ପ୍ରମୂଖ ଖବର
  • ଚମକିଲା ଭାଗ୍ୟ; ରାତାରାତି ଶ୍ରମିକରୁ କୋଟିପତି ହେଲେ ହୀରାକୁଦର ଶିବ ସୁନ୍ଦର
  • ||
  • ଅପରେସନ୍ 'ସିନ୍ଦୂର' ; ୬ ନୁହେଁ ପାକିସ୍ତାନର ୯ବିମାନକୁ ମାଟିରେ ମିଶାଇଛି ଭାରତ
  • ||
  • ସଂସଦ ମୌସୁମୀ ଅଧିବେଶନ; ୨୧ ଜୁଲାଇରୁ ୧୨ ଅଗଷ୍ଟ ଯାଏ ଚାଲିବ
  • ||
  • ଜଗତସିଂହପୁର : ପାରାଦୀପ ଆଇସ୍ ଫ୍ୟାକ୍ଟ୍ରିରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍, ୪ ଅସୁସ୍ଥ
  • ||
  • ବାଲେଶ୍ୱର : ମିନତୀ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପୁଲିସର ଚଢାଉ,୧୦ ଯୁବତୀ ଅଟକ
  • ||
  • ବାଲେଶ୍ୱର : ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ବଢିଲା କରୋନା ଭୟ; ୨୪ ଘଣ୍ଟାରେ ୨୭୬ ଆକ୍ଟିଭ କେସ୍‌, ୭ମୃତ
  • ||
  • ବ୍ରହ୍ମପୁର : ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ,୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ
  • ||
  • ମୟୂରଭଞ୍ଜ : ୪ଟି ଥାନାର ଅଧିକାରୀଙ୍କୁ ନେଇ ଗୋବିନ୍ଦରାୟପୁର ଓ ତାଳପଦାରେ ମିଳିତ ଚଢ଼ାଉ,ପାଖାପାଖି ୪ଶହ ଗାଈଗୋରୁ ଉଦ୍ଧାର
  • ||
  • ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କିଲୋ ବିସ୍ଫୋରକ ଜବତ, ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ
  • ||
  • କାର୍ ଉପରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ୯ ମୃତ
  • ||
  • ଆମେରିକାରେ କୃଷି ଆତଙ୍କବାଦ ଖେଳାଉଛି ଡ୍ରାଗନ୍ ! ସାଙ୍ଘାତିକ 'ବାୟୋ ଅସ୍ତ୍ର' ସହ ଧରାପଡ଼ିଲେ ଚୀନ୍ ନାଗରିକ
  • ||
  • କଟକ : ନକଲି ମୋବିଲ ତିଆରି କାରଖାନାରେ ଚଢାଉ, ୨ ଅଟକ
  • ||
  • ଆନନ୍ଦପୁର ପୌର ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇଙ୍କ ଦେହାନ୍ତ
  • ||
  • ମାଲକାନଗିରି : ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍‌, ଡ୍ରାଇଭର ଗୁରୁତର
  • ||
  • ଜଗତସିଂହପୁର : ଶଙ୍ଖ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ମାଲକାନଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ସୁନା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା, ଭୁଲ୍ ଇଞ୍ଜେକ୍ସନ୍‌ ନେଲା ୬ ରୋଗୀଙ୍କ ଜୀବନ!
  • ||
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଘୋଷଯାତ୍ରା ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ; ଜଗନ୍ନାଥ ମନ୍ଦିରରେ ପ୍ରସାଦ ବିକ୍ରି ଘଟଣାର ହେବ ଯାଞ୍ଚ

