ପ୍ରମୂଖ ଖବର
  • କଳିଙ୍ଗନଗର : ମଝିଆଁ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇ ଗୁରୁତର
  • ||
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ସର୍ବପୁରାତନ ମୁକୁନ୍ଦପୁର ମନ୍ଦିରକୁ ଅଣଦେଖା ଅଭିଯୋଗ, ନୀଳଗିରି ଠାକୁର ମାହାଲ ଅଫିସ ଆଗରେ ଗ୍ରାମବାସୀଙ୍କ ଧାରଣା

Published By : Rasmita Pradhan | June 3, 2025 11:25 AM

ନୀଳଗିରି, ୩/୬ : ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ମୁକୁନ୍ଦପୁର ବଳଦେବ ଜୀଉ ମନ୍ଦିରକୁ ଅଣଦେଖା ଅଭିଯୋଗ। ନୀଳଗିରି ଠାକୁର ମାହାଲ ଅଫିସ ଆଗରେ ଧାରଣା ଦେଲେ ମୁକୁନ୍ଦପୁର ଗ୍ରାମବାସୀ ଓ ଶ୍ରଦ୍ଧାଳୁ। ଠାକୁର ମାହାଲ ପକ୍ଷରୁ ବର୍ଷକୁ ନୀତିକାନ୍ତି ପାଇଁ ୨୦ ହଜାର ଟଙ୍କା ପ୍ରଦାନ କରୁଥିବାରୁ ଠିକ୍ ଭାବେ ପୂଜାର୍ଚ୍ଚନା ହୋଇପାରୁନାହିଁ। ସେପଟେ ରଥଯାତ୍ରା ସମୟରେ ରଥକାଠର ଅଭାବକୁ ଆଖି ଆଗରେ ରଖି ଚାରୋଟି ଚକ ଓ ଆବଶ୍ୟକ କାଠ ଦାବି କରି ଗ୍ରାମବାସୀମାନେ ଧାରଣା ଦେଇଛନ୍ତି। 

ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଠାକୁର ମାହାଲ ସର୍ବ ପୁରାତନ ବଳଦେବ ଜୀଉ ମନ୍ଦିରକୁ ସହଯୋଗ କରିବାର ପ୍ରତିଶୃତି ଦେଲେ ଯାଇ ଧାରଣାରୁ ଉଠିବେ ବୋଲି ମତ ପ୍ରକାଶ ପାଇଛି। ମୁକୁନ୍ଦପୁର ଗ୍ରାମର ଯୋଗାନନ୍ଦ ଦାଶ, ଶରତ ଚନ୍ଦ୍ର ଦାଶ, ଗଣେଶ ବେହେରା, ମଧୁସୁଧନ ନାୟକ, ରାଜେଶ କୁମାର ଧାମୁଡ଼ିଆ, ରାଧେଶ୍ୟାମ ଦାସ, ରାଜେନ୍ଦ୍ର ମହାକୁଡ଼, ମନୋରଞ୍ଜନ ନାୟକ, ରାମଚନ୍ଦ୍ର ଧାଉଁରିଆ, ହରିଶ୍ଚନ୍ଦ୍ର ବାରିକ, ନରେନ୍ଦ୍ର ନାୟକ, ଦେବେନ୍ଦ୍ର ରାଉତ, ସୁରେନ୍ଦ୍ର ରାଉଳ, ଭାଗବତ ସେନାପତି, ଗୌରାଙ୍ଗ ସେନାପତି, ଶରତ ଚନ୍ଦ୍ର ରଣା, ଶ୍ରୀକାନ୍ତ ରାଉଳ, ରାମଚନ୍ଦ୍ର ବାରିକ ପ୍ରମୁଖ ଏହି ଦାବି କରିଛନ୍ତି।

 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.