ପ୍ରମୂଖ ଖବର
  • ଭରତପୁର ଥାନା ବିବାଦ ଘଟଣା: ନୋଟିସ ପରେ କମିଶନଙ୍କ ନିକଟରେ ହାଜର ହେଲେ ସମସ୍ତେ
  • ||
  • ଜୟରାମପୁର ଗାଁରେ ଅଘଟଣ, ବୃଦ୍ଧାଙ୍କୁ କାମୁଡ଼ି ମାରିଦେଲା ପାଗଳ କୁକୁର
  • ||
  • ନୂଆପଡ଼ା:ପାଳଗଦାରେ ନିଆଁ ଲଗାଇ ଦେଲା ବୋଲି ୭ ବର୍ଷର ନାବାଳକଙ୍କୁ ମାଡ ମାରି ଜାଳନ୍ତି ନିଆଁରେ ଫିଙ୍ଗି ଦେଲା ମାଲିକ
  • ||
  • ବୌଦ୍ଧ ପୋଲିସର ବଡ଼ ସଫଳତା: ଦୁଇଟି ଥାନା ଅଞ୍ଚଳରୁ ୧ ଲକ୍ଷ ୨୦ ହଜାର ଗଞ୍ଜେଇ ଗଛ ନଷ୍ଟ
  • ||
  • ଘଟଗାଁ : ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ଜୟପୁର : ରାଣୀଗଡର ତେଲିଙ୍ଗିରି ଡ୍ୟାମରୁ ପାଣି ଲିକ୍‌, ରବି ଫସଲ ପ୍ରଭାବିତ ହେବାର ଆଶଙ୍କା
  • ||
  • ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ତ୍ରିବିକ୍ରମ ବେଶ, ଶ୍ରୀକ୍ଷେତ୍ରରେ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
  • ||
  • ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର, ଲାଗି ହେଲା ଗଜଭୋଗ ଓ ତରଣ
  • ||

କଟକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ରୂପ ଦେବାକୁ ଉଦ୍ୟମ ହେଉଛି: ଅନୁ ଗର୍ଗ

କଟକ,୧୨/୧୧: ବାଲିଯାତ୍ରାକୁ  ଆଉ ୩ ଦିନ ବାକି । ଉଭୟ ତଳ ଓ  ଉପରପଡ଼ିଆରେ କାମ ଜୋର୍‌ସୋର୍‌ରେ  ଆଗେଇ ଚାଲିଛି । ଚଳିତବର୍ଷ ବାଲିଯାତ୍ରାକୁ  ଅନ୍ତର୍ଜାତୀୟ ସ୍ତରୀୟ କରିବାକୁ ଆୟୋଜକ  ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି । ସୋମବାର ଅପରାହ୍ନରେ ପ୍ରଶାସନର ଏହି ପ୍ରସ୍ତୁତିର  ସମୀକ୍ଷା କରିଛନ୍ତି ରାଜ୍ୟ ସରକାରଙ୍କ ଉନ୍ନୟନ  କମିସନର ଅନୁ ଗର୍ଗ । ସେ  ବାଲିଯାତ୍ରା  ପଡ଼ିଆ ବୁଲିବା ସହ ସେଠାରେ ନିର୍ମାଣାଧୀନ  ଓରମାସ୍‌, କଟକ ଇନ୍‌ କଟକ, ଦକ୍ଷିଣ ପୂର୍ବ  ଏସିଆ ପ୍ୟାଭିଲିୟନ୍‌ ଷ୍ଟଲ୍‌ ସମେତ ବୋଟ୍‌  କ୍ଲବ୍‌ ସ୍ଥାନ ଆଦି ସମସ୍ତ ପ୍ରସ୍ତୁତି ଦେଖିବା  ସହ ବିଦେଶରୁ ଆସୁଥିବା ରାଷ୍ଟ୍ରଦୂତ  ଓ କଳାକାରମାନଙ୍କୁ ଉପଯୁକ୍ତ ଆତିଥ୍ୟ  ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । 

ପରେ ନୌବାଣିଜ୍ୟ ସଂଗ୍ରହଳାୟଠାରେ ବାଲିଯାତ୍ରାର ଆୟୋଜନକୁ ନେଇ ଏକ  ବୈଠକ ବସିଥିଲା । ଏଥିରେ ଜିଲ୍ଲା ପ୍ରଶାସନର  ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀଙ୍କ ଉପସ୍ଥିତିରେ  ସବୁ କାମର ସମୀକ୍ଷା କରାଯାଇଥିଲା ।  ଚଳିତ ବର୍ଷ ଦକ୍ଷିଣ-ପୂର୍ବ ଦେଶମାନଙ୍କର  ରାଷ୍ଟ୍ରଦୂତ ବାଲିଯାତ୍ରା କଟକ ଉତ୍ସବରେ  ଯୋଗ ଦେଉଛନ୍ତି । ତେଣୁ ଉତ୍ସବ ମାଧ୍ୟମରେ  ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ତଥା  ସ୍ୱାଭିମାନର ପୁନରୁତ୍‌ଥାନ ନିମନ୍ତେ ସମସ୍ତ  ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀମତୀ  ଗର୍ଗ ନିର୍ଦ୍ଦେଶ ଦେଇଥିଲେ । ବାଲିଯାତ୍ରା  ସମୟରେ ଟ୍ରାଫିକ କଟକଣା ସହ ଭିଡ  ନିୟନ୍ତ୍ରଣ, ଅଗ୍ନି ନିରାପତ୍ତା, ସ୍ୱାସ୍ଥ୍ୟ ସେବା,  ପରିମଳ ବ୍ୟବସ୍ଥା ଯେପରି ବାଧାପ୍ରାପ୍ତ  ନ ହୁଏ ସେଥିପାଇଁ ପ୍ରସ୍ତୁତ ରୂପରେଖକୁ  ନେଇ ଆଲୋଚନା କରାଯାଇଥିଲା ।  

ବୈଠକରେ ଗ୍ରାମ୍ୟ ଉନ୍ନୟନ ଏବଂ ସୂଚନା  ଓ ଲୋକ ସମ୍ପର୍କ ପ୍ରମୁଖ ଶାସନ ସଚିବ ସଞ୍ଜୟ  କୁମାର ସିଂହ ମଧ୍ୟ ଉପସ୍ଥିତ ଥିଲେ । ଏହି  ଐତିହାସିକ ଉତ୍ସବର ଯଥେଷ୍ଟ ପ୍ରଚାର ପ୍ରସାର  ଉପରେ ଗୁରୁତ୍ୱାରୋପ କରି ଏଥିନିମନ୍ତେ  ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି  ସେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ  ମଧ୍ୟରେ ପର୍ଯ୍ୟଟନ ବିଭାଗ ସଚିବ ବଲବନ୍ତ  ସିଂହ, ପୂର୍ତ୍ତ ବିଭାଗ ସଚିବ ମନୀଷ ଅଗ୍ରୱାଲ,  ପୁଲିସ କମିସନର ଏସ୍‌.ଦେବଦତ୍ତ ସିଂହ,  କଟକ ଡିସିପି ଜଗମୋହନ ମୀନା, ଓଡ଼ିଆ ଭାଷା  ସାହିତ୍ୟ ବିଭାଗର ଯୁଗ୍ମ ସଚିବ ଦେବପ୍ରସାଦ  ଦାଶ, ସିଏମ୍‌ସି କମିସନର ଅନାମ  ଚରଣ ପାତ୍ର, ଅତିରିକ୍ତ ଜିଲ୍ଲାପାଳ  ଉମାକାନ୍ତ ରାଜ, ଶିବ ଟପୋ,  ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ  ଅଧିକାରୀ ସୁବାସ ଚନ୍ଦ୍ର ରାୟଙ୍କ  ସମେତ ଅନ୍ୟ ଅଧିକାରୀମାନେ  ଉପସ୍ଥିତ ଥିଲେ । ଏହି ଅବସରରେ  ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା  ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ଏଥର  ବହୁ ଅନ୍ତର୍ଜାତୀୟ ଅତିଥି ଆସୁଥିବା ଆମେ  ବାଲିଯାତ୍ରାକୁ ଅନ୍ତର୍ଜାତୀୟ ରୂପ ଦେବାକୁ ଚେଷ୍ଟା  କରିଛୁ। ଅତିଥିମାନଙ୍କ ସ୍ୱାଗତ ଓ ଉପଯୁକ୍ତ  ଆତିଥ୍ୟ ପ୍ରଦାନ ଆମର ପ୍ରାଥମିକତା ରହିବ  ବୋଲି ଉନ୍ନୟନ କମିସନର୍‌ କହିଛନ୍ତି ।

  • Baliyatra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.