ପ୍ରମୂଖ ଖବର
  • ମୋହନା : ଶାଗୁଆନ କାଠ ବୋଝେଇ ପିକଅପ୍ ଗାଡ଼ି ଜବତ, ଜଣେ ଗିରଫ
  • ||
  • ଭରତପୁର ଥାନା ବିବାଦ ଘଟଣା: ନୋଟିସ ପରେ କମିଶନଙ୍କ ନିକଟରେ ହାଜର ହେଲେ ସମସ୍ତେ
  • ||
  • ଜୟରାମପୁର ଗାଁରେ ଅଘଟଣ, ବୃଦ୍ଧାଙ୍କୁ କାମୁଡ଼ି ମାରିଦେଲା ପାଗଳ କୁକୁର
  • ||
  • ନୂଆପଡ଼ା:ପାଳଗଦାରେ ନିଆଁ ଲଗାଇ ଦେଲା ବୋଲି ୭ ବର୍ଷର ନାବାଳକଙ୍କୁ ମାଡ ମାରି ଜାଳନ୍ତି ନିଆଁରେ ଫିଙ୍ଗି ଦେଲା ମାଲିକ
  • ||
  • ବୌଦ୍ଧ ପୋଲିସର ବଡ଼ ସଫଳତା: ଦୁଇଟି ଥାନା ଅଞ୍ଚଳରୁ ୧ ଲକ୍ଷ ୨୦ ହଜାର ଗଞ୍ଜେଇ ଗଛ ନଷ୍ଟ
  • ||
  • ଘଟଗାଁ : ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ଜୟପୁର : ରାଣୀଗଡର ତେଲିଙ୍ଗିରି ଡ୍ୟାମରୁ ପାଣି ଲିକ୍‌, ରବି ଫସଲ ପ୍ରଭାବିତ ହେବାର ଆଶଙ୍କା
  • ||
  • ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ତ୍ରିବିକ୍ରମ ବେଶ, ଶ୍ରୀକ୍ଷେତ୍ରରେ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
  • ||
  • ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର, ଲାଗି ହେଲା ଗଜଭୋଗ ଓ ତରଣ
  • ||

ମନ୍ଦିର ମାଳିନୀ ସହରରେ ଅଧିକାଂଶ ପୁଷ୍କରିଣୀ ମୃତପ୍ରାୟ, କାର୍ତ୍ତିକ ପୂର୍ଣ୍ଣିମାରେ କୁତ୍ରିମ ଜଳାଶୟ ଭରସା

ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା । ବୋଇତ ବନ୍ଦାଣ ହେବ । ଭୋରରୁ ରାଜଧାନୀ ବାସିନ୍ଦା ଭସାଇବେ ଡଙ୍ଗା । ହେଲେ କେଉଁଠି ଭସାଇବେ? ହିସାବ କଲେ ରାଜଧାନୀରେ ଛୋଟବଡ଼ ୧୨୧ ପୁଷ୍କରିଣୀ ଅଛି । କୁଆଖାଇ, ଦୟାନଦୀ ଓ ବିନ୍ଦୁସାଗରକୁ ଛାଡ଼ିଦେଲେ ଏତିକି ପୁଷ୍କରିଣୀ । ସେଥିମଧ୍ୟରୁ ଅଧିକାଂଶ ମୃତପ୍ରାୟ । ଅଧିକାଂଶ ପୋଖରୀ ଦଳ, ଆବର୍ଜନାରେ ଭର୍ତ୍ତି ହୋଇରହିଛି । ପାଣି ଦୁର୍ଗନ୍ଧ ହେଉଛି । ବ୍ୟବହାର ଅନୁପଯୁକ୍ତ ହୋଇପଡ଼ିଥିବା ଏହି ପୁଷ୍କରିଣୀରେ ଡଙ୍ଗା ଭସାଇବାକୁ ଲୋକେ ନାକ ଟେକୁଛନ୍ତି ।

ଭୁବନେଶ୍ୱର,୧୩/୧୧ : ବିନ୍ଦୁସାଗର ରାଜଧାନୀର ଏକ ପ୍ରମୁଖ ପୁଷ୍କରିଣୀ । ବହୁ ଦୂରଦୂରାନ୍ତରୁ ଲୋକେ ଏଠାକୁ ଡଙ୍ଗା ଭସାଇବାକୁ ଆସନ୍ତି । ହେଲେ ଏହି ପୋଖରୀ ଏବେ ଦଳ ଓ ଆବର୍ଜନାରେ ଭର୍ତ୍ତି । କେବଳ ବିନ୍ଦୁସାଗର କାହିଁକି, ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଦେବୀ ପାଦହରା ପୁଷ୍କରିଣୀ ଜଳ ମଧ୍ୟ ନର୍ଦ୍ଦମା ପାଣି ଭଳି ହୋଇଛି । ସେହିପରି ରାମେଶ୍ୱର ପୁଷ୍କରିଣୀ, କୋଟି ତିର୍ଥେଶ୍ୱର ପୁଷ୍କରିଣୀ, ସୂକ୍ଷେ୍ମଶ୍ୱର ପୁଷ୍କରିଣୀ, ମେଘେଶ୍ୱର ପୁଷ୍କରିଣୀ, ଚିନ୍ତାମଣିଶ୍ୱର, କେଦାରଗୌରୀ ପୁଷ୍କରିଣୀ ଭଳି ରାଜଧାନୀର ବହୁ ପୁରାତନ ପୁଷ୍କରିଣୀ ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ହୋଇପଡ଼ିଛି । 

ଏହି ପୁଷ୍କରିଣୀଗୁଡ଼ିକର ଅନେକ ଇତିହାସ ଓ କିମ୍ବଦନ୍ତୀ ରହିଛି । ମୁଖ୍ୟତଃ ଏସବୁ ମନ୍ଦିର ନିକଟରେ ଥିବାରୁ ଅତିତରେ ପୂଜା କାର୍ଯ୍ୟରେ ଏହାର ପାଣି ବ୍ୟବହାର କରାଯାଉଥିଲା । ଶ୍ରଦ୍ଧାଳୁମାନେ ଏଠାରେ ବୁଡ଼ ପକାଇ ସାରି ମନ୍ଦିରରେ ଠାକୁରଙ୍କ ଦର୍ଶନ କରୁଥିଲେ । କାର୍ତ୍ତିକ ମାସରେ ଏଠାରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଉଥିଲେ । କିନ୍ତୁ ବର୍ତ୍ତମାନ ଏହି ପୁଷ୍କରିଣୀ ପାଣି ଆଉ ପୂଜା କାର୍ଯ୍ୟରେ ଲାଗିପାରୁନି । ଜଳାଶୟଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ରାଜଧାନୀବାସୀ କେଉଁଠି ଡଙ୍ଗା ଭସାଇବେ ତାହା ଏବେ ଚିନ୍ତାର ବିଷୟ । କିଛି ଉପାୟ ନପାଇ ଅନେକ ଲୋକ ନିଜ ଘରେ ପାଣି ବାଲ୍ଟି କିମ୍ବା ପାଣି କୁଣ୍ଡରେ ଡଙ୍ଗା ଭସାଉଛନ୍ତି । ଏହାବାଦ୍‌ ଅନେକ ଅନୁଷ୍ଠାନ କୃତ୍ରିମ ଜଳାଶୟ କରି ବୋଇତ ବନ୍ଦାଣ ଉତ୍ସବ ଆୟୋଜନ କରୁଛନ୍ତି । ବଜାରରେ ବହୁ ମାତ୍ରାରେ ଥର୍ମୋକୁଲ ଡଙ୍ଗା ବିକ୍ରି ହେଉଛି, ଯାହାକି ପାଣି ପ୍ରଦୂଷଣର ମୁଖ୍ୟ କାରଣ । ଏହାବାଦ୍‌ କାର୍ତ୍ତିକ ପୂର୍ଣ୍ଣିମାରେ ଫୁଲ, ଫଳ, କଦଳୀ ପଟୁଆ ସମେତ ବିଭିନ୍ନ ପୂଜା ସାମଗ୍ରୀ ପାଣିରେ ପଡୁଛି । ଦୀର୍ଘଦିନ ଧରି ଏହା ସଫା କରାଯାଉନଥିବାରୁ ଜଳାଶୟ ପାଣି ନଷ୍ଟ ହେଉଛି ।

ଥର୍ମୋକୁଲ୍‌ ଡଙ୍ଗା ବିକ୍ରି ନିଷେଧ ହେଉ

ଓଡ଼ିଆ ପରମ୍ପରାରେ ବୋଇତ ବନ୍ଦାଣର ସ୍ୱତନ୍ତ୍ରତା ରହିଛି । ପ୍ରତି ଓଡ଼ିଆ ଓଡ଼ିଶାର ଗୌରବମୟ ଐତିହ୍ୟକୁ ମନେପକାଇ ଶ୍ରଦ୍ଧା ଓ ସମ୍ମାନର ସହ ଡଙ୍ଗା ଭସାଇଥାନ୍ତି । ହେଲେ ପରବର୍ତ୍ତୀ ସମୟରେ ଉକ୍ତ ଜଳାଶୟଗୁଡିକର ଅବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଏ । ଜଳ ପ୍ରଦୂଷିତ ହେବା ସହ ଜହର ପାଲଟିଯାଏ । ଯାହାକି ପରିବେଶ ଓ ଜଳଜୀବଙ୍କ ପାଇଁ ବିପଦ ସୃଷ୍ଟି କରେ । ତେଣୁ ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ ବୋଇତ ବନ୍ଦାଣ ଉତ୍ସବ ଲାଗି ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହେଉ । ବିଶେଷକରି ଥର୍ମୋକୁଲ୍‌ ଡଙ୍ଗା ବିକ୍ରିକୁ ନିଷେଧ ଘୋଷଣା କରାଯାଉ । 

ସୁଶାନ୍ତ କୁମାର ସାହୁ, ପରିବେଶ କର୍ମୀ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.