ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଭାରତ - ବାଂଲାଦେଶ ପ୍ରଥମ ଟି-୨୦ ମୁକାବିଲା : ୭ ୱିକେଟ୍‌ରେ ଭାରତ ବିଜୟୀ

ଗ୍ୱାଲିୟର – ଆଜି (ରବିବାର) ଗ୍ୱାଲିୟରର ମାଧବରାଓ ସିନ୍ଧିଆ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଛି ଭାରତ-ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦। ଏଥିରେ ଭାରତ ୭ ୱିକେଟରେ ବିଜୟୀ ହୋଇଛି। ଏହି ବିଜୟ ସହ ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୧୯.୫ ଓଭରରେ ସବୁ ୱିକେଟ ହରାଇ ୧୨୭ ରନ କରି ପାରିଥିଲା। ଏହାର ଜବାବରେ ଭାରତ ୧୧.୫ ଓଭରରେ ୩ ୱିକେଟ୍‌ରେ ୧୩୨ ରନ୍‌ କରି ଏହି ମ୍ୟାଚ୍‌କୁ ନିଜ ନାଁରେ କରି ପାରିଛି। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୩୯ ରନ୍ କରିଛନ୍ତି। 

୧୨୮ ରନର ଲକ୍ଷ୍ୟର ପିଛା କରି ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଟିମ୍‌ ଧମାକାଦାର ଆରମ୍ଭ କରିଛି। ଅଭିଷେକ ଓ ସଞ୍ଜୁ ସାମସନଙ୍କ ମଧ୍ୟରେ ପ୍ରଥମ ୱିକେଟ୍‌ରେ ୨୫ ରନ୍‌ର ପାର୍ଟନରସିପ୍‌ ହୋଇଛି। ଅଭିଷେକ ଶର୍ମା ରନ୍‌ ଆଉଟ୍‌ ହୋଇ ପାଭେଲିୟନ ଫେରିଥିଲେ। ଅଭିଷେକ ୭ଟି ବଲ୍‌ରେ ୧୬ ରନ୍ କରିଥିଲେ। ସୂର୍ଯ୍ୟକୁମାର ଯାଦବ ଅଧିନାୟକ ପାଳି ଖେଳିଛନ୍ତି। ସେ ୧୪ବଲରେ ୨୯ରନ୍‌ କରିଛନ୍ତି। 

ସଞ୍ଜୁ ସାମସନ ୧୯ବଲରେ ୨୯ ରନ କରିଛନ୍ତି। ମେହଦୀ ତାଙ୍କୁଆଉଟ୍‌ କରିଥିଲେ। ଏହାପରେ ନୀତିଶ ଓ ହାର୍ଦ୍ଦିକଙ୍କ ମଧ୍ୟରେ ୫୨ ରନର ପାର୍ଟନରସିପ୍‌ରେ ଭାରତ ମ୍ୟାଚ ୭ ୱିକେଟରେ ନିଜ ନାଁରେ କରି ପାରିଛି। ହାର୍ଦ୍ଦିକ ୧୬ ବଲରେ ୩୯ ରନ୍‌ ଓ ନୀତିଶ ୧୫ ବଲରେ ୧୬ ରନ୍‌ କରିଥିଲେ। 

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ବାଂଲାଦେଶର ଆରମ୍ଭ ଖୁବ୍ ଖରାପ ରହିଥିଲା। ଟିମ୍‌ ୩ ଓଭରରେ ଦୁଇ ଓପନର ବ୍ୟାଟ୍‌ରଙ୍କୁ ହରାଇ ଥିଲା। 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.