ପ୍ରମୂଖ ଖବର
  • କଳିଙ୍ଗନଗର : ମଝିଆଁ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇ ଗୁରୁତର
  • ||
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

୨ ଟ୍ରକ୍ ମୁହାଁମୁହିଁ ଧକ୍କା, ଦୁଇ ଡ୍ରାଇଭର୍ ଗୁରୁତର

Published By : Rasmita Pradhan | June 3, 2025 1:51 PM

ସିମୁଳିଆ, ୩/୬ : ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଧିନ ୧୬ ନଂ ଜାତୀୟ ରାଜପଥ ଜାମୁଝାଡ଼ି ନ୍ୟାସନାଲ ଢ଼ାବା ପାଖରେ ଥିବା ଡାଇଭରସନ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଉଭୟ ଟ୍ରକ୍‌ର ଡ୍ରାଇଭର୍ ଗୁରୁତର ହୋଇଛନ୍ତି। ସୋମବାର ବିଳମ୍ଵିତ ରାତିରେ ଏହି ଦୁର୍ଘଟଣା ଘଟିଛି।      

ସୂଚନାନୁଯାୟୀ, କଲିକତାକୁ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବୋଝେଇ କରି ଏକ ଟ୍ରକ୍ ଯାଉଥିବା ସମୟରେ୧୬ ନଂ ଜାତୀୟ ରାଜପଥ ଜାମୁଝାଡ଼ି ନ୍ୟାସନାଲ ଢ଼ାବା ପାଖରେ ଥିବା ଡାଇଭରସନ୍ ଠାରେ ଦିଗ ବଦଳାଇଥଲା। ଏହି ସମୟରେ ସମ୍ମୁଖରୁ ଆସୁଥିବା ଅନ୍ୟ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇଟି ଟ୍ରକ୍‌ର ଡ୍ରାଇଭର ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକେ ଏବଂ ଅନ୍ୟ ଗାଡିର ଡ୍ରାଇଭର୍‌ମାନେ ସେମାନଙ୍କୁ ଉଦ୍ଧାର କରି ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁଇ ଡ୍ରାଇଭର୍‌ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ସ୍ଥଳରେ ଏବେବି ଗାଡି ଦୁଇଟି ଜାତୀୟ ରାଜପଥ ମଝିରେ ଅଟକି ରହିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଗୋଟିଏ ପାର୍ଶ୍ୱରେ ଜାତୀୟ ରାଜପଥ କାମ ଚାଲୁଥିବାରୁ ଏହି ସ୍ଥାନରେ ଗାଡିଗୁଡିକ ଦିଗ ବଦଳାଉଥିଲେ। ଯାହା ଫଳରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। କିଛି ଦିନ ପୂର୍ବରୁ ଏହି ଡେଞ୍ଜର ଡାଇଭରସନ ଠାରେ ଟ୍ରକ୍ ଚକ୍କା ତଳେ ଚାପି ହୋଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.