Published By : Bijay Swain | June 2, 2025 10:40 PM

ନୀଳଗିରି, ୨/୬(ଆ.ପ୍ର): ଓଡ଼ିଶାର ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୀଳଗିରିରେ ପବିତ୍ର ଘୋଷଯାତ୍ରା ପାଇଁ ଆଜି ଚୂଡାନ୍ତ ପ୍ରସ୍ତୁତି ବୈଠକ ବ୍ଳକ ସମ୍ମିଳନୀ କକ୍ଷରେ ଅପରାହ୍ନ ୫,୩୦ ମିନିଟ ସମୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ଥାନୀୟ ତହସିଲଦାର ସୋନମ ଦାସ ପୂର୍ବ ବିବରଣୀ ପାଠ କରିଥିଲେ। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରଥଗଢ଼ାରେ ଆବଶ୍ୟକ କାଠ, ରଥ ଦଉଡି, ଡ୍ରେନ ସମସ୍ୟା, ମହିଳା ରଥ ପାଇଁ ଆବଶ୍ୟକ କାଠ, ରଥଟଣା, ଦୁଇ ରଥରେ ପ୍ରବଚନ ଦେବା ସମ୍ପର୍କରେ, ଭୋଗବଣ୍ଟନ, ବିଦ୍ୟୁତ ତାରକୁ ସଠିକ ଢଙ୍ଗରେ ନିରାପଦରେ ରଖିବା, ରଥ ଦାଣ୍ଡର ପ୍ରତି ୫୦ରୁ ଶହେ ମିଟର ବ୍ୟବଧାନରେ ପର୍ଯ୍ୟାପ୍ତ ପରିମାଣରେ ଟ୍ୟାଙ୍କର ମାଧ୍ୟମରେ ଶୁଦ୍ଧ ପାନୀୟ ଜଳର ସୁବ୍ୟବସ୍ଥା, ରଥଯାତ୍ରାରେ ଚୋରା ଦେଶୀ ଓ ବିଦେଶୀ ମଦ ବିକ୍ରି ବନ୍ଦ, ଲୋକସମ୍ପର୍କ ବିଭାଗ ଦ୍ୱାରା ସୂଚନାକେନ୍ଦ୍ର କରାଯାଇ ସୂଚନା ପ୍ରଦାନ, ଲୁଟେରା, ଛୀନତାଇରୁ ରକ୍ଷାପାଇବା ପାଇଁ ବିଭିନ୍ନ ଛକରେ ସିସିଟିଭି କ୍ୟାମେରା ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତମ ବସସେବା ପ୍ରଦାନ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଘୋଡା ନାଚ,ଦାସକାଠିଆ, ପାଲା ଗାଆଣ, ଉପଖଣ୍ଡ ସ୍ତରୀୟ ପ୍ରଦର୍ଶନୀ, ସାଇକେଲ ଷ୍ଟାଣ୍ଡରେ ନିର୍ଧାରିତ ଟିକେଟ ଧାର୍ଯ୍ୟ, ଅସ୍ଥାୟୀ ଚିକିତ୍ସା ସହାୟକ କେନ୍ଦ୍ର, ଅସ୍ଥାୟୀ ପରିସ୍ରାଗାର, ଆଇନଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟରଖି ପୋଲିସ ଫୋର୍ସ ମୁତୟନ ଆଦି ପ୍ରମୁଖ ସମସ୍ୟା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। 

ଉକ୍ତ ବୈଠକରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ବିଧାୟକ ସନ୍ତୋଷ ଖଟୁଆ,ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ,ଜିଲ୍ଲାଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ,ଅତିରିକ୍ତ ଏସପି, ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ତହସିଲଦାର ସୋନମ ଦାସ, ବ୍ଳକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଏନଏସି ଅଧ୍ୟକ୍ଷ ମହେନ୍ଦ୍ର ନାଥ ବେହେରା, ଏସଡ଼ିପିଓ ପ୍ରମୋଦ କୁମାର ମଲ୍ଲିକ, ଆଇଆଇସି ଗୋବର୍ଦ୍ଧନ ନାୟକ, ଠାକୁର ମାହାଲ ମହାରଣା, ବିଭିନ୍ନ ବିଭାଗର ପଦାଧିକାରୀଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ, ଗଣମାଧ୍ୟମ, ସେବାୟତ, ଆଇନଜୀବି, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। 

ତେବେ ରଥଯାତ୍ରାରେ ସରକାରଙ୍କ ଠାରୁ କିଭଳି ଅନୁଦାନ ରାଶି ଶୀଘ୍ର ଆସିବ ଏନେଇ ବିଶଦ ଆଲୋଚନା ହୋଇଥିବା ବେଳେ ୫ବର୍ଷରୁ ଉର୍ଦ୍ଧ୍ବ ହେବ ପ୍ରସାଦ ନିଲାମ ପ୍ରକ୍ରିୟା ହୋଇନପାରି ୨ କୋଟି ଟଙ୍କା ଠାକୁର ମାହାଲ ଯେଉଁ କ୍ଷତି ସହିଛି ଏନେଇ ବିଶଦ ଆଲୋଚନା ହୋଇଥିଲା। ତେବେ ପ୍ରସାଦ ବିକ୍ରି କିଏ କରୁଥିଲା ତାର ତଦନ୍ତ କରି ଅର୍ଥ ଆଦାୟ କରିବାକୁ ସାଂସଦ ପ୍ରତାପ ଷଡ଼ଙ୍ଗୀ ନିର୍ଦେଶ ଦେଇଥିବା ବେଳେ ଏହାକୁ ପ୍ରସେଡିଂ ଖାତାରେ ଲିଖିତ ଭାବେ ସ୍ଥାନ ଦେବାକୁ କହିଥିଲେ। ତେବେ ଜିଲ୍ଲାପାଳ ଏ ଘଟଣାକୁ ଗମ୍ବିରତାର ସହ ନେଇଥିବା ବେଳେ ଠାକୁରଙ୍କ ପାଖରେ କୁଡୁଆ ପ୍ରସାଦ ନିର୍ମାଣ ପାଇଁ କୋଠଘର ଥିବାବେଳେ, ପ୍ରସାଦ ବିକ୍ରିପାଇଁ ଅନ୍ୟ ଏକ ରୋଷଶାଳାର ଆବଶ୍ୟକ ହୋଇଥାଏ ବୋଲି ସମସ୍ତେ ଜାଣିବାର  ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.