ଭୁବନେଶ୍ୱର, ୦୬/୧୧: ପତ୍ନୀଙ୍କୁ ଆନେସ୍ଥେସିଆ ଇଞ୍ଜେକସନ ଦେଇ ହତ୍ୟା ମାମଲାରେ ଦିନିକିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ପ୍ରଦ୍ୟୁମ୍ନ । ପ୍ରଦ୍ୟୁମ୍ନକୁ ଆଣି ସିନ୍ ରିକ୍ରିଏସନ କରିବ କମିଶନରେଟ ପୋଲିସ । ଅଭିଯୁକ୍ତକୁ ୩ ଦିନ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଥିବା ବେଳେ କେବଳ ଗୋଟିଏ ଦିନ ପାଇଁ ଅନୁମତି ମିଳିଛି । ଭୁବନେଶ୍ବର ଏସଡିଜେଏମ କୋର୍ଟ ଗୋଟିଏ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି ।
ସ୍ତ୍ରୀକୁ ଆନେସ୍ଥେସିଆ ଦେଇ ହତ୍ୟା ଘଟଣାରେ ରାଜ୍ୟ ଫରେନସିକ ଲ୍ୟାବ୍କୁ ବ୍ୟବହୃତ ଇଞ୍ଜେକସନ, ଆନେସ୍ଥେସିଆ ମେଡିସିନି ଓ ଅଭିଯୁକ୍ତଙ୍କ ମୋବାଇଲ ଫୋନ ଯାଞ୍ଚ କରିବା ପାଇଁ ପଠାଯାଇଥିଲା । ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଓ ତାଙ୍କ ଦୁଇ ପ୍ରେମିକାଙ୍କୁ ରିମାଣ୍ଡ ଆଣିବାକୁ କୋର୍ଟରେ ଆବେଦନ କରିଥିଲା ପୋଲିସ ।