ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଆଜି ହୀରାକୁଦ ଜଳଭଣ୍ଡାରରୁ ଛାଡ଼ିବ ପ୍ରଥମ ବନ୍ୟାଜଳ, ଜଳସ୍ତର ୬୧୫.୨୯ ଫୁଟ୍‌ ପାର୍

ସମ୍ବଲପୁର,୨୮/୦୭: ଆଜି ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ବର୍ଷର ପ୍ରଥମ ବନ୍ୟାଜଳ । ଏହାକୁ ନେଇ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ପ୍ରସ୍ତୁତି ଶେଷ  ପର୍ଯ୍ୟାୟରେ ପହଞ୍ଚିଛି । 

ପ୍ରାୟ ମାସାଧିକ ସମୟ ଧରି ନିଅଣ୍ଟିଆ ସ୍ଥିତିରେ ରହିଥିଲା ହୀରାକୁଦ ଡ୍ୟାମ୍‌ ।  ଉପରମୁଣ୍ଡରେ ଲଗାଣ ବର୍ଷା ଫଳରେ ଦ୍ରୁତଗତିରେ ଭର୍ତ୍ତି ହେଉଛି ଜଳଭଣ୍ଡାର ।  ମାତ୍ର ୫ ଦିନରେ ଅଧାରୁ ଅଧିକ ଭରିଗଲାଣି । ଶନିବାର ରାତି ୯ଟା ସୁଦ୍ଧା ଜଳସ୍ତର  ୬୧୫.୨୯ ଫୁଟ୍‌ ଛୁଇଁଛି । ରାତି ୯ଟା ସୁଦ୍ଧା ୨ ଲକ୍ଷ ୯୪ ହଜାର କ୍ୟୁସେକ୍‌ ଜଳ  ପ୍ରବେଶ କରୁଛି । ଫଳରେ ରବିବାର ଜଳସ୍ତର ୬୧୭ ଫୁଟ୍‌ ଟପିବାର  ସମ୍ଭାବନା ରହିଛି । ଏଣୁ ପ୍ରାଥମିକ ପର୍ଯ୍ୟାୟରେ ୧୨ରୁ ୧୫ଟି ଗେଟ୍‌ ଖୋଲିପାରେ ବୋଲି  ଆକଳନ କରାଯାଉଛି । ଗଚ୍ଛିତ ଜଳର ପରିମାଣ, ଜଳପ୍ରବାହ ଏବଂ ପାଣିପାଗ ବିଭାଗର  ଆକଳନକୁ ଦେଖି କେତୋଟି ଗେଟ୍‌ ଖୋଲାଯିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି  ଭାରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ସୁଶୀଳ କୁମାର ବେହେରା ସୂଚନା ଦେଇଛନ୍ତି । 

ରବିବାର ସକାଳ ୯ଟାରୁ ସାଢ଼େ ୯ଟା ମଧ୍ୟରେ ହୀରାକୁଦ ନଦୀବନ୍ଧରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ମହାନଦୀକୁ ଛଡ଼ାଯିବ । ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ  ନଦୀବନ୍ଧର ବାମପାଶ୍ୱର୍ ଅର୍ଥାତ ହୀରାକୁଦ ପଟର ୭ ନମ୍ବର ସ୍ପିଲ୍‌ୱେକୁ ଖୋଲାଯିବ ।  ପରେ ପର୍ଯ୍ୟାୟକ୍ରମେ ଅନ୍ୟ ଗେଟ୍‌ ଖୋଲିବ । 

ରୁଲ୍‌ କର୍ଭ ଅନୁଯାୟୀ, ଜୁଲାଇ ୩୧ ସୁଦ୍ଧା  ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୫ ଫୁଟ୍‌ ରହିବା କଥା । ଦୁଇ ଦିନ ପରେ ଏହି ଅବଧି  ଶେଷ ହେଉଛି । ତେଣୁ ଜଳସ୍ତରକୁ ୬୦୮ରୁ ୬୦୯ ଫୁଟ୍‌ ମଧ୍ୟରେ ରଖିବାକୁ କର୍ତ୍ତୃପକ୍ଷ  ଯୋଜନା କରୁଛନ୍ତି । ହୀରାକୁଦ ଛାଡ଼ିବାକୁ ଥିବା ପାଣି ତଳମୁଣ୍ଡରେ କୌଣସି ସମସ୍ୟା  ସୃଷ୍ଟି କରିବ ନାହିଁ । ହେଲେ ପାଣି ଛଡ଼ାଯିବା ପରେ ମହାନଦୀରେ ସ୍ରୋତ ବଢ଼ିବ । ତେଣୁ  ତଳମୁଣ୍ଡର ୧୨ ଜିଲ୍ଲାକୁ ସତର୍କ କରାଇ ଦିଆଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

  • PrameyaOdia
  • prameya
  • hirakud update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.