ପ୍ରମୂଖ ଖବର
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା; କନ୍ନର କୈଳାଶ ଯାତ୍ରା ପ୍ରଭାବିତ, ୪୧୩ ତୀର୍ଥଯାତ୍ରୀ ଉଦ୍ଧାର

Published By : Bijay Swain | August 6, 2025 6:09 PM

କନ୍ନୌର: ହିମାଚଳ ପ୍ରଦେଶର କନ୍ନୌର ଜିଲ୍ଲାରେ ବାଦଲଫଟା ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଆକସ୍ମିକ ବନ୍ୟା କାରଣରୁ କନ୍ନର କୈଳାଶ ଯାତ୍ରା ପଥ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହି ଘଟଣାରେ ଦୁଇଟି ଅସ୍ଥାୟୀ ପୋଲ ଓ ତାଙ୍ଗଲିଙ୍ଗ ନାଳରେ ଥିବା ଏକ ପୋଲ ପାଣିରେ ଭାସି ଯାଇଛି। ଯାହା ଫଳରେ ଶତାଧିକ ତୀର୍ଥଯାତ୍ରୀ ଦୁର୍ଗମ ଅଞ୍ଚଳରେ ଫସି ରହିଥିଲେ। ଇଣ୍ଡୋ-ଟିବେଟାନ ବର୍ଡର ପୋଲିସ (ITBP) ଏକ ବୃହତ ଉଦ୍ଧାର ଅଭିଯାନ ଆରମ୍ଭ କରି ଜିପଲାଇନ ଓ ଦଉଡ଼ି ବ୍ୟବହାର କରି ୪୧୩ ଜଣ ତୀର୍ଥଯାତ୍ରୀଙ୍କୁ ନିରାପଦ ଭାବେ ଉଦ୍ଧାର କରିଛି।

କନ୍ନୌରରେ ରାଲଦାଙ୍ଗ ଖଡ଼ ନିକଟରେ ହଠାତ୍ ବାଦଲଫଟା ବର୍ଷା ହେବା ଯୋଗୁ ଜାତୀୟ ରାଜପଥ-୫ (NH-5) ଉପରେ ପ୍ରାୟ ୧୦୦-୧୫୦ ମିଟର ପର୍ଯ୍ୟନ୍ତ କାଦୁଅ ଓ ପଥର ମାଡି ଯାଇଛି। ଜିଲ୍ଲା ପ୍ରଶାସନ ଏବଂ ସୀମା ସଡ଼କ ସଂଗଠନ (BRO) ରାସ୍ତା ସଫା କରିବା ପାଇଁ କାମ ଆରମ୍ଭ କରିଛନ୍ତି। ସୌଭାଗ୍ୟବଶତଃ, ଏହି ଘଟଣାରେ କୌଣସି ପ୍ରାଣହାନୀ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର ଖବର ମିଳିନାହିଁ।

ଭାରତୀୟ ପାଣିପାଗ ବିଭାଗ (IMD) ହିମାଚଳ ପ୍ରଦେଶରେ ୧୧ ଅଗଷ୍ଟ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ବୋଲି ୟେଲୋ ୱାର୍ଣି ଜାରି କରିଛି। ଏହି ପାଣିପାଗ ସତର୍କତା କାରଣରୁ କନ୍ନର କୈଳାଶ ଯାତ୍ରାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି। ଆପଣଙ୍କୁ ଜଣାଇରଖୁ ଯେ, ଏହି ଯାତ୍ରା କନ୍ନରର ପାହାଡ଼ରେ ଅବସ୍ଥିତ ଶିବଙ୍କ ପବିତ୍ର ତୀର୍ଥସ୍ଥାନକୁ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଆଧ୍ୟାତ୍ମିକ ଯାତ୍ରା ଭାବେ ପରିଗଣିତ ହୋଇଥାଏ। ଏହି ଯାତ୍ରାରେ ପ୍ରତିବର୍ଷ ଲାକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି। 

ଏହି ବାଦଲଫଟା ବର୍ଷା ହିମାଚଳ ପ୍ରଦେଶରେ ଚଳିତ ମୌସୁମି ଋତୁରେ ହୋଇଥିବା ଅନେକ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ଗୋଟିଏ। ଚଳିତ ବର୍ଷ ରାଜ୍ୟରେ ଏ ପର୍ଯ୍ୟନ୍ତ ୩୧ଟି ଆକସ୍ମିକ ବନ୍ୟା, ୨୨ଟି ବାଦଲଫଟା ବର୍ଷା ଏବଂ ୧୯ଟି ଭୂସ୍ଖଳନ ରେକର୍ଡ ହୋଇଛି। ଯାହା ଫଳରେ ପ୍ରାୟ ୧,୨୨୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି।

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ, ରାଜ୍ୟ ସରକାର ବିପର୍ଯ୍ୟୟ ପ୍ରଭାବିତଙ୍କ ପାଇଁ ରିଲିଫ ଓ ପୁନର୍ବାସନ କାର୍ଯ୍ୟରେ ନିୟୋଜିତ ଥିବା ନେଇ ସୂଚନା ଦେଇଛନ୍ତି। ସେ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କୁ ମଧ୍ୟ ଏହି ସ୍ଥିତି ବିଷୟରେ ଅବଗତ କରାଇଥିବା ନେଇ ଘୋଷଣା କରିଛନ୍ତି। ତେବେ ପାଣିପାଗ ବିଭାଗର ସତର୍କତା ଏବଂ ସ୍ଥାନୀୟ ପ୍ରଶାସନର ଦ୍ରୁତ କାର୍ଯ୍ୟାନୁଷ୍ଠାନ ଅଧିକ କ୍ଷୟକ୍ଷତିକୁ ରୋକିବାରେ ସହାୟକ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.