ପ୍ରମୂଖ ଖବର
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ବାଂଲାଦେଶୀ ସନ୍ଦେହରେ ୫୫ ଜଣଙ୍କ ପରିଚୟ ଯାଞ୍ଚ

Published By : Suraj Kumar | June 3, 2025 9:12 PM

ଚନ୍ଦନେଶ୍ଵର,୩/୬ (ଆ.ପ୍ର)ବାଲେଶ୍ଵର ଜିଲ୍ଲା ଭୋଗରାଇର ଉପାନ୍ତ ଅଂଚଳରେ ବହୁ ବାଂଲାଦେଶୀ ବସବାସ କରୁଥିବା ଅଭିଯୋଗ ହୋଇ ଆସୁଥିଲା । ବିଶେଷ କରି ସାହାବାଜିପୁରରେ ଗାଁରେ ରହୁଥ‌ିବା ଯୁବତୀମାନେ ସବୁ ବାଂଲଦେଶୀ ବୋଲି ଗାଁ ଲୋକେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ବାଂଲାଦେଶୀ ସନ୍ଦେହରେ ସାହାବାଜିପୁରରେ ରହୁଥିବା ୫ ୫ଜଣ ଯୁବକ, ଯୁବତୀଙ୍କ ପରିଚୟ ପତ୍ର ଯାଞ୍ଚ ପାଇଁ ପଠା ଯାଇଛି ବୋଲି ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ ପ୍ରକାଶ କରିଛନ୍ତି । ସେଣ୍ଟ୍ରାଲ ବ୍ୟୁରୋ ପକ୍ଷରୁ ଯାଞ୍ଚ ହୋଇ ରିପୋର୍ଟ ଆସିବା ପରେ କାର୍ଯ୍ୟନୁଷ୍ଠାନ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ବିବରଣୀରୁ ପ୍ରକାଶ, ସହାବାଳିପୁର ଗାଁରେ  ବାଂଲାଦେଶୀ ଯୁବତୀ ବସବାସ କରୁଥିବା ଅଭିଯୋଗ ହେଉଥିଲା । ଏହାଛଡା ବହୁ ବୁଲା ବିକାଳି ମଧ୍ୟ ସେଠାରେ ବସବାସ କରୁଥିଲେ । ସେମାନେ ପଶ୍ଚିମବଙ୍ଗର ଅଧିବାସୀ ବୋଲି ନକଲି ପରିଚୟ ପତ୍ର ଦେଇ ସ୍ଥାନୀୟ ଅଂଚଳରେ ବିଭିନ୍ନ ଅସାମାଳିକ କାର୍ଯ୍ୟକଳାପ କରି ଆସୁଥିଲେ । ସେମାନଙ୍କୁ ହଟାଇବା ପାଇଁ ଗ୍ରାମବାସୀ ଅଂଟା ଭିଡିବା ପରେ ପୁଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସହାବାଳିପୁର ଗାଁରେ ରହୁଥ‌ିବା ଯୁବକ, ଯୁବତୀ ମାନଙ୍କ ଫଟୋ,ଅଧାର କାର୍ଡ,ମୋବାଇଲ ନମ୍ବର ସଂଗ୍ରହ କରାଯାଇ ସେଣ୍ଟ୍ରାଲ ବ୍ୟୁରୋକୁ ପଠା ଯାଇଛି । । ସେମାନେ ପ୍ରକୃତରେ ପଶ୍ଚିମବଙ୍ଗର ନା ବଙ୍ଗରେ କିଛି ବର୍ଷ ରହି ପରିଚୟ ପତ୍ର ହାସଲ କରିଛନ୍ତି ତଦନ୍ତରେ ଜଣା ପଡିଯିବ । ରିପୋର୍ଟ ଆସିବା ପରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ । ତେବେ ପ୍ରଶାସନ ଏହି ଯୁବକ, ଯୁବତୀଙ୍କ ତଥ୍ୟ ସଂଗ୍ରହ କରିବା ପରେ ବହୁ ଗାଁ ଛାଡି ଅନ୍ୟତ୍ର ପଳାଇ ଗଲେଣି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.