଫି: ନିତିଶଙ୍କୁ ମିଳିପାରେ ଦଳରେ ସୁଯୋଗ, ଖୁବ୍‌ଶୀଘ୍ର ଦଳ ଘୋଷଣା
  • ||
  • ସାଲେପୁର : ଆଗ୍ନିକାଣ୍ଡରେ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷ ଟଙ୍କାର ସୁନାରୂପା ଅଳଙ୍କାର ପୋଡ଼ି ପାଉଁଶ
  • ||
  • ବାତ୍ୟା 'ଦାନା'ର ପ୍ରଭାବ, କୋଣାର୍କ ଓ ଚନ୍ଦ୍ରଭାଗା ପର୍ଯ୍ୟଟକ ଶୂନ୍ୟ
  • ||
  • ଚନ୍ଦକା ମେଣ୍ଢାଶାଳ ଅଞ୍ଚଳରେ ହତ୍ୟାକାଣ୍ଡ; ଭିଣୋଇର ଭୁଜାଲି ଚୋଟରେ ଶଳା ମୃତ, ୩ ଗୁରୁତର
  • ||
  • ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଷଷ୍ଠକୁ ଉଠିଲେ ପନ୍ତ, ଶ୍ରେଷ୍ଠ ୧୦ରେ ୩ ଭାରତୀୟ
  • ||
  • ବାତ୍ୟା 'ଦାନା' ଆତଙ୍କ: ବର୍ଷା, ପବନ ଜୋର ହେଲେ ୨୪, ୨୫ରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
  • ||
  • କେନ୍ଦ୍ରାପଡ଼ା : ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
  • ||
  • ବାତ୍ୟା ପାଇଁ ଆଠଗଡ଼ ପରିବା ବଜାରରେ ଲୋକଙ୍କ ଭିଡ଼, କିଣି ନେଉଛନ୍ତି ବ୍ୟାଗ୍ ବ୍ୟାଗ୍ ପରିବା
  • ||
  • ସତର୍କତାମୂଳକ ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ, ବାତ୍ୟା ପାଇଁ ଅଧିକାରୀ ଏବଂ କର୍ମଚାରୀଙ୍କୁ ସଜାଗ ରହିବାକୁ ତାଗିଦ୍‌
  • ||

୫୦ ପଇସା ଫେରାଇ ନଥିଲା ଡାକ ବିଭାଗ, କ୍ଷତିପୂରଣ ଦେବ ୧୫ ହଜାର ଟଙ୍କା

ନୂଆଦିଲ୍ଲୀ ୨୪/୧୦: ୫୦ ପଇସା ନ ଫେରାଇବା ଡାକ ବିଭାଗକୁ ମହଙ୍ଗା ପଡ଼ିଛି ।  କାଞ୍ଚିପୁରମ୍‌ ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଆୟୋଗ ଜଣେ  ଉପଭୋକ୍ତାଙ୍କୁ ୫୦ ପଇସା ଫେରାଇବାକୁ ‘ଇଣ୍ଡିଆ ପୋଷ୍ଟ୍‌’କୁ  ଆଦେଶ ଦେଇଛନ୍ତି । ସେତିକି ନୁହେଁ, ତାଙ୍କୁ ମାନସିକ ଯନ୍ତ୍ରଣା ଦେବା,  ଅନୁଚିତ୍‌ ବ୍ୟବସାୟ ବ୍ୟବହାର ଏବଂ ସେବାରେ ଖିଲାପ ପାଇଁ ୧୦  ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସମେତ  ମକଦ୍ଦମା ଖର୍ଚ୍ଚ ବାବଦକୁ ୫ ହଜାର ଟଙ୍କା ଦେବାକୁ ମଧ୍ୟ କହିଛନ୍ତି ।  ମାମଲାଟି ୨୦୨୩, ଡିସେମ୍ବର ୧୩ ତାରିଖର । ମାଣଶା ନାମକ  ଉପଭୋକ୍ତା ପୋଝିଚଲୂର ପୋଷ୍ଟ୍‌ ଅଫିସ୍‌ରେ ଏକ ପଞ୍ଜୀକୃତ  ଚିଠି ପାଇଁ ନଗଦ ୩୦ ଟଙ୍କା ଦେଲେ । କିନ୍ତୁ ତାଙ୍କୁ ମିଳିଥିବା  ରସିଦରେ ୨୯.୫୦ ଟଙ୍କା ଉଲ୍ଲେଖ ହୋଇଥିଲା । 

