ଆଠଗଡ଼,୧୪/୧୧: ବର୍ଷ ତମାମ ଅପେକ୍ଷା ପରେ ଶେଷରେ ଆସିଛି ସେହି ପ୍ରତିକ୍ଷିତ ମୁହୂର୍ତ୍ତ । ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ହରିହର ଭେଟ କରିବା ପରେ ତ୍ରୟୋଦଶୀ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ବାବାଙ୍କ ଅତି ପ୍ରିୟ ଭୋଗ ଗଜଭୋଗ ଓ ତରଣ ।
କଳା ବଳଦକୁ ଧଳା କରିଥିବା ବାବା ଧବଳେଶ୍ଵରଙ୍କ ଅତି ପ୍ରିୟ ପର୍ବ ବଡ଼ଓଷା ପର୍ବର ମୁଖ୍ୟ ଆକର୍ଷଣ ଗଜଭୋଗ ସହ ତରଣ ପାଇ ଭକ୍ତ ଓ ଶ୍ରଦ୍ଧାଳୁମାନେ ବେଶ୍ ଆନନ୍ଦିତ । ଗଜଭୋଗ ପାଇ ବ୍ରତ ଉଦଯାପନ କରିଛନ୍ତି ବ୍ରତଧାରୀ । ପବିତ୍ର କାର୍ତ୍ତିକ ମାସର ବକ ପଞ୍ଚକର ଶେଷ ପର୍ବରେ ପ୍ରସିଦ୍ଧ ଗଜଭୋଗ ପାଇବା ପରେ ବ୍ରତଧାରୀ ମାନଙ୍କ ମଧ୍ୟରେ ଆନନ୍ଦ କହିଲେ ନସରେ।