ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ରାଷ୍ଟ୍ର,ଏଆଇ କ୍ଷେତ୍ରରେ ଅଗ୍ରଗତିକୁ ବିଲ୍‌ ଗେଟ୍‌ସଙ୍କ ପ୍ରଶଂସା

Published By : Prameya | March 23, 2025 2:27 PM

ନୂଆଦିଲ୍ଲୀ, ୨୩/୦୩: ଭାରତର  ଅଭିବୃଦ୍ଧିରୁ ସମଗ୍ର ବିଶ୍ୱକୁ ଫାଇଦା ହେବ ।  ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ  ଏହା କହିଛନ୍ତି । ମୁମ୍ବାଇରେ  ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହା  ପ୍ରକାଶ କରିଛନ୍ତି । ଗେଟ୍‌ସ ଆହୁରି ଭାରତର ଦ୍ରୁତ  ନବସୃଜନକୁ ପ୍ରଶଂସା କରିଛନ୍ତି ।

ସେ  କହିଲେ ଯେ, ୨୦୪୭ ସୁଦ୍ଧା ଭାରତ  ବିକଶିତ ରାଷ୍ଟ୍ରରେ ପରିଣତ ହେବ । ଏହା  କେବଳ ଭାରତରେ ପରିବର୍ତ୍ତନ ଆଣିବ  ନାହିଁ ବରଂ ବିଶ୍ୱ ଉପରେ ବି ଏହାର  ସକାରାତ୍ମକ ପ୍ରଭାବ ପଡ଼ିବ । 

ଗେଟ୍‌ସ କହିଲେ ଯେ, ଭାରତରେ  ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି ପ୍ରମୁଖ କ୍ଷେତ୍ରକୁ  ପ୍ରାଥମିକତା ଦିଆଯାଉଛି । ଏହାର  ସକାରାତ୍ମକ ଗତିଶୀଳତା ଦେଖିବାକୁ  ମିଳୁଛି । ଭାରତର ଅର୍ଥନୈତିକ ଅଭିବୃଦ୍ଧି  ଦୃଶ୍ୟପଟକୁ ଆଶାଜନକ କହିବା ସହ  ଗେଟ୍‌ସ କହିଲେ ଯେ, ଭାରତରେ ବିକାଶ  ହାର ୫% ରହିବ କି ୧୦%, ତାହାକୁ ନେଇ  ତର୍କ ହେଉଛି । କିନ୍ତୁ ମୋତେ ଅନୁଭବ  ହେଉଛି ଯେ, ଅଭିବୃଦ୍ଧି ୧୦% ପର୍ଯ୍ୟନ୍ତ  ପହଞ୍ଚି ନ ପାରେ କିନ୍ତୁ ୫% ତଳକୁ ବି  ଖସିବ ନାହିଁ ।  

ଅର୍ଥନୈତିକ ଅଭିବୃଦ୍ଧି ସ୍ୱାସ୍ଥ୍ୟ ଏବଂ  ଶିକ୍ଷାରେ ଅଧିକ ସରକାରୀ ନିବେଶକୁ  ସକ୍ଷମ କରିବ, ଯାହାଦ୍ୱାରା ମହତ୍ୱପୂର୍ଣ୍ଣ  ଅବସର ସୃଷ୍ଟି ହେବ । ଆର୍ଟିଫିସିଆଲ  ଇଣ୍ଟେଲିଜେନ୍ସ(ଏଆଇ)କୁ ନେଇ ଗେଟ୍‌ସ  କହିଲେ ଯେ, ଏହି ପ୍ରଯୁକ୍ତି ବିରାଟ  ପରିବର୍ତ୍ତନ ଆଣିବ । ସେ ଏହାକୁ ମଧ୍ୟ ଖଣ୍ଡନ କରିଛନ୍ତି ଯେ, ଏଆଇ ଦ୍ୱାରା ବଡ଼  ଆକାରରେ ଚାକିରି ଚାଲିଯିବ । 

ଗେଟ୍‌ସ ଭାରତର ଏଆଇ  ଡେଭଲପ୍‌ମେଣ୍ଟ ଆପ୍ରୋଚ୍‌କୁ ପ୍ରଶଂସା  କରିଛନ୍ତି । ସେ କହିଲେ ଯେ, ସ୍ଥାନୀୟ  ଆବଶ୍ୟକତା ଅନୁସାରେ ଭାରତ ଓପନ୍‌-ସୋର୍ସ ଫାଉଣ୍ଡେସନ ମଡେଲ୍‌କୁ  ଆପଣାଇଛି । ଏହା ପ୍ରଶଂସନୀୟ । ଏହାଦ୍ୱାରା  ଭାରତୀୟ ଭାଷାଗୁଡ଼ିକୁ ସପୋର୍ଟ ମିଳିବ । ଆଧାର ଏବଂ ୟୁପିଆଇ ସମେତ ଭାରତର  ଡିଜିଟାଲ ପବ୍ଲିକ୍‌ ଭିତ୍ତିଭୂମିକୁ ପ୍ରଶଂସା  କରିଛନ୍ତି ବିଲ୍‌ ଗେଟ୍‌ସ । ଏହା ବିଶ୍ୱ ପାଇଁ  ଦେଶର ଅନ୍ୟତମ ମହତ୍ୱପୂର୍ଣ୍ଣ ଯୋଗଦାନ  ବୋଲି ସେ କହିଛନ୍ତି । ଗେଟ୍‌ସ କହିଲେ  ଯେ, ଯେତେଥର ଭାରତ ଆସିଛି ଅନେକ  କମ୍ପାନି ଏହି ଡିଜିଟାଲ ଭିତ୍ତିଭୂମିର ଲାଭ  ଉଠାଉଥିବା ଦେଖିଆସୁଛି । ସେ ବ୍ୟାଙ୍କିଙ୍ଗ୍‌  ହେଉ କିମ୍ବା ଷ୍ଟକ୍‌ ଟ୍ରେଡିଂ, ଭାରତର  ନବସୃଜନ ଦ୍ରୁତ ବେଗରେ ଆଗକୁ ବଢୁଛି।  

ପ୍ରକାଶଯୋଗ୍ୟ, ମାଇକ୍ରୋସଫ୍ଟର  ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ବିଶ୍ୱର  ୧୧ତମ ଧନୀ ବ୍ୟକ୍ତି । ଫୋର୍ବସ ଅନୁସାରେ,  ତାଙ୍କ ନେଟ୍‌ ସମ୍ପତ୍ତି ୧୦୭୧୦ କୋଟି ଡଲାର  ବା ପାଖାପାଖି ୯.୨୧ ଲକ୍ଷ କୋଟି ଟଙ୍କା ।  ସେ ୧୯୭୫ରେ ମାଇକ୍ରୋସଫ୍ଟର ସ୍ଥାପନା  କରିଥିଲେ । ୨୦୦୦ ମସିହା ଯାଏ ସେ  କମ୍ପାନିରେ ସିଇଓ ପଦରେ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.