ମାଣଶା କହିଛନ୍ତି,  ସେ ୟୁପିଆଇ ଜରିଆରେ ପ୍ରକୃତ ରାଶି ଜମା କରିବାକୁ ଚେଷ୍ଟା  କରିଥିଲେ । କିନ୍ତୁ ବୈଷୟିକ ସମସ୍ୟା ଯୋଗୁ ଡାକ ବିଭାଗ  କର୍ମଚାରୀମାନେ ଏହାକୁ ସ୍ୱୀକାର କଲେ ନାହିଁ । ସେମାନେ କହିଲେ,  ଦୈନିକ ଲକ୍ଷାଧିକ ଟଙ୍କାର ନେଣଦେଣ ହେଉଛି । ଠିକ୍‌ ଢଙ୍ଗରେ  ହିସାବ ନ ରଖିଲେ, ସରକାରଙ୍କର କ୍ଷତି ହୋଇପାରେ । ଏହି ସ୍ଥିତି  ମାଣଶାଙ୍କୁ ଗମ୍ଭୀର ମାନସିକ ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ବାଧ୍ୟ  କଲା ବୋଲି ସେ କହିଲେ । ଅନ୍ୟପକ୍ଷେ, ଇଣ୍ଡିଆ ପୋଷ୍ଟ୍‌ କହିଲା,  ବୈଷୟିକ ସମସ୍ୟା ଯୋଗୁ ସେତେବେଳେ ଡିଜିଟାଲ ଶୁଳ୍କ ସ୍ୱୀକାର  କରାଯାଇ ନ ଥିଲା । ସେଥିପାଇଁ ନଗଦ ନିଆଗଲା । ୫୦ ପଇସାର  ରାଉଣ୍ଡିଂ ପୋଷ୍ଟ୍‌ ସଫ୍ଟୱେର ଦ୍ୱାରା ସ୍ୱୟଂଚାଳିତ ଭାବେ କରାଯାଇଥିବା  ମଧ୍ୟ ଏହା ସ୍ପଷ୍ଟ କଲା । 

କିନ୍ତୁ ଉପଭୋକ୍ତା ଆୟୋଗ ଶୁଣାଣିରେ  କହିଲେ, ପୋଷ୍ଟ୍‌ ଅଫିସ୍‌ ଅତିରିକ୍ତ ୫୦ ପଇସା ନେବା ଉପଭୋକ୍ତା  ସଂରକ୍ଷଣ ଅଧିନିୟମ ଅନ୍ତର୍ଗତ ଅସମାନ ବ୍ୟବସାୟ ପ୍ରଥାର  ଉଦାହରଣ । ତେଣୁ ୫୦ ପଇସା ଉପଭୋକ୍ତାଙ୍କୁ ଫେରାଇବାକୁ  ଆୟୋଗ ଇଣ୍ଡିଆ ପୋଷ୍ଟ୍‌କୁ ନିର୍ଦ୍ଦେଶ ଦେଲେ। ଏଥିସହ ମାନସିକ  ପୀଡ଼ା ଦେବା ଲାଗି ୧୦ ହଜାର ଟଙ୍କା ଓ ନ୍ୟାୟିକ ଖର୍ଚ୍ଚ ବାବଦକୁ  ୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଲେ ।  ନିର୍ଦ୍ଦେଶାନୁସାରେ ଦୁଇ ମାସ ମଧ୍ୟରେ ଇଣ୍ଡିଆ ପୋଷ୍ଟ୍‌କୁ ଏହି  କ୍ଷତିପୂରଣ ରାଶି ଦେବାକୁ ପଡ଼ିବ । ମାଣଶା ୫୦ ପଇସା ଫେରସ୍ତ  ମାମଲା ସମେତ ମାନସିକ ପୀଡ଼ା ପାଇଁ ୨.୫ ଲକ୍ଷ ଟଙ୍କା କ୍ଷତିପୂରଣ  ଏବଂ ନ୍ୟାୟିକ ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କା ଦାବି କର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.