ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ହାଇଦ୍ରାବାଦ ଟି୨୦ ପୂର୍ବରୁ ଅସୁସ୍ଥ ହେଲେ ହର୍ଷିତ ରାଣା, ବିସିସିଆଇ ଦେଲା ଅପଡେଟ୍

ନୂଆଦିଲ୍ଲୀ,୧୨/୧୦ : ଟିମ୍ ଇଣ୍ଡିଆ ହାଇଦ୍ରାବାଦରେ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜର ତୃତୀୟ ଏବଂ ଶେଷ ମ୍ୟାଚ୍ ଖେଳିବ । ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ଼ ଏହି ମ୍ୟାଚ୍ ପୂର୍ବରୁ ଏକ ଗୁରୁତ୍ବପୂର୍ଣ୍ଣ ଅପଡେଟ ଦେଇଛି । ହର୍ଷିତ ରାଣାଙ୍କ ଡେବ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ସେ ଚୟନ ଲାଗି ଉପଲବ୍ଧ ନ ଥିଲେ । ହର୍ଷିତ ରାଣା ଅସୁସ୍ଥ ହୋଇପଡ଼ିଛନ୍ତି । ସେ ଟିମ୍ ଇଣ୍ଡିଆ ସହ ଷ୍ଟାଡିୟମ ପର୍ଯ୍ୟନ୍ତ ଆସି ପାରିନଥିଲେ ।

ହର୍ଷିତ ରାଣା ଡାହାଣ ହାତୀ ଫାଷ୍ଟ ବୋଲର ଅଟନ୍ତି। ସେ ଘରୋଇ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ସାରିଛନ୍ତି । ଏହାସହ ଆଇପିଏଲରେ ବି ଭଲ ପରଫର୍ମାନ୍ସ କରି ସାରିଛନ୍ତି। ହର୍ଷିତଙ୍କୁ ଏହି କାରଣରୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଛି । ସେ ଡେବ୍ୟୁ ବି କରି ପାରିଥାନ୍ତେ । କିନ୍ତୁ ଅସୁସ୍ଥ ହେବା କାରଣରୁ ତୃତୀୟ ଟି-୨୦ ଲାଗି ସୁଯୋଗ ମିଳି ନାହିଁ। ହର୍ଷିତ ରାଣା ଭାଇରାଲ ଇନଫେକଶନର ଶିକାର ହୋଇଛନ୍ତି । ରାଣାଙ୍କ ସ୍ବାସ୍ଥ୍ୟ ଏତେ ଖରାପ କି ‌ସେ ଷ୍ଟାଡିୟମ ପର୍ଯ୍ୟନ୍ତ ଆସିପାରିନଥିଲେ ।

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ହର୍ଷିତଙ୍କୁ ବହୁ ପାଖରୁ ଦେଖିଛନ୍ତି।  ସେ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ଲାଗି ଖେଳି ସାରିଛନ୍ତି । କିନ୍ତୁ ସେ ଟିମ୍ ଇଣ୍ଡିଆ ଲାଗି ଡେବ୍ୟୁର ସୁଯୋଗ ହରାଇ ସାରିଛନ୍ତି । ହର୍ଷିତ ରାଣା ଏବେ ପର୍ଯ୍ୟନ୍ତ ୨୫ ଟି-୨୦ ମ୍ୟାଚ୍ ଖେଳିଛନ୍ତି।  ଏହି ସମୟରେ ୨୮ଓ୍ବିକେଟ ନେଇଛନ୍ତି । ହର୍ଷିତଙ୍କ ଗୋଟିଏ ଟି-୨୦ ମ୍ୟାଚରେ ୨୪ରନ୍ ଦେଇ ୩ଓ୍ବିକେଟ ନେବା ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.