ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ବୁଧବାର ରାଶିଫଳ; ଜାଣନ୍ତୁ କ’ଣ କହୁଛି ଆପଣଙ୍କ ଭାଗ୍ୟ…

Published By : Ladu Kishor | May 27, 2025 11:06 PM

ମେଷ : ଦ୍ୱିତୀୟ ଓ ତୃତୀୟଚନ୍ଦ୍ର, ଦ୍ୱିତୀୟା ତିଥି ଓ ମଙ୍ଗଳଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷ ପୂର୍ଣ୍ଣ ହେବ । ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ନୂତନ ଭୂମି, ଯାନବାହନ ଓ ମୂଲ୍ୟବାନ ଧାତୁ କ୍ରୟ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ଆଶା ଠାରୁ ଅଧିକ ସଫଳତା ଏବଂ ସମସ୍ତକର୍ମରେ ଆପଣଙ୍କର ଶ୍ରେଷ୍ଠତା ପ୍ରତିପାଦନ କରିବେ । ଯେଉଁ ମାନଙ୍କର ଦ୍ୱିଜା ମେଷ, ସେମାନେ ଉପକୃତ ହେବେ ।ଶୁଭରଙ୍ଗ : ଲାଲ, ସଂଖ୍ୟା : ୬, ଆରାଧନା : ପ୍ରଭୁସ୍କନ୍ଦ ।

ବୃଷ : ଶ୍ରୀଚନ୍ଦ୍ର ଏବଂ ଦ୍ୱିତୀୟ ଚନ୍ଦ୍ର ବୁଧବାର ଏବଂ ଦ୍ୱିତୀୟା ତିଥି ଯୋଗୁ ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଓ ହୃତଧନ ଫେରି ପାଇବେ । ନୂତନ ବ୍ୟବସାୟ ଆରମ୍ଭ, କର୍ମାରମ୍ଭ, ଭୂମିପୂଜା, ଗୃହପ୍ରତିଷ୍ଠାଦି ଶୁଭକର୍ମର ଆୟୋଜନ କରିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ ଆୟର କିଛି ଅଂଶ ସଞ୍ଚୟରେ ବିନିଯୋଗ କରିବେ । କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ । ଯେଉଁ ମାନଙ୍କର ରୋହିଣୀ ବୃଷ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ସିଲ୍‌ଭର, ସଂଖ୍ୟା : ୧୨, ଆରାଧନା : ମା’ ଗାୟତ୍ରୀ ।

ମିଥୁନ : ଅପରାହ୍ଣ ୧ଟା ୩୬ ମିନିଟ୍‌ ପର୍ଯ୍ୟନ୍ତ ଦ୍ୱାଦଶ ଚନ୍ଦ୍ର ଯୋଗୁ ଅପବ୍ୟୟ, ଅପବାଦ ଓ ଅପଯଶର ଶିକାର ହେବେ ଏବଂ ମନ ଅସ୍ଥିର, ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ରହିବ । ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ ଏବଂ ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଏହାପରେ ଶ୍ରୀଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଓ ବ୍ୟବସାୟରେ କିଛିଟା ଶୁଭଫଳ ମିଳିବ । ଯେଉଁ ମାନଙ୍କର ମୃଗଶିରା ମିଥୁନ, ସେମାନେ ସତର୍କ ହେବେ । ଶୁଭରଙ୍ଗ : ସବୁଜ, ସଂଖ୍ୟା : ୮, ଆରାଧନା : ମା’ ଛିନ୍ନମସ୍ତା ।

କର୍କଟ : ଘାତବାର ଏବଂ ଅପରାହ୍ଣ ୧ଟା ୩୬ ମିନିଟ୍‌ ପର୍ଯ୍ୟନ୍ତ ଏକାଦଶ ଚନ୍ଦ୍ର ଯୋଗୁ ସେସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ ଓ ବ୍ୟବସାୟରେ ଶୁଭଫଳ ମିଳିବ । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ମହତ୍‌ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ଆଶାତୀତ ସଫଳତା ମିଳିବ । ଏହା ପରେ ଦ୍ୱାଦଶ ଚନ୍ଦ୍ର ଯୋଗୁ ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଯେଉଁ ମାନଙ୍କର ପୁଷ୍ୟା କର୍କଟ, ସେମାନେ ସତର୍କ ହେବେ ।ଶୁଭରଙ୍ଗ : ଧଳା, ସଂଖ୍ୟା : ୩, ଆରାଧନା : ମା’ ଭୁବନେଶ୍ୱରୀ ।

ସିଂହ : ଦଶମ ଓ ଏକାଦଶ ଚନ୍ଦ୍ର ଏବଂ ମଙ୍ଗଳଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଏବଂ ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷପୂର୍ଣ୍ଣ ହେବ । ନୂତନ ଭୂମିପୂଜା, ଭୂମିକ୍ରୟ, ଗୃହପ୍ରତିଷ୍ଠାଦି ଶୁଭକର୍ମର ଆୟୋଜନ କରିବେ ଏବଂ ସଞ୍ଚୟ ପ୍ରତି ଅଧିକ ମନ ବଳାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀପ୍ରାପ୍ତ ହେବ । ଯେଉଁ ମାନଙ୍କର ପୂର୍ବାପାଲ୍‌ଗୁନୀ ସିଂହ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଲାଲ, ସଂଖ୍ୟା : ୧୧, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।

କନ୍ୟା : ଅପରାହ୍ଣ ୧ଟା ୩୬ ମିନିଟ୍‌ ପର୍ଯ୍ୟନ୍ତ ନବମ ଚନ୍ଦ୍ରଯୋଗୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ଜନସମ୍ପର୍କ ବୃଦ୍ଧି ପାଇବ । ଗୁରୁଜନଙ୍କ ପ୍ରତି ସମ୍ମାନ ଓ ଲଘୁଜନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ  । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଏହାପରେ ଘାତଚନ୍ଦ୍ର ଯୋଗୁ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ଓ ସମସ୍ତ କର୍ମ ବିପଦପୂର୍ଣ୍ଣ ହେବ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିପର୍ଯ୍ୟୟ ଘଟିବ । ଯେଉଁ ମାନଙ୍କର ଚିତ୍ରା ଓ ଉତ୍ତରା ଫାଲ୍‌ଗୁନୀ ସିଂହ, ସେମାନେ ସତର୍କ ହେବେ । ଶୁଭରଙ୍ଗ : କଫି, ସଂଖ୍ୟା : ୪, ଆରାଧନା : ଭଗବାନ ବିଷ୍ଣୁ ।

ତୁଳା : ଅପରାହ୍ଣ ୧ଟା ୩୬ ମିନିଟ୍‌ ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ଯୋଗୁ ସେସମୟ ପର୍ଯ୍ୟନ୍ତ ମନରେ ଅସ୍ଥିରତା, ସମସ୍ତ କର୍ମରେ ବିଫଳତା ଓ ବ୍ୟବସାୟରେ କ୍ଷତି ସହିବେ । ଏହା ପରେ ନବମ ଚନ୍ଦ୍ରଯୋଗୁ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଗୁରୁଜନଙ୍କ କୃପାଲାଭ କରିବେ । ପରୋପକାର, ସମାଜସେବା ଓ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ମହତ୍‌ଜନଙ୍କ ସାନ୍ନିଧ୍ୟ ଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପଦସ୍ଥ ଅଧିକାରୀଙ୍କ ଶୁଭଦୃଷ୍ଟିରେ ରହିବେ । ଯେଉଁ ମାନଙ୍କର ସ୍ୱାତୀ ଓ ବିଶାଖାତୁଳା, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ନୀଳ, ସଂଖ୍ୟା : ୨, ଆରାଧନା : ପ୍ରଭୁ ଶ୍ରୀରାମ ।

ବିଛା : ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଉଚ୍ଚ ସ୍ଥାନ ଆରୋହଣ, ଗ୍ୟାସ୍‌, ଇଲେକ୍ଟ୍ରିକ୍‌ ଦ୍ରବ୍ୟ ବ୍ୟବହାର, ଅପରିଚିତ ମହିଳାଙ୍କ ସହ କଥାବାର୍ତ୍ତା ଏବଂ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ ଏବଂ ବିନାକାରଣରେ ବହୁତ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁ ମାନଙ୍କର ଅନୁରାଧା ବିଛା, ସେମାନେ ସତର୍କ ହେବେ । ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୩, ଆରାଧନା : ମା’ ବଗଳାମୁଖୀ  । 

ଧନୁ : ଷଷ୍ଠ ଓ ସପ୍ତମ ଚନ୍ଦ୍ର ଉଭୟଭୋଗ ହେଉଥିବାରୁ ରୋଗ, ଋଣ, ଦୁଃଖ, ଶୋକ, କ୍ଳେଶ ଏବଂ ମାନସିକ ଅବସାଦରୁ ସାମୟିକ ମୁକ୍ତି ମିଳିବ । ଶତ୍ରୁ ମାନେ ମିତ୍ରତାର ହାତ ବଢ଼ାଇବେ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ । ମନରେ ପ୍ରସନ୍ନତା, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ମୂଲ୍ୟବାନ ଧାତୁ, ବସନଭୂଷଣ ଓ ସୌଖୀନ ଘରୋଇ ଉପକରଣ କ୍ରୟ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ  ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସହଯୋଗ ମିଳିବ । ଯେଉଁ ମାନଙ୍କର ପୂର୍ବାଷାଢ଼ା ଧନୁ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଲାଲ, ସଂଖ୍ୟା : ୫, ଆରାଧନା : ପ୍ରଭୁଗଜାନନ ।

ମକର : ପଞ୍ଚମ ଓ ଷଷ୍ଠ ଚନ୍ଦ୍ର ଉଭୟଭୋଗ ହେଉଥିବାରୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ । ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହବନ୍ଧୁତା ଓ ରୋଗ, ଋଣ ଓ ଶତ୍ରୁ-ଏଥିରୁ ମୁକ୍ତି ମିଳିବ । ପୁରାତନ ବିବାଦ, ଜମିଜମା ବିବାଦ ଓ ପାରିବାରିକ ବିବାଦର ସମାଧାନ ହେବ ଏବଂ ପରିବାରରେ ସୁଖଶାନ୍ତି ଅତୁଟ ରହିବ । ନୂତନ ଭୂମିପୂଜା, ଗୃହ ପ୍ରତିଷ୍ଠା, ଗୃହାରମ୍ଭ ଆଦି ଶୁଭକର୍ମର ଆୟୋଜନ କରିବେ କିମ୍ବା ପରିବାର ସହ କୌଣସି ଶୁଭକର୍ମରେ ଯୋଗଦେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀପ୍ରାପ୍ତ ହେବ । ଯେଉଁ ମାନଙ୍କର ଶ୍ରବଣା ମକର, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ବାଇଗଣୀ, ସଂଖ୍ୟା : ୬, ଆରାଧନା : ମା’ ଦୁର୍ଗା ।

କୁମ୍ଭ : ଅପରାହ୍ଣ ୧ଟା ୩୬ ମିନିଟ୍‌ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ରଯୋଗୁ ସେସମୟ ପର୍ଯ୍ୟନ୍ତ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ନିଜର ପ୍ରିୟବନ୍ଧୁଙ୍କ ସହ ମତାନ୍ତର ହେବ । ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ବହୁବିଧ ସମସ୍ୟା ଉପୁଜିବ । ଏହା ପରେ ପଞ୍ଚମ ଚନ୍ଦ୍ର ଯୋଗୁ ସ୍ଥିତିରେ କିଛିଟା ପରିବର୍ତ୍ତନ ଆସିବ ଏବଂ ସମସ୍ତ କର୍ମରେ ଓ ବ୍ୟବସାୟରେ ଶୁଭଫଳ ମିଳିବ । ଯେଉଁ ମାନଙ୍କର ଧନିଷ୍ଠା କୁମ୍ଭ, ସେମାନେ ସତର୍କ ହେବେ ।ଶୁଭରଙ୍ଗ : କଳା, ସଂଖ୍ୟା : ୩, ଆରାଧନା : ମା’ କାଳୀ ।

ମୀନ : ଅପରାହ୍ଣ ୧ଟା ୩୬ ମିନିଟ୍‌ ପର୍ଯ୍ୟନ୍ତ ତୃତୀୟ ଚନ୍ଦ୍ର ଯୋଗୁ ସେସମୟ ପର୍ଯ୍ୟନ୍ତ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ଆଶା ଠାରୁ ଅଧିକ ସଫଳତା ମିଳିବ  । ଏହା ପରେ ଚତୁର୍ଥ ଚନ୍ଦ୍ର ଯୋଗୁ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ଚାଲିଚଳନ, ବ୍ୟବହାର ବିବାଦୀୟ ହେବ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଓ ପରିବହନ ବ୍ୟବସାୟରେ କ୍ଷତି ଓ ବିପର୍ଯ୍ୟୟ ଘଟିବ । କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁ ମାନଙ୍କର ଉତ୍ତର ଭାଦ୍ରମୀନ, ସେମାନେ ସତର୍କ ହେବେ । ଶୁଭରଙ୍ଗ : ଗୋଲାପି, ସଂଖ୍ୟା : ୭, ଆରାଧନା : ମା’ ମାଣିକେଶ୍ୱରୀ ।

 

ଜ୍ୟୋତିର୍ବିଦ୍‌: କୈଳାସ ଦାଶ ୯୪୩୭୧୩୩୪୭୩

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.