ପ୍ରମୂଖ ଖବର
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ଏଆଇ ମଡେଲ୍‌କୁ ମାତ୍‌ ଦେଲେ ବିଶ୍ୱର ଶ୍ରେଷ୍ଠ ପ୍ରୋଗ୍ରାମର୍‌, ୬୦୦ ମିନିଟ୍‌ରେ ଜଟିଳ ସମସ୍ୟାର ସମାଧାନ

Published By : Prameya | July 22, 2025 12:59 PM

ନୂଆଦିଲ୍ଲୀ,୨୨/୦୭: ଏଆଇକୁ  ନେଇ ବିଶ୍ୱରେ ଚର୍ଚ୍ଚା । ଅଧିକାଂଶ କମ୍ପାନି ଏଆଇକୁ ମଣିଷ ବା ତା’ଠୁ ବି ଅଧିକ  ସମର୍ଥ କରିବା ଦିଗରେ କାମ କରୁଛନ୍ତି ।  କିନ୍ତୁ ଜଣେ ବ୍ୟକ୍ତି ପ୍ରମାଣ କରିଛନ୍ତି, ଏଆଇ ଯେତେ ଉନ୍ନତ ହେଲେ ମଧ୍ୟ ମଣିଷଠୁ ଆଗକୁ ଯାଇପାରିବ ନାହିଁ । ଟୋକିଓରେ ଆୟୋଜିତ ଆଟ୍‌କୋଡର୍‌ ୱର୍ଲଡ୍‌ ଟୁର୍‌ ଫାଇନାଲ୍‌-୨୦୨୫  ହ୍ୟୁରିଷ୍ଟିକ୍‌ ପ୍ରତିଯୋଗିତାରେ ଚାଟ୍‌ଜିପିଟି ମେକର୍‌ ଓପନ୍‌ଏଆଇର କଷ୍ଟମ୍‌  ଏଆଇ ମଡେଲକୁ ପୋଲାଣ୍ଡର ଜଣେ  ପ୍ରୋଗ୍ରାମର୍‌ ହରାଇ ଦେଇଛନ୍ତି । ଏହା  ପରେ ତାଙ୍କୁ ନେଇ ବିଶ୍ୱରେ ଚର୍ଚ୍ଚା ଆରମ୍ଭ  ହୋଇଛି ।

ଗତ ସପ୍ତାହ ହୋଇଥିବା ଏହି  ପ୍ରତିଯୋଗିତାରେ ପୂର୍ବ ଓପନ୍‌ଏଆଇ  କର୍ମଚାରୀ ଓ ପ୍ରୋଗ୍ରାମର୍‌ ପ୍ରଜେମିସ୍ଲାଭ  ଡେବିୟାକ ଏକ ଓପନ୍‌ଏଆଇର କଷ୍ଟମ୍‌  ଏଆଇ ମଡେଲ୍‌କୁ ମାତ୍‌ ଦେଇଛନ୍ତି । ଜାପାନୀ ପ୍ଲାଟ୍‌ଫର୍ମ ଆଟ୍‌କୋଡର୍‌ ଏହି  କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ଡେବିୟାକ୍‌ ଏକ୍ସ ପ୍ଲାଟ୍‌ଫର୍ମରେ ପୋଷ୍ଟ୍‌  କରି କହିଛନ୍ତି, ମାନବତା ଜିତିଛି ।  ଏଥିସହିତ ସେ ଏକ ସ୍କ୍ରିନ୍‌ଶଟ୍‌  ପୋଷ୍ଟ୍‌ କରିଛନ୍ତି ଏବଂ କହିଛନ୍ତି ଯେ  ପ୍ରତିଯୋଗିତାରେ ସେ ବାଜି ମାରିଛନ୍ତି । ପ୍ରତିଯୋଗିତାରେ ପ୍ରାୟ ୬୦୦ ମିନିଟ୍‌ରେ  ଏକ ଜଟିଳ ସମସ୍ୟାର ସମାଧାନ  କରିବାକୁ ହୁଏ।

ଏହି ପ୍ରତିଯୋଗିତା  ଆମେରିକାର ଜନ୍‌ ହେନରୀଙ୍କ କାହାଣୀକୁ  ମନେପକାଇଦିଏ, ଯାହାଙ୍କୁ ଷ୍ଟିଲ୍‌ ଡ୍ରାଇଭିଂ  ମ୍ୟାନ୍‌ ମଧ୍ୟ କୁହାଯାଏ । ୧୮୭୦  ମସିହାରେ ଆମେରିକାରେ ରେଳ ଟ୍ରାକ୍‌ର  ବିସ୍ତାର ହେଉଥିଲା । ଚଟାଣକୁ ଫଟାଇବା  ପାଇଁ ସେଠାରେ ଲୋକଙ୍କ ସହାୟତା ନିଆଯାଉଥିଲା । ଲୋକେ ଚଟାଣକୁ କଣା  କରି ବାରୁଦ ସଂଯୋଗ କରୁଥିଲେ ।  ତା’ପରେ ସେଠାରୁ ରେଳ ଟ୍ରାକ୍‌ ପାଇଁ  ରାସ୍ତା ନିର୍ମାଣ ହେଉଥିଲା । ଦିନେ ରେଳ  କମ୍ପାନି ଏକ ନୂଆ ବାଷ୍ପ ଚାଳିତ ଡ୍ରିଲ୍‌  ମେସିନ୍‌ ଆଣିଲା, ଯାହା ମଣିଷର କାମ  କରୁଥିଲା । ଏହା ଦେଖି ଜନ୍‌ ହେନରୀ  ଚାଲେଞ୍ଜ୍‌ ଦେଲେ ଯେ ସେ ମେସିନ୍‌ଠୁ  ଭଲ କାମ କରିପାରିବେ । ଏହା ପରେ  ପ୍ରତିଯୋଗିତା ଆରମ୍ଭ ହେଲା ।

ଗୋଟିଏ  ପଟେ ବାଷ୍ପ ଚାଳିତ ଡ୍ରିଲ୍‌ ମେସିନ୍‌,  ଅନ୍ୟପଟେ ଜନ୍‌ ହେନରୀ ଥିଲେ । ଉଭୟ  ଚଣାଟରେ କଣା କରିବା ଆରମ୍ଭ କଲେ । ମେସିନ୍‌ ଦ୍ରୁତ ବେଗରେ କାମ କରୁଥିଲା ।  କିନ୍ତୁ ଜନ୍‌ ହେନରୀ ତା’ଠୁ ମଧ୍ୟ ଦ୍ରୁତ କାମ  କଲେ ଏବଂ ମେସିନ୍‌କୁ ହରାଇଦେଲେ ।  ଏହା ତାଙ୍କ ଜୀବନର ଶେଷ ବିଜୟ ଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.