ବ୍ରହ୍ମପୁର,୧୮।୧୧ : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇ ନୂଆଗାଁ ଓ ଏକଲପୁର ଗାଁ ବିପୁଳ ପରିମାଣର ନକଲି ମଦ ଜବତ କରାଯାଇଛି। ୬୦.୩ ଲିଟର ବିଭିନ୍ନ ବ୍ରାଣ୍ଡର ନକଲି ବିଦେଶୀ ମଦ ଜବତ କରିଛି। ଏଥିସହ ୨ ଜଣଙ୍କୁ ଗିରଫ କରିଛି।
ଅଭିଯୁକ୍ତଙ୍କ ନୂଆଗାଁ ଠାରେ ଥିବା ଏକ ଢ଼ାବା ଏବଂ ଏକଲପୁର ଗାଁରେ ଥିବା ଅଭିଯୁକ୍ତଙ୍କ ଘରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏକକାଳୀନ ଚଢାଉ କରାଯାଇଥିଲା। ଉଭୟ ସ୍ଥାନରୁ ୬୦.୩ ଲିଟର ବିଭିନ୍ନ ବ୍ରାଣ୍ଡର ନକଲି ବିଦେଶୀ ମଦ ଜବତ କରିଥିଲା। ଏଥିସହ ଗୋଟିଏ ପଲସର ମୋଟରସାଇକେଲ, ତିନୋଟି ମୋବାଇଲ ଫୋନ ଅବକାରୀ ପୋଲିସ ଜବତ କରିଛି। ନକଲି ମଦ ବିକ୍ରି ଅଭିଯୋଗରେ ୨ ଜଣଙ୍କୁ ଅବକାରୀ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ମୁନି